Astrospeak
  • Live TV
  • Read In English

ଚଢ଼ଉ ପାଇଁ ଯାଇଥିବା ବେଳେ ପୋଲିସ୍‌ ଗାଡ଼ି ଉପରକୁ ନିଶା ବେପାରୀଙ୍କ ଆକ୍ରମଣ

ଚଢ଼ଉ ପାଇଁ ଯାଇଥିବା ବେଳେ ପୋଲିସ୍‌ ଗାଡ଼ି ଉପରକୁ ନିଶା ବେପାରୀଙ୍କ ଆକ୍ରମଣ। ରେଡ୍ ପାଇଁ ଯାଇଥିବା ବେଳେ ପୋଲିସ୍‌ ଗାଡ଼ି ଉପରକୁ ନିଶା ବେପାରୀ ଓ ସେମାନଙ୍କର ସହଯୋଗୀ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି।

Attack Police Vehicle
ପୋଲିସ୍‌ ଗାଡ଼ି ଉପରକୁ ନିଶା ବେପାରୀଙ୍କ ଆକ୍ରମଣ

ଜଳେଶ୍ୱର: ଚଢ଼ଉ ପାଇଁ ଯାଇଥିବା ବେଳେ ପୋଲିସ୍‌ ଗାଡ଼ି ଉପରକୁ ନିଶା ବେପାରୀଙ୍କ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ବିଦ୍ୟାଧରପୁର ଗାଁରେ ଏହି ଘଟଣା ଘଟିଛି। ରେଡ୍ ପାଇଁ ଯାଇଥିବା ବେଳେ ପୋଲିସ୍‌ ଗାଡ଼ି ଉପରକୁ ନିଶା ବେପାରୀ ଓ ସେମାନଙ୍କର ସହଯୋଗୀ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି।

କଟକ ଅବକାରୀ ବିଭାଗ ଓ ବାଲେଶ୍ୱର ପୋଲିସ୍‌ର ମିଳିତ ଟିମ୍ ବିଦ୍ୟାଧରପୁର ଗାଁକୁ ରେଡ୍ କରିବାକୁ ଯାଇଥିଲେ। ହେଲେ ଏହି ସମୟରେ ନିଶା ବେପାରୀ ପୋଲିସ୍‌ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ୨ କିଲୋ ଓଜନର ବ୍ରାଉନ୍‌ସୁଗର ଜବତ ହୋଇଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ସୁଗରର ‌ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। 

ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ପୋଲିସ୍‌ ସୂଚନା ଦେଇଛି। ଗତ ୩ ମାସ ଭିତରେ ବାଲେଶ୍ୱରରେ ସାଢ଼େ ୧୦ କେଜିରୁ ଅଧିକ ଡ୍ରଗ୍ସ ଜବତ ହେବାସହ ୭୨ ଜଣ ଗିରଫ ହୋଇଛନ୍ତି। ଏହାସହ ମୋବାଇଲ ଓ ଟଙ୍କା ମଧ୍ୟ ଜବତ ହୋଇଛି। ଏସବୁ ସତ୍ତ୍ୱେ ମଧ୍ୟ ଡ୍ରଗ୍ସ କାରବାର ଥମିବାର ନାଁ ଧରୁନି।