Advertisment

ସ୍ତ୍ରୀର ନିର୍ଯାତନା ମୁଁ ସହିପାରୁନି...ଜୀବନ ହାରିବାକୁ ନିଷ୍ପତ୍ତି ନେଲି

ଦିନେ ଏକା ସାଙ୍ଗରେ ବଜାର ବୁଲୁଥିଲେ, ଫଟୋ ବି ଉଠାଉଥିଲେ । ହେଲେ ଏବେ ତାଙ୍କ ଫଟୋରେ ଫୁଲ ଦେଉଛନ୍ତି ପରିବାର ଲୋକ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ପୂରା ସତ । ସ୍ୱାମୀ କି ଶାଶୂଘର ଲୋକ ବୋହୂକୁ ନିର୍ଯାତନା ଦେଇନାହାନ୍ତି ବରଂ ସ୍ତ୍ରୀର ନିର୍ଯାତନାରେ ଜୀବନ ହାରିଛନ୍ତି ସ୍ୱାମୀ । ଯାହାକୁ ନେଇ ଏବେ ପୂରା ରାଜଗାଙ୍ଗପୁରରେ ଚର୍ଚ୍ଚା ।

ଅଦ୍ୟତନ ହୋଇଛି
Husband Wife Issue

Husband Wife Issue

Advertisment

ମୋ ଦ୍ବିତୀୟ ସ୍ତ୍ରୀ ମତେ ଭାରି ମାନସିକ ନିର୍ଯାତନା ଦେଉଥିଲା...ମତେ ଭାରି କଷ୍ଟ ହେଉଥିଲା । ହାତ ଧରି ଯେତେବେଳେ ବାହା ହୋଇଥିଲି ତାକୁ ଛାଡିଥାଆନ୍ତି ବା କେମିତି? ହେଲେ ଦିନକୁ ଦିନ ତା’ର ନିର୍ଯାତନା ଅସହ୍ୟ ହେଉଥିଲା । ମୁଁ ଆଉ ସହିପାରୁନି । ଏମିତିକି ବାପା-ମାଆଙ୍କ ସହ ଭଲରେ କଥା ହେଲେ ସେ ରାଗୁଥିଲା । ଯେଉଁମାନେ ମତେ ଜନ୍ମ କରିଛନ୍ତି ସେମାନଙ୍କଠାରୁ ମତେ ଦୂରେଇ ଦେବାକୁ ଚେଷ୍ଟା କରୁଥିଲା । ଏମିତି ସ୍ଥିତିରେ ମୁଁ ବଞ୍ଚିପାରିବିନି...ମୁଁ ଯାଉଛି...ବହୁତ ଦୂରକୁ ଯାଉଛି...

Advertisment

ବେଦୀରେ ଯାହାକୁ ହାତ ଧରି ବାହା ହୋଇଥିଲେ... ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ, ସିଏ ଯେତେବେଳେ ସ୍ୱାର୍ଥପର ହୁଏ ସେତେବେଳେ ମଣିଷ କରିବ ବା କଣ ? ବାସ୍‌ ଏହି କଥା ଭାବି ଭାବି ଜୀବନ ହାରିଦେବା ପାଇଁ ନିଷ୍ପତ୍ତି ନେଲେ । ଖାଲି ନିଷ୍ପତ୍ତି ନେଲେ ତାହା ନୁହେଁ ବରଂ ଏହି ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଲା ।

ଦିନେ ଏକା ସାଙ୍ଗରେ ବଜାର ବୁଲୁଥିଲେ, ଫଟୋ ବି ଉଠାଉଥିଲେ । ହେଲେ ଏବେ ତାଙ୍କ ଫଟୋରେ ଫୁଲ ଦେଉଛନ୍ତି ପରିବାର ଲୋକ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ପୂରା ସତ । ସ୍ୱାମୀ କି ଶାଶୂଘର ଲୋକ ବୋହୂକୁ ନିର୍ଯାତନା ଦେଇନାହାନ୍ତି ବରଂ ସ୍ତ୍ରୀର ନିର୍ଯାତନାରେ ଜୀବନ ହାରିଛନ୍ତି ସ୍ୱାମୀ । ଯାହାକୁ ନେଇ ଏବେ ପୂରା ରାଜଗାଙ୍ଗପୁରରେ ଚର୍ଚ୍ଚା ।

Advertisment

ଅଭିନନ୍ଦନ ରାୟ ଚୌଧୁରୀ...ପ୍ରଥମ ସ୍ତ୍ରୀ ସହିତ ଛାଡପତ୍ର ହେବା ପରେ ଦ୍ୱିତୀୟ ବିବାହ କରିଥିଲେ । ଶ୍ୱେତା ମଧ୍ୟ ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ଏହି ବିବାହ ଅଭିନନ୍ଦନ ରାୟଙ୍କୁ ମହଙ୍ଗା ପଡିଛି । ଯେଉଁଥି ଲାଗି ତାଙ୍କର ଜୀବନ ବି ଯାଇଛି । ତେବେ ପୂରା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେବା ସହିତ ଘଟଣା କଣ ଥିଲା ତାହାକୁ ନେଇ ପୁଣି ଥରେ ତଦନ୍ତ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ତେବେ ଦୁଇବର୍ଷ ତଳେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ସେପଟେ ଘଟଣାର ତଦନ୍ତ ଭାର ଏସଡିପିଓଙ୍କୁ ଦିଆଯାଇଛ । ଖୁବଶୀଘ୍ର ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଏଏସ୍‌ପି ।

(ରାଜଗାଙ୍ଗପୁରରୁ ବିଶ୍ୱକେତନ ରାୟଙ୍କ ରିପୋର୍ଟ)

Crime Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ