Advertisment

ମମିତା ମେହେର ନିଖୋଜ ଘଟଣା: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଓ କଳାହାଣ୍ଡି ମହାଲିଙ୍ଗ ଷ୍ଟାଡିୟମରୁ ଏକ ଦଗ୍ଧ ମୃତଦେହ ମିଳିବା ପରେ ଜୋର ଧରିଲା ରାଜନୀତି। ପୂରା ଘଟଣାର CBI ତଦନ୍ତ ଦାବି କଲା କଂଗ୍ରେସ। ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲରେ ଦେହ ବ୍ୟବସାୟ ହେଉଥିବା ନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି

ଅଦ୍ୟତନ ହୋଇଛି
SALUJA

SALUJA

Advertisment

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଓ କଳାହାଣ୍ଡି ମହାଲିଙ୍ଗ ଷ୍ଟାଡିୟମରୁ ଏକ ଦଗ୍ଧ ମୃତଦେହ ମିଳିବା ପରେ ଜୋର ଧରିଲା ରାଜନୀତି। ପୂରା ଘଟଣାର CBI ତଦନ୍ତ ଦାବି କଲା କଂଗ୍ରେସ। ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲରେ ଦେହ ବ୍ୟବସାୟ ହେଉଥିବା ନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି। ଝିଅମାନଙ୍କର ମାର୍କ ବଢାଇବା ପାଇଁ ଦେହ ବ୍ୟବସାୟ କରାଯାଉଥିଲା ଏବଂ ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଏପରି ସଙ୍ଗୀନ ଅଭିଯୋଗ ହୋଇଛି। ପ୍ରେସମିଟ୍‌ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏପରି ଅଭିଯୋଗ କରିଛନ୍ତି। ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଲା କଂଗ୍ରେସ। ଦିବ୍ୟଶଙ୍କର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଆସି ରାତି ବିତାଉଥିବା ନେଇ ଅଭିଯୋଗ କରିବା ସହ ମହାଲିଙ୍ଗବାସୀ ମଧ୍ୟ ମନ୍ତ୍ରୀ ରାତି ବିତାଉଥିବା କହିଛନ୍ତି ବୋଲି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସାଲୁଜା।

Advertisment

କେବଳ ଏତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରି ଦିବ୍ୟଶଙ୍କରଙ୍କୁ ବରଖାସ୍ତ କରନ୍ତୁ ବୋଲି ଶ୍ରୀ ସାଲୁଜା ଦାବି କରିଛନ୍ତି। ସେପଟେ, ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଜଳାଯାଇଥିବା ନେଇ ସୂଚନା ମିଳିଛି। ଭବାନୀପାଟଣା ଟାଉନ୍ ଥାନା ଆଗରେ ଜଳାଯାଇଛି ନୀବନଙ୍କ ପୋଷ୍ଟର। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପୋଷ୍ଚର ଜଳାଯାଇଛି। ସେପଟେ, ଗୋବିନ୍ଦ ସାହୁଙ୍କୁ ଧରାଇବା ଲାଗି ପୁରସ୍କାର ରାଶି ବଢ଼ିଲା। ଘୋଷିତ ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଯାଇଥିବା ନେଇ ସୂଚନା ମିଳିଛି। ବର୍ଦ୍ଧିତ ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗିର ଜିଲ୍ଲା ପୋଲିସ। ମୋଷ୍ଟ ଓ୍ୱାଣ୍ଟେଡ୍ ଦର୍ଶାଇ ଗୋବିନ୍ଦଙ୍କ ଫଟୋ ମଧ୍ୟ ପୋଲିସ ଜାରି କରିଛି। ବିଭିନ୍ନ ସ୍ଥାନରେ ଗୋବିନ୍ଦ ସାହୁଙ୍କ ପୋଷ୍ଟର ମଧ୍ୟ ପୋଲିସ ମାରିଥିବା ନେଇ ଦେଖିବାକୁ ମିଳିଛି।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋବିନ୍ଦଙ୍କୁ ଧରିବା ପାଇଁ ୩/୪ଟି ଟିମ୍ ଗଠନ ହୋଇଥିବା ନେଇ ବଲାଙ୍ଗିର ଏସ୍‌ପି ସୂଚନା ମଧ୍ୟ ଦେଇଛନ୍ତି। ସେପଟେ, ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ପୀଡ଼ିତାଙ୍କ ବାପାଙ୍କ ବୟାନ ଆଧାରରେ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସେହିପରି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଏଥିରେ ଯିଏ ସାମିଲ ଅଛନ୍ତି ସେମାନଙ୍କୁ ଦଣ୍ଡବିଧାନ କରିବାକୁ ଦାବି କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ସେ କହିଛନ୍ତି।

Odisha LadyTeacherMissingCase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ