Advertisment

ବାଉଁଶ ବାନ୍ଧି ବେଆଇନ ଟୋଲ୍‌ ଆଦାୟ, ପ୍ରଶାସନ ପାଖରେ ନାହିଁ ଖବର

୧୦ ବର୍ଷ ହେବ ଏମିତି ବେଆଇନ ଚେକ୍ ଗେଟ୍‌ରୁ ପଇସା ଆଦାୟ ହେଉଛି।

illegal toll collection

illegal toll collection

Advertisment

ଛପର ଘର, ରାସ୍ତା ଉପରେ ଭଙ୍ଗାଦଦରା ବାଉଁଶ ବାନ୍ଧି ଟୋଲ୍‌ ଆଦାୟ ହେଉଛି। ମନଇଚ୍ଛା ଆଦାୟ ହେଉଛି ଟଙ୍କା। ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଚାଲିଛି ଏମିତି ଭାବରେ ଟଙ୍କା ଆଦାୟ। ଜାତୀୟ ରାଜପଥ କି ପ୍ରଶାସନର ଅନୁମତି ବି ନାହିଁ। ହେଲେ ବେଧଡକ ଚାଲିଛି ଟଙ୍କା ଆଦାୟ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା-ଛତିଶଗଡ଼ ସୀମା ଚେକ୍‌ ଗେଟ୍‌ରେ। ଅଫିସ୍‌ ଅଛି, ବାଉଁଶ ବାନ୍ଧି ଏକ ତନଖି ଫାଟକ କରା ଯାଇଛି।

Advertisment

ଏ ରାସ୍ତା ଦେଇ ଯିଏ ବି ଯିବ ତାକୁ ଟୋଲ ଟ୍ୟାକ୍ସ ଦେବାକୁ ପଡିବ। ବାଇକକୁ ୧୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୪ ଚକିଆ ଯାନକୁ ୭୦ ଟଙ୍କା । ରସିଦ୍ ବି ଦିଆଯାଉଛି । ବେଳେ ବେଳେ ମନଇଚ୍ଛା ଟଙ୍କା ଆଦାୟ ହେଉଥିବା ନେଇ ଅଭିଯୋଗ ବି ହୋଇଛି। ଏମିତି ଏକ ଚେକ୍ ଗେଟ୍ ଅଛି ନୂଆପଡା ଜିଲ୍ଲା ସଦର ବ୍ଲକ ଭାଲେଶ୍ୱର ପଂଚାୟତର ଆମୋଦି ଗାଁରେ। ଆମୋଦି ଗାଁ ପରେ ରହିଛି ଜୋଙ୍କ ନଦୀ, ଆଉ ନଦୀ ଆର ପଟେ ଛତିଶଗଡ ରାଜ୍ୟର ଚରୋଦା ଗାଁ । ଆଉ ଏ ରାସ୍ତାରେ ଅଛି ଏହି ପ୍ରାଇଭେଟ୍ ଚେକ୍ ଗେଟ୍ ।

କର୍ମଚାରୀ ବି ୨୪ ଘଂଟା କାମ କରୁଛନ୍ତି ଆଉ ଯିବା ଆସିବା କରୁଥିବା ଯାତ୍ରୀଙ୍କଠାରୁ ଟ୍ୟାକ୍ସ ଆଦାୟ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏ ଗେଟ୍‌ରେ ପାଖାପାଖି ୧୦ ବର୍ଷ ହେବ ଏମିତି ବେଆଇନ ଟଙ୍କା ଆଦାୟ ହେଉଛି। ଯଦିଓ ଏହି ଗେଟ୍‌ରେ ପଂଚାୟତର ରସିଦ ଦିଆଯାଉଛି କିନ୍ତୁ ପଂଚାୟତ ପାଖରେ ଏନେଇ କୌଣସି ଖବର ନାହିଁ । ଗାଁର ଜଣେ ବ୍ୟକ୍ତି ବେଆଇନ୍ ଭାବରେ ଏ ଚେକ୍ ଗେଟ୍ ଚଲାଇଥିବା ଜଣାପଡ଼ିଛି ।

Advertisment

୧୦ ବର୍ଷ ପରେ ବି ସରକାର କିମ୍ବା ଜିଲ୍ଲା ପ୍ରଶାସନ ପାଖରେ ଏ ପ୍ରାଇଭେଟ୍ ଚେକ୍ ଗେଟ୍ ସଂପର୍କରେ କୌଣସି ସୂଚନା ନ ଥିବା ଆଶ୍ଚର୍ଯ୍ୟ କରିଛି। ଆମେ ଏ ସଂପର୍କରେ ନୂଆପଡା ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲୁ। ଘଟଣାର ଅନୁସନ୍ଧାନ କରି ଚେକ୍ ଗେଟକୁ ବନ୍ଦ କରିବାକୁ କଥା ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା କି ୧୦ ବର୍ଷ ହେବ ଏମିତି ବେଆଇନ ଚେକ୍ ଗେଟ୍‌ରୁ ପଇସା ଆଦାୟ ହେଉଛି। ହେଲେ ପ୍ରଶାସନ ପାଖରେ କୌଣସି ଖବର ନାହିଁ।

ରିପୋର୍ଟ: ମାୟାଧର ସରାଫ

Illegal Toll Collection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ