Advertisment

Odisha Love Jihad: ଲଭ୍ ଜିହାଦ ଜାଲରେ ଓଡ଼ିଆ ଯୁବତୀ; ଅନଲାଇନ୍‌ ଗେମ୍‌ରୁ ପ୍ରେମ, ବ୍ଲାକମେଲ କରି ବନ୍ଧା ହେଲେ ଯୁବକ

ଲଭ୍ ଜିହାଦରେ ଫସିଗଲେ ଓଡ଼ିଆ ଯୁବତୀ, ବନ୍ଧା ହେଲା କାଶ୍ମୀରରେ ରହୁଥିବା ଯୁବକ। ବିବାହ ପାଇଁ ଧର୍ମ ପରିବର୍ତ୍ତନ ସାଙ୍ଗକୁ ଅଭିଯୁକ୍ତ ହତ୍ୟା ଧମକ ଦେବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ କରିଥିବା ନେଇ ପୀଡ଼ିତା ଭୁବନେଶ୍ବର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଦ୍ୟତନ ହୋଇଛି
undefined

Love Jihad

Advertisment

ଲଭ୍ ଜିହାଦରେ ଫସିଗଲେ ଓଡ଼ିଆ ଯୁବତୀ, ବନ୍ଧା ହେଲା କାଶ୍ମୀରରେ ରହୁଥିବା ଯୁବକ। ବିବାହ ପାଇଁ ଧର୍ମ ପରିବର୍ତ୍ତନ ସାଙ୍ଗକୁ ଅଭିଯୁକ୍ତ ହତ୍ୟା ଧମକ ଦେବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ କରିଥିବା ନେଇ ପୀଡ଼ିତା ଭୁବନେଶ୍ବର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଯୁବକଙ୍କୁ ଅଟକ ରଖି ତନାଘନା ଚଳାଇଥିବାବେଳେ ପୀଡ଼ିତା କହିଛନ୍ତି ମୋତେ ନ୍ୟାୟ ମିଳୁ।

Advertisment

କେମିତି ଲଭ ଜିହାଦ ଭଳି ସାଙ୍ଘାତିକ ଷଡ଼ଯନ୍ତ୍ରର ଶିକାର ହୋଇଗଲେ ଜଣେ ଓଡ଼ିଆ ଝିଅ। ତାକୁ ନେଇ ନାନା ପ୍ରଶ୍ନ ଭିତରେ ସନ୍ଦେହରୁ ପରଦା ହଟାଇଛି ମହିଳା ଥାନାରେ ହୋଇଥିବା ପୀଡ଼ିତାଙ୍କ ଏତଲା। ଜଗତସିଂହପୁର ରାହାମା ଅଞ୍ଚଳର ପୀଡ଼ିତା ଅଭିଯୋଗ କରିଛନ୍ତି- ୨୦୨୨ ମସିହାରେ ଫ୍ରି-ଫାୟାର ଅନଲାଇନ୍ ଗେମ୍ ମାଧ୍ୟମରେ ତାଙ୍କର ସମୀର ନାମକ ଯୁବକ ସହ ପରିଚୟ ହୋଇଥିଲା। ପରେ ଫୋନ୍ ରେ କଥାବାର୍ତ୍ତାବେଳେ ସମୀର ନିଜକୁ ହିନ୍ଦୁ କହି ତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲଭୋନ ଦେଖାଇଥିଲା। ଏମିତିକି ବିଶ୍ବାସ ଜନ୍ମାଇ ଗତ ମାର୍ଚ୍ଚ ମାସରେ ସେ ଓଡ଼ିଶା ଆସିଥିଲା ଓ ଉଭୟେ ପୁରୀ ବୁଲିବାକୁ ଯାଇଥିଲେ।

ହେଲେ ସେଠି ସେ ସମୀର ଅନ୍ୟ ଧର୍ମର ହୋଇଥିବା ଓ ତା ନାଁ ସମୀର ମନସୁର ବୋଲି ଜାଣି ଏ ସଂପର୍କକୁ ବିରୋଧ କରିଥିଲେ। ସମୀର ତାଙ୍କୁ ବାଧ୍ୟ କରି ଏକ ହୋଟେଲକୁ ନେଇ ସେଠାରେ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲା। ଏହାକୁ ବିରୋଧ କରିବାରୁ ସେ ମାଡ଼ ମାରିଥିଲା। ତାସହ ବିବାହ ପୂର୍ବରୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ସହ ଗାଳି ଗୁଲଜ କରି ଏକ ବ୍ୟାଗରୁ ଛୁରୀ ବାହାର କରି ହତ୍ୟା ଧମକ ବି ଦେଇଥିଲା।

Advertisment

ଖାଲି ସେତିକି ନୁହେଁ ବିବାହ ନକଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲା। ହେଲେ ବିବାହ ପାଇଁ ରାଜି ନହେବାରୁ ପରେ ଉକ୍ତ ଭିଡିଓକୁ ପରେ ସମୀର ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ସହ ମୋ ବାପାଙ୍କୁ ବ୍ଲାକମେଲ୍ ଧମକ ଦେଇ ୫ଲକ୍ଷରୁ ଅଧିକ ଟଙ୍କା ହଡ଼ପ୍ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ। ଯାହାକି ସମ୍ପୂର୍ଣ୍ଣ ଲଭ୍ ଜିହାଦ୍ ବୋଲି ଦାବି କରିଛନ୍ତି ପୀଡ଼ିତାଙ୍କ ଓକିଲ। ତେବେ କାଶ୍ମୀରରୁ ଭୁବନେଶ୍ବର ଆସୁଥିବାବେଳେ ବାଟରେ ଟ୍ରେନରୁ କାବୁ ହୋଇଛି ଅଭିଯୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ