Advertisment

ପ୍ରେମ ପାଇଁ ଗଲା ଜୀବନ ! ହତ୍ୟା କରି ରେଳଧାରଣରେ ଫିଙ୍ଗି ଦେଲେ..

ବଲାଙ୍ଗିର ଜିଲ୍ଲା ଅଏଁଲାଚୁଆଁ ଗାଁର ରଜତ ପ୍ରଧାନ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି। ରଜତଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବରଂ ଏହା ହତ୍ୟା ବୋଲି ଜଣାପଡ଼ିଛି।

Major twist in Bolangir youth death case

Major twist in Bolangir youth death case

Advertisment

ବଲାଙ୍ଗିର ଜିଲ୍ଲା ଅଏଁଲାଚୁଆଁ ଗାଁର ରଜତ ପ୍ରଧାନ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି। ରଜତଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବରଂ ଏହା ହତ୍ୟା ବୋଲି ଜଣାପଡ଼ିଛି। ଅଏଁଲାଚୁଆଁ ଗାଁର ରଜତଙ୍କ ମୃତ୍ୟୁ ପଛରେ ହତ୍ୟା ଷଡ଼ଯନ୍ତ୍ର ଥିବା ସୂଚନା ମିଳିଛି। ତଦନ୍ତରୁ ପ୍ରେମ ଜନିତ ହତ୍ୟା ସନ୍ଦେହ କରାଯାଉଛି। ମାମଲାରେ ୪ରୁ ୫ ଜଣଙ୍କୁ ବଲାଙ୍ଗିର ପୋଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି।

Advertisment

ଗତ ୨୪ରୁ ରଜତ ନିଖୋଜ ହେବା ପରେ ରେଳଧାରଣରୁ ତାଙ୍କ ମୃତଦେହ ମିଳିଥିଲା। ଗତ ୧୦ ତାରିଖରେ ଏକ ଗଛରୁ ରଜତଙ୍କ ସାର୍ଟ ମିଳିବାରୁ ସସ୍‌ପେନ୍ସ ବଢ଼ିଥିଲା। ୨୩ ବର୍ଷୀୟ ରଜତଙ୍କ ଗତ ମାସ ୨୫ ତାରିଖରେ ମୃତ୍ୟୁ ଘଟିଥିଲା। ନିକଟ ଏକ ରେଳ ଧାରଣାରୁ ରଜତଙ୍କ ମୃତେଦହ ମିଳିଥିଲା। ୨୪ ତାରିଖ ସଂଧ୍ୟାରୁ ସେ ନିଖୋଜ ହୋଇଯାଇଥିଲେ। ସେହିଦିନ ପରିବାର ଲୋକେ ତାଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। 

ଯେଉଁ ଗାଡ଼ିରେ ରଜତଙ୍କୁ ନିଆଯାଇଥିଲା ସେହି ଗାଡ଼ିର ଏକ ସିସିଟିଭି ଭିଡିଓ ମଧ୍ୟ ଦେଇଥିଲେ। ରଜତ ଯଦି ରେଳଧାରଣାରେ ଆତ୍ମହତ୍ୟା କରିଥିଲେ ତେବେ ୬ କିଲୋମିଟର ଦୂରରେ ଥିବା ଏକ ଗଛରେ ରଜତଙ୍କ ସାର୍ଟ କିପରି ମିଳିଲା ବୋଲି ପରିବାର ଲୋକେ ପ୍ରଶ୍ନ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ଗତକାଲି ଏସ୍‌ପିଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ