• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏ ଟଙ୍କା ଆଗରେ ଆଜି ସମ୍ପର୍କ ତୁଚ୍ଛ । ଯେଉଁ ବାପା ଜନ୍ମ ଦେଇ ଭରଣପୋଷଣ କରିବା ସହ ବଡ଼ ମଣିଷ କରିଥିଲେ, ଆଜି ସେ ବି ପିଲାଙ୍କ ପାଇଁ ବୋଝ ପାଲଟି ଯାଇଛନ୍ତି । ଆଉ ସାମାନ୍ୟ କେଇଟା ଟଙ୍କା ଲୋଭରେ ବାପାଙ୍କୁ ଜୀବନରୁ ମାରିଦେବା ପାଇଁ ବି ପିଲାମାନେ ପଛାଉ ନାହାନ୍ତି । ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ବଡ଼ବାନୀରେ । ଦୁର୍ଘଟଣା ବୀମା ରାଶି ପାଇବା ପାଇଁ ଜଣେ ପୁଅ ନିଜର ବାପାଙ୍କୁ ସୁପାରୀ ଦେଇ ହତ୍ୟା କରାଇଛି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।

ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର

ନଭେମ୍ବର ୧୦ରେ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଥିଲେ ବଡ଼ବାନୀ ଅଞ୍ଚଳର ଛଗନ ପାନୱା । ମୃତ୍ୟୁ ପରେ ଅଭିଯୁକ୍ତ ପୁଅ ନିଜେ ଥାନା ଯାଇ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ ସେନ୍ଦୌୱା ନଗର ଥାନାରେ ୩୦୪A ଧାରା ଅନୁଯାୟୀ ଏକ ମାମାଲା ରୁଜୁ କରାଯାଇଥିଲା  ।

ସିସିଟିଭି ଧରିଲା ସତ

ପ୍ରାଥମିକ ତଦନ୍ତରେ ପୋଲିସ୍‌ ହତ୍ୟା ସମ୍ପର୍କରେ ଆଦୌ ଜାଣିପାରିନଥିଲା । ସଡ଼କ ଦୁର୍ଘଟଣାର ରୂପ ଦେଇ ବାପାଙ୍କର ହତ୍ୟା କରାଇଥିଲା ପୁଅ ଅନୀଲ ପାୱାର । ହେଲେ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିବା ପରେ ପୁଅର ଷଡ଼ଯନ୍ତ୍ର ସମ୍ପର୍କରେ ଜଣାପଡ଼ିଥିଲା । କାରଣ ଦୁର୍ଘଟଣା ପୂର୍ବରୁ ଦୁର୍ଘଟଣା ଘଟାଇଥିବା ଗାଡ଼ି ସେହି ସ୍ଥାନରେ ଦୀର୍ଘ ସମୟ ଧରି ଘୁରି ବୁଲୁଥିଲା ।

ପରେ ତଦନ୍ତ ବେଳେ ଜଣାପଡ଼ିଲା, ମୃତକଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯାଇଥିଲା । ପଚରାଉଚରା ପରେ ପ୍ରଥମେ ଏକ କାହାଣୀ ଶୁଣାଇଥିଲା ଅଭିଯୁକ୍ତ, ହେଲେ ପୋଲିସ୍‌ ସାମ୍ନାରେ ତା’ର ମିଛି ବେଶୀ ସମୟ ଧରି ଲୁଚି ପାରିନଥିଲା । ଶେଷରେ ସତ ମାନିଲା ଯାଇଥିଲା । ଏହି ମାମଲାରେ ପୁଅ ଅନୀଲ ସମେତ କରଣ ସିନ୍ଦେ, ଗୋଲୁ ବାବର, ଦେବେନ୍ଦ୍ର ସକ୍ସେନାଙ୍କୁ ଗିରଫ କରିଛି ପୋଲିସ୍‌ ।

୨.୫ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ପୁଅ

ଅଭିଯୁକ୍ତ କହିଛି, ବାପାଙ୍କର ହତ୍ୟା କରାଇବା ପାଇଁ  ୩ ଜଣଙ୍କୁ ୨.୫ ଲକ୍ଷ ଟଙ୍କା ସୁପାରୀ ଦେଇଥିଲା । ଅଭିଯୁକ୍ତ ଅନିଲକୁ ଜଣାଥିଲା ବାପା ପ୍ରତିଦିନ ଭୋରରୁ ପ୍ରାତଃଭ୍ରମଣରେ ବାହାରି ଯାଆନ୍ତି । ଆଉ ସେହି ସମୟରେ ବାପାଙ୍କୁ ହତ୍ୟା କରାଇବା ପାଇଁ ପ୍ଲାନିଂ କରିଥିଲା । ଘଟଣା ଦିନ ମୃତକ ଘରୁ ବାହାରିଯିବା ପରେ ଯୋଜନା ମୁତାବକ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇଥିଲା । ଆଉ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏପଟେ ସତ ସ୍ୱୀକାର କରିବା ପରେ ଏବେ ଜେଲର ଚାକିକାନ୍ଥ ଭିତରେ ପୁଅ । ଅନ୍ୟପଟେ ସୁପାରୀ ନେଇଥିବା ଅଭିଯୁକ୍ତମାନେ ପୂର୍ବରୁ ହତ୍ୟା, ଲୁଟ ପରି ଘଟଣାରେ ସଂପୃକ୍ତ ଥିବା ସୂଚନା ମିଳିଛି ।