slipper
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ । ଘର ଆଗରେ ଜୋତା ରଖିବାକୁ ନେଇ ପ୍ରବଳ ପାଟିତୁଣ୍ଡ ହେବାପରେ ଛୁରୀ ଭୁସିଦେଲା ପଡ଼ୋଶୀ । ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ ବ୍ୟକ୍ତି ଜଣକ ଗତକାଲି ଜଣେ ପଡ଼ୋଶୀଙ୍କ ଘର ସାମ୍ନାରେ ଜୋତା ରଖିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପରେ ପଡ଼ୋଶୀ ଦମ୍ପତି ବ୍ୟକ୍ତି ଜଣକଙ୍କ ସହ ଖୁବ୍ ଜୋର୍ରେ ପାଟି କରିବା ସହ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ବ୍ୟକ୍ତି ଜଣକ ଆହତ ହୋଇଥିଲେ ।
ମହାରାଷ୍ଟ୍ରର ଥାନେ ଥାନା ଅଧିନସ୍ଥ ନୟାନଗରରେ ଏଭଳି ଘଟଣା ଘଟିଛି । ଯେଉଁଠି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଚପଲ ରଖିବାକୁ ନେଇ ବିବାଦ ଉପୁଜିବା ପରେ ଘଟଣା ଉଗ୍ରରୂପ ଧାରଣ କରିଛି । ଜଣେ ଆଉ ଜଣକ ଘର ସାମ୍ନାରେ ସ୍ଲିପର ରଖିବାକୁ ନେଇ ଗତକାଲି ରାତିରେ ଛୁରାମାଡ଼ ହୋଇଛି ।
ଏଥିରେ ଅଫସର୍ ଖର୍ତି ନାମକ ବ୍ୟକ୍ତିଙ୍କୁ ପଡ଼ୋଶୀ ଦମ୍ପତି ଆକ୍ରମଣ କରିଥିଲେ । ଛୁରୀ ମାଡ଼ରେ ଗୁରୁତର ଆହତ ହୋଇଥିବା ଅଫସର୍ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି ।
ଘଟଣାକୁ ନେଇ ଥାନେ ପୋଲିସ ବର୍ତ୍ତମାନ ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ଏନେଇ ଅଟକ ରଖିବା ସହ ପଚରାଉଚରା କରୁଛି । କାହିଁକି ଏପରି କାଣ୍ଡ ଘଟିଲା ସେନେଇ ତଦନ୍ତ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/slipper__1678021370.jpg)