Advertisment

ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ନିଲମ୍ବିତ ବିଜେଡି ନେତାଙ୍କୁ ପୋଲିସ୍‌ର ଜେରା

ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ପଚରାଉଚରା କରାଯାଇଛି। ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଡିଓ ଭାଇରାଲ ପରେ ବିବାଦୀୟ ହୋଇଥିଲେ ଶରତ।

ଅଦ୍ୟତନ ହୋଇଛି
Mahanga Minor Girl Death Case

Mahanga minor girl death case

Advertisment

ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ପଚରାଉଚରା କରାଯାଇଛି। ମାହାଙ୍ଗା ଥାନାରେ ଶରତ ନାୟକଙ୍କୁ ପଚରାଉଚରା ହୋଇଛି। ତଦନ୍ତ ଦାୟିତ୍ୱରେ ଥିବା ଅତିରିକ୍ତ ଏସ୍‌ପି ତାଙ୍କୁ ଜେରା କରିଛନ୍ତି।

Advertisment

ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଡିଓ ଭାଇରାଲ ପରେ ବିବାଦୀୟ ହୋଇଥିଲେ ଶରତ। କାଲି ଶରତଙ୍କୁ ବିଜେଡିରୁ ନିଲମ୍ବିତ କରିଥିଲେ ଜିଲ୍ଲା ସଭାପତି। ଏପଟେ ମାମଲାର ସବୁ ଦିଗରୁ ତଦନ୍ତ ହେବ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି।

ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ। କୌଣସି ବି ଦିଗ ଛଡ଼ାଯିବନି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ତଦନ୍ତ ପରେ ଯାହା ରେଜଲ୍ଟ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି କହିଛନ୍ତି। 

Advertisment

ଅନ୍ୟପକ୍ଷେ, ମାହାଙ୍ଗା ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିଜେପି ଦାବି କରିଛି। ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରେସ୍‌ମିଟ୍ କରି ଏହି ଦାବି କରିଛନ୍ତି। ଘଟଣାକୁ ରଫାଦଫା କରିବା ପାଇଁ ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କ ନାଁ ଉଠିଥିଲା।

ଶରତଙ୍କୁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ସମର୍ଥନ କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଥିଲା। ଯେହେତୁ ଶରତ ନାୟକ, ପ୍ରତାପ ଜେନାଙ୍କର ଏକାନ୍ତ ସହଯୋଗୀ ଥିଲେ ସେଥିଲାଗି ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ଦାବି କରିଛି। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଂଗ୍ରେସ ମଧ୍ୟ ଟାର୍ଗେଟ୍ କରିଛି।

Advertisment

ବିଜେଡି ଲିଙ୍କ୍ ଆସିଲେ ପୋଲିସ ଘଟଣାକୁ ଚପାଇଦିଏ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ଏ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ଯିଏ ଦୋଷୀ ସେ ଆଇନ ଅନୁଯାୟୀ ଦଣ୍ଡିତ ହେବ ବିଜେଡି କହିଛି।

Minor Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ