Madhya Pradesh Official Swallows rs 5000 bribe money
ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ଲାଞ୍ଚ ନେଇଥିବା ୫ ହଜାର ଟଙ୍କାକୁ ଗିଳି ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ଏହି ଅଜବ ଘଟଣା ସାମ୍ନାକୁ ଆସିଛି। କଟନୀ ରାଜସ୍ୱ ବିଭାଗର ଜଣେ ଅଧିକାରୀ ଲାଞ୍ଚ ଟଙ୍କା ନେବାବେଳେ ଧରାପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତର ଏସ୍ପିଏଫ୍(Special Police Establishment) ତାଙ୍କୁ ଧରିଥିଲେ।
ସୂଚନା ଅନୁସାରେ, ସୋମବାର ଦିନ ଏହି ଘଟଣା ଘଟିଛି। ପତ୍ୱାରି ଗଜେନ୍ଦ୍ର ସିଂ ତାଙ୍କ ପ୍ରାଇଭେଟ୍ ଅଫିସରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ହେଲେ ସେ ଜାଣିନଥିଲେ ତାଙ୍କୁ ଫସାଇବା ପାଇଁ ବୁଣା ଯାଇଥିବା ଜାଲରେ ସେ ଫସି ଯିବେ ଓ ସବୁକିଛି ପର୍ଦ୍ଦାଫାଶ ହୋଇଯିବ। ବରଖେଡା ଗାଁର ଜଣେ ବ୍ୟକ୍ତି ଗଜେନ୍ଦ୍ରଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିବା ପରେ ପୋଲିସ୍ ତାଙ୍କ ପ୍ରାଇଭେଟ୍ ଅଫିସ୍ରେ ରେଡ୍ କରିଥିଲା।
ଅଧିକ ପଢ଼ନ୍ତୁ: SIଙ୍କ ଲାଞ୍ଚ ନେବାର ନୂଆ ତରିକା, ସବୁ ଜାଣି ବି ଗିରଫ କରିପାରିଲାନି ACB
Video Source: @Anurag_Dwary
ଯୋଜନା ମୁତାବକ, ଉକ୍ତ ବ୍ୟକ୍ତି ଗଜେନ୍ଦ୍ରଙ୍କୁ ୫ ହଜାର ଟଙ୍କା ଦେଉଥିବା ସମୟରେ ପୋଲିସ୍ ହଠାତ୍ ପହଞ୍ଚି ସରକାରୀ ଅଧିକାରୀଙ୍କୁ ଧରିଥିଲା। ହେଲେ ଏହି ଭୟରେ ଗଜେନ୍ଦ୍ର ସାଙ୍ଗେ ସାଙ୍ଗେ ଲାଞ୍ଚ ଟଙ୍କା ଗିଳି ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷେ, ଏନେଇ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1690261531.jpg)