Look Out Notice
ଓଡ଼ିଶା ହୋମ୍ ଆଣ୍ଡ୍ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଛି । ୨୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଲୁକ୍ ଆଉଟ ସର୍କୁଲାର ଜାରି କରିଛି ଇଓଡବ୍ଲ୍ୟୁ(EOW) ।
ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଆପାର୍ଟମେଣ୍ଟ ଓ ଫ୍ଲାଟ ଯୋଗାଇଦେବାକୁ କହି ମନୋଜ ଲୋକଙ୍କ ଠାରୁ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଥିଲା । ୨୦୧୩ରୁ ୨୦୧୬ ମଧ୍ୟରେ ୪୨ଜଣଙ୍କ ଠାରୁ ୨୦ କୋଟି ଟଙ୍କା ନେଇଥିଲା ସଂସ୍ଥା । ୨୦୧୮ ସୁଦ୍ଧା ଫ୍ଲାଟ ଯୋଗାଇଦେବାକୁ କହିଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ନଦେଇ ଛୁ ମାରିଥିଲେ ମନୋଜ ପଣ୍ଡା । ଏନେଇ ଜମାକାରୀ ମାନେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡବ୍ଲ୍ୟୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663937514.jpg)