‘ଦୈନିକ ନୂଆ ନୂଆ କାହାଣୀ ଶୁଣାଉଛନ୍ତି, ଆଉ ଶୁଣାଅନି’

ଓଡ଼ିଶା ପୋଲିସ ଆଇ ମା’ କାହାଣୀ ଶୁଣାଉଛି କହିଲେ ଜୟନାରାୟଣ

Jayanarayan Mishra

 ‘ କାଗଜ ରଖି ଏବେ ଆପଣ ଫ୍ଲାସ୍‌ ମାରନ୍ତୁ . . . ଘଣ୍ଟାଏ ପରେ ଅବସ୍ଥା ନଥିବ । ଆଉ ଏମାନେ ନବ ଦାସ ମୃତ୍ୟୁର ୪ ଦିନ ପରେ ଅକ୍ଷତ ଅବସ୍ଥାରେ କାଗଜ ଉଦ୍ଧାର କରିଦେଲେ । କିପିରି ଏକଥା ସମ୍ଭବ । ’ନବ ଦାସ ହତ୍ୟା ତଦନ୍ତ ନେଇ ପୁଣି ବର୍ଷିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଓଡ଼ିଶା ପୋଲିସ ଆଇ ମା’ କାହାଣୀ ଶୁଣାଉଥିବା ସେ କହିଛନ୍ତି ।

‘ଦୈନିକ ନୂଆ ନୂଆ କାହାଣୀ ଶୁଣାଉଛନ୍ତି, ଆଉ ଶୁଣାଅନି’ । ‘ଓଡ଼ିଶା ପୋଲିସ ନାଁରେ ଅଭିଯୋଗ ଅଛି, ସିବିଆଇ ତଦନ୍ତ ଉଚିତ’ । ଏହି ଘଟଣାରେ ନିରପେକ୍ଷ ତଦନ୍ତ ହେବା ଦରକାର । ଓଡ଼ିଶା ପୋଲିସ୍‌ ନାଁରେ ଅଭିଯୋଗ ଥିବାରୁ କେନ୍ଦ୍ରୀୟ ସଂସ୍ଥା ତଦନ୍ତ କରିବା ଉଚିତ୍‌ । ଭାରତରେ ଏପରି ବ୍ୟବସ୍ଥା ରହିଛି । ହେଲେ ସେକଥା ନକରି ନିତି ପ୍ରତିଦିନ ନୂଆ କାହାଣୀ ଶୁଣାଉଛି ପୋଲିସ୍‌ ।

ସେପଟେ ଝାରସୁଗୁଡା କ୍ରାଇମ ସ୍ପଟକୁ ଯିବେ ଜଷ୍ଟିସ୍ ଜେପି ଦାସ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହିତ ଆଲୋଚନା ପରେ ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି । ଏଥିସହିତ ତଦନ୍ତର ପରବର୍ତ୍ତି ଦିଗ ଓ ବିଷୟ ଉପରେ ମଧ୍ୟ କ୍ରାଇମବ୍ରାଞ୍ଚକୁ ଗାଇଡ୍ କରିଛନ୍ତି ଜଷ୍ଟିସ ଦାସ। ତେବେ ଆଜି କଣ ସବୁ ଆଲୋଚନା ହୋଇଛି ତାହା ସମ୍ପୂର୍ଣ୍ଣ କନଫିଡେନସିଆଲ୍ ବୋଲି କହିଛନ୍ତି ।

ଜଷ୍ଟିସ ଜେ.ପି ଦାସଙ୍କ କଟକ ଘରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଯାଇ ତଦନ୍ତର ବିଭିନ୍ନ ଦିଗ ଓ ବିଷୟ ଉପରେ ଆଲୋଚନା କରିଛନ୍ତି । ନବ ଦାସ ହତ୍ୟା ମାମଲାର ତଦନ୍ତର ତତ୍ତୱାବଧାନ ଦାୟିତ୍ୱରେ ଅଛନ୍ତି ଜଷ୍ଟିସ ଜେପି ଦାସ । ତଦନ୍ତର ଦିଗ ତଥା ଅନ୍ୟାନ୍ୟ ବିଷୟରେ ଜଷ୍ଟିସ ଦାସ ଗାଇଡ୍ କରିଥିବାବେଳେ ବର୍ତ୍ତମାନ ତଦନ୍ତ କେତେ ବାଟରେ ପହଞ୍ଚିଛି ସେନେଇ ତଥ୍ୟ ଜଣାଇଛନ୍ତି ଅରୁଣ ବୋଥ୍ରା ।

ଅନ୍ୟପଟେ ନବ ଦାସ ହତ୍ୟାର ତନାଘନା ପାଇଁ ଗଂଜାମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ । ଏହି ଟିମ୍ ଅଭିଯୁକ୍ତ ଗୋପାଳ ଦାସର ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଛି । ତା ପରେ ଏହି ଟିମ୍ ବ୍ରହ୍ମପୁର ବଡ଼ ମେଡିକାଲରେ ଥିବା ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଯାଇ ତଦନ୍ତ କରିଛି । ଗୋପାଳଙ୍କ ଆର୍ଥିକ କାରବାର ତଦନ୍ତ ପାଇଁ ତଦନ୍ତକାରୀ ଟିମ୍ ବ୍ୟାଙ୍କକୁ ଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ବ୍ରହ୍ମପୁର ଶିଳ୍ପାଞ୍ଚଳରେ ଥିବା ଘରକୁ ଯାଇ ଗୋପାଳର ପତ୍ନୀ ଓ ପୁତୁରାକୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ଆଖପାଖ ଓ ପଡ଼ୋଶୀଙ୍କୁ ବି ଆଜି ପଚରାଉଚରା ହୋଇଛି । ଆଗରୁ ଏକାଧିକ ଥର ପରିବାରଲୋକ ଙ୍କୁ ଜେରା କରାଯାଇଛିା ଗୋପାଳଙ୍କ ବନ୍ଧୁଙ୍କୁ ବି ପଚରାଉଚରା ସରିଛି ... ।