Advertisment

ରାତି ଅଧରେ ପଶିଥିଲା ଚୋର; କାବୁ କଲେ, ଟ୍ରେଡ୍‌ମିଲ୍‌ରେ ଦୌଡାଇଲେ..ଦେଖନ୍ତୁ ଭିଡିଓ

ଚୋର ଚୋରି କରିବା ପାଇଁ ଯାଇଥିଲା। ହେଲେ ମାଲିକ ତାକୁ ଧରି ପୋଲିସ ଜିମା ଦେବା ପରିବର୍ତ୍ତେ ଟ୍ରେଡ୍‌ମିଲ୍‌ରେ ଦୌଡାଇଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
treadmill

treadmill

Advertisment

ଆଜିକାଲି ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଆଖିରେ ଧୂଳି ଦେଇ ଚୋର ଚୋରି କରି ଫେରାର ମାରୁଛନ୍ତି । ହେଲେ ଏପରି ଏକ ଚୋରି ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୋର ଚୋରି କରିବା ପାଇଁ ଯାଇଥିଲା। ହେଲେ ମାଲିକ ତାକୁ ଧରି ପୋଲିସ ଜିମା ଦେବା ପରିବର୍ତ୍ତେ ଟ୍ରେଡ୍‌ମିଲ୍‌ରେ ଦୌଡାଇଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ମଧ୍ୟପ୍ରଦେଶର ଦତିୟା ଜିଲ୍ଲାର ଏହି ଘଟଣା ଏବି ଚର୍ଚ୍ଚାର ବିଷୟ ପାଲଟିଛି। ଏକ ଜିମ୍‌ରେ ଚୋର ସଟର ତଳେ ଅତି ଚତୁରତାର ସହ ପଶିଥିଲା। ସେ ସେଠାରୁ ଚୋରି କରି ଚୁପ୍‌ଚାପ୍‌ ବାହାରି ଯିବ ଭାବିଥିଲା। ମାତ୍ର ସେଠାରେ ସିସିଟିଭି ଥିବା କଥା ବୋଧହୁଏ ସେ ଜାଣିପାରିନଥିଲା। ଜିମ୍‌ ଭିତରେ ପଶିବାଠାରୁ ଆରମ୍ଭ କରି ସେଠାରେ ପଇଁତରା ମାରିବାର ପୁଟେଜ୍‌ ସିସିଟିଭିରେ କଏଦ ହୋଇଥିଲା।

ଜିମ୍‌ର ମାଲିକ ଏ ସବୁର ଭିଡିଓ ନିଜ ଫୋନ୍‌ରେ ଦେଖିଲେ। ଚୋର କିପରି ସଟର ତଳ ଦେଇ ଜିମ୍‌ରେ ପଶିଲା ତାହା ଦେଖି ମାଲିକ ରାତି ଅଧରେ ସେଠାରେ ଆସି ପହଞ୍ଚିଲେ। ସେଠାରେ ଚୋରକୁ କାବୁ କଲେ। ହେଲେ ଚୋର ନାବାଳକ ଥିଲା। ତାକୁ ପୋଲିସ ଜିମା ଦେବା ପୂର୍ବରୁ ଟ୍ରେଡ୍‌ମିଲ୍‌ରେ ଦୌଡାଇଥିଲେ।

Advertisment

କିଛିଦିନ ପୂର୍ବରୁ ଏପରି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା। ଉତ୍ତରପ୍ରେଦଶର ଲକ୍ଷ୍ନୌରେ ଜଣେ ଚୋର ଯିଏ କି ଚୋରି କରିବାକୁ ଆସି ଏସି ଥଣ୍ଡା ପବନ ତଳେ ଶୋଇପଡିଥିଲା। କେବଳ ସେତିକି ନୁହେଁ ପୋଲିସ ଆସି ଉଠାଇବା ପରେ ତାର ନିଦ ଭାଙ୍ଗିଥିଲା। ଲକ୍ଷ୍ନୌର ଡକ୍ଟର ସୁନୀଲ ପାଣ୍ଡେଙ୍କ ଘରୁ ଚୋରି ଉଦ୍ଦେଶ୍ୟରେ ଜଣେ ଅଜଣା ବ୍ୟକ୍ତି ପଶିଥିଲା। ହେଲେ ଘରେ ଏସି ଲଗାଇ ଚଟାଣରେ ଶାନ୍ତିରେ ଶୋଇପଡିଥିଲା। ସକାଳୁ ପଡୋଶୀମାନେ ଚୋରଟି ଶୋଇଥିବା ଦେଖି ଡାକ୍ତର ପାଣ୍ଡେ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ପୋଲିସର ସୂଚନାନୁସାରେ, ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରି ଏୟାର କଣ୍ଡିସନର ଖୋଜି ଏହାକୁ ଅନ୍ କରିବା ପରେ ଘର ଭିତରେ ଶୋଇପଡିଥିଲା। ଡାକ୍ତର ସୁନୀଲ ପାଣ୍ଡେ ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ଥିବା ଘର ଖୋଲା ଥିବା ପାଖ ପଡୋଶୀ ଦେଖିଥିଲେ। ଡାକ୍ତର ସୁନୀଲ ବାରାଣାସୀରେ ଡ୍ୟୁଟି ପାଇଁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଘରର ଫାଟକ ଖୋଲି ଚୋରଟି ଘରେ ପଶିଥିଲା। ଡ୍ରଇଂ ରୁମକୁ ଯିବା ପରେ ଏୟାର କଣ୍ଡିସନରକୁ ଦେଖି ଏହାକୁ ସୁଇଚ୍ ଅନ୍ କରିଥିଲା। ତା’ପରେ, ଆରାମରେ ଚଟାଣରେ ଶୋଇ ପଡିଥିଲା। ଚୋର ଡାହାଣ ହାତରେ ଏକ ଫୋନ୍‌ ଧରିଥିଲା ଓ ଗଭୀର ନିଦ୍ରାରେ ଶୋଇଥିଲା।

Advertisment
Gym Thief
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ