Advertisment

Temple Loot: ଜଗନ୍ନାଥ ମନ୍ଦିରରୁ ଚୋରି; ନେଇଗଲେ ମହାପ୍ରଭୁଙ୍କ ସୁନା,ରୁପା ମୁକୁଟ ଓ ଦାନବାକ୍ସ

ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମନ୍ଦିରର ତାଲା ଭାଙ୍ଗି ମହାପ୍ରଭୁଙ୍କ ସୁନା,ଚାନ୍ଦି ମୁକୁଟ ଓ ଦାନ ବାକ୍ସ ଚୋରି କରି ନେଇଯାଇଥିଲେ।

ଅଦ୍ୟତନ ହୋଇଛି
Loot

Loot

Advertisment

ଠାକୁରଙ୍କୁ ବି ଛାଡ଼ିଲେନି ଚୋର। ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ପଶି କଳାକନା ବୁଲାଇଦେଲେ । ତିନି ଠାକୁରଙ୍କ ରୁପା,ସୁନା ମୁକୁଟ ଓ ଦାନବାକ୍ସ ନେଇଗଲେ ଚୋର। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଚମ୍ପୁ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ।

Advertisment

ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମନ୍ଦିରର ତାଲା ଭାଙ୍ଗି ମହାପ୍ରଭୁଙ୍କ ସୁନା,ଚାନ୍ଦି ମୁକୁଟ ଓ ଦାନ ବାକ୍ସଚୋରି କରି ନେଇଯାଇଥିଲେ। ପ୍ରତିଦିନ ପରି ଆଜି ସକାଳେ ପୂଜକ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିଲେ। ଏହି ସମୟରେ ମନ୍ଦିରର ତାଲା ଭଙ୍ଗା ହୋଇ ତଳେ ପଡ଼ିଥିବା ଦେଖିଥିଲେ।

ଏହାସହ ମନ୍ଦିରର ଜିନିଷପତ୍ର ଏଣେତେଣେ ହୋଇ ପଡ଼ିଥିବା ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପରେ ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଥିଲେ। ଚୋରମାନେ ମନ୍ଦିରରେ ଥିବା ଆଲମାରି ଭାଙ୍ଗି ତିନି ଠାକୁରଙ୍କ ସୁନା, ରୁପା ମୁକୁଟ ନେଇଯାଇଥିଲେ। ଏଥିସହ ମହାପ୍ରଭୁଙ୍କ ଦାନବାକ୍ସ ମଧ୍ୟ ନେଇଯାଇଥିଲେ।

Advertisment

ଚୋରି ଅଳଙ୍କାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମନ୍ଦିରରେ ପଶି ଲୁଟ୍‌ କରିଥିବା ଜଣାଯାଇଛି। ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ନ୍ଦିର ଲୁଟୁଥିଲେ ଶ୍ୱଶୁର-ଜ୍ୱାଇଁ; ସୁନା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ଲୁଟ୍‌ ଅଳଙ୍କାର

Advertisment
Balasore Loot Soro
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ