Astrospeak
  • Live TV
  • Read In English

Niranjan Patnaik: ନିରଞ୍ଜନଙ୍କ ଘରେ କଳାକନା ବୁଲାଇଲେ ଚୋର; ଲୁଟିନେଲେ ୫୦ଲକ୍ଷ ଟଙ୍କାର ସୁନା ଗହଣା,ନଗଦ ଟଙ୍କା

କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଛି । ପୁଅ ବୋହୂ ରହୁଥିବା ଉପର ମହଲାରୁ ଚୋରି ହୋଇଥିବା ନିରଞ୍ଜନ କହିଛନ୍ତି । ଚୋରମାନେ ନଗଦ ଟଙ୍କା ସହ ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ୍ ହୋଇଛି।

Niranjan Patnaik
ନିରଞ୍ଜନଙ୍କ ଘରୁ ଲୁଟିନେଲେ

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇ ଦେଲେ ଚୋର। ଆଲମିରା ଲକର୍‌ ଭାଙ୍ଗି ଟଙ୍କା, ସୁନା ନେଇ ଗଲେ। ନୟାପଲ୍ଲୀ VIP କଲୋନୀ ସ୍ଥିତ ବାସଭବନରୁ ଏହି ଚୋରି ହୋଇଛି। ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି।

ନିରଞ୍ଜନ ପଟ୍ଟନାୟକଙ୍କ ଘରର ଉପର ମହଲାରୁ ଚୋରି ହୋଇଥିବା ଜଣାଯାଇଛି। ଏହି ମହଲାରେ ତାଙ୍କ ପୁଅବୋହୂ ରହନ୍ତି ।  ଚୋରମାନେ ନଗଦ ଟଙ୍କା ସହ ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ସିସିଟିଭିରେ ଚୋରି ବେଳର ଗତିବିଧିର ଦୃଶ୍ୟ କଏଦ ହୋଇଛି। 

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ, ପାଚେରି ଡେଇଁ ଘରେ ଚୋରଟି ପଶିଥିଲା। ପ୍ରଫେସନାଲ ଢଙ୍ଗରେ ଚୋରି କରି ଝରକା ଡେଇଁ ଚମ୍ପଟ ମାରିଥିଲା।  ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦ୍ୱିତୀୟ ମହଲାରେ ମୋର ବଡ଼ ପୁଅ,ବୋହୂ ଓ ମୋର ୨ ପୁଅ ରୁହନ୍ତି। ସେହି ଘରେ ଚୋରି ହୋଇଛି। ଚୋରମାନେ ବିଳମ୍ବିତ ରାତି  ପ୍ରାୟ୨ଟା ସମୟରେ ଘରେ ପଶିଥିଲେ। ଯେଉଁ ଚୋର ଚୋରି କରିଛି ସେ ପ୍ରଫେସନାଲ ଚୋର। ଚୋରଟି ହାତରେ ଗ୍ଲୋବ ପିନ୍ଧିଥିଲା ଓ ମୁହଁରେ କଳାପଟି ବାନ୍ଧିଥିଲା।

ନିରଞ୍ଜନ ଆହୁରି କହିଛନ୍ତି, ଚୋରି ସମୟରେ ମୋର ବଡ଼ ପୁଅ,ବୋହୂ ନଥିଲେ। ମୋ ୨ନାତି ବଡ଼ ଭାଇ ଘରକୁ ଯାଇଥିଲେ। ରାତି ୨ଟା ସମୟରେ ସେମାନେ ଫେରିଥିଲେ। ସେହି ସମୟରେ ଚୋର ଘରେ ଥିଲା। ପରେ ଚୋରଟି ବଡ଼ ପୁଅ ରୁମରୁ ଟଙ୍କା ଓସୁନା ନେଇ ଝରକା ଡେଇଁ ଚମ୍ପଟ ମାରିଥିଲା। 

ସିକ୍ୟୁରିଟି ଢୁଳାଉଥିଲା, ସେଥିପାଇଁ ଚୋରମାନେ ଘରେ ପଶିଗଲେ ବୋଲି ନିରଞ୍ଜନ କହିଛନ୍ତି।

ଅଧିକ ପଢ଼ନ୍ତୁ: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍‌