Former Chatrapur MLA Narayan Reddy
୨୫ ବର୍ଷ ତଳର ଟାଟା କମ୍ପାନୀ ଜମି ଅଧିଗ୍ରହଣ ବେଳେ ହତ୍ୟା ମାମଲାର ଆସିଛି ରାୟ। ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସହ ୧୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଏଡିଜେ କୋର୍ଟ। ଘଟଣାରେ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କର ଏ ଭିତରେ ମୃତ୍ୟୁ ହୋଇସାରିଛି। ସେପଟେ ଆଜୀବନ ସଜା ପାଇଥିବା ନାରାୟଣ ରେଡ୍ଡୀ କହିଛନ୍ତି, ଏହି ରାୟ ସରକାରଙ୍କ ଦ୍ୱାରା ପ୍ରଭାବିତ। ଏହା ବିରୋଧରେ ସେ ଉପର କୋର୍ଟକୁ ଯିବେ।...
ମେ ୧୮, ୧୯୯୮। ଗୋପାଳପୁରରେ ଏସିଆର ସର୍ବବୃହତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡିଥିଲା ଟାଟା କମ୍ପାନୀ। ସ୍ଥାନୀୟ ଅଂଚଳରେ ୩ ହଜାର ଏକର ଜମି ଅଧିଗ୍ରହଣ ବି କରିଥିଲା। ତେବେ ଟାଟାର ଏହି ପ୍ରକଳ୍ପ ବିରୋଧରେ ପ୍ରବଳ ବିରୋଧ ମୁଣ୍ଡ ଟେକିଥିଲା। ଅଳ୍ପ ମୂଲ୍ୟରେ ଚାଷୀଙ୍କ ଉର୍ବର ଜମି କମ୍ପାନୀ ହାତରେ ଟେକାଯାଇଥିବାରୁ ତେଜିଥିଲା ପ୍ରତିବାଦ। ସ୍ଥାନୀୟ ଅଂଚଳରେ ପ୍ରକଳ୍ପ କରାଇନଦେବାକୁ ଲୋକ ସଂଗ୍ରାମ ସମିତି ଗଠନ ହୋଇଥିଲା। ଯାହାର ନେତୃତ୍ୱ ନେଇଥିଲେ ନାରାୟଣ ରେଡ୍ଡୀ।
ସେଦିନ ଛତ୍ରପୁର ସିନ୍ଧି ଗାଁର ଏକ ସ୍କୁଲରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଟାଟା କମ୍ପାନୀ ଅଧିକାରୀଙ୍କ ସହ ଏସ୍ ପି, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଆଲୋଚନା ବେଳେ ହଠାତ୍ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପରେ ତୁହାକୁ ତୁହା ବୋମାମାଡରେ ଥରି ଉଠିଥିଲା ବୈଠକ ଅଂଚଳ।ମାରପିଟ୍ ଓ ବୋମାମାଡରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେର।
ସେତେବେଳେ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା ଏହି ଘଟଣା। ବଡ଼ କଥା ହେଉଛି ଯେ, ଏହି ଘଟଣା ପରେ ପରେ ଗୋପାଳପୁରରେ ମେଗା ପ୍ରକଳ୍ପରୁ ଓହରିଯାଇଥିଲା ଟାଟା। ହତ୍ୟା ମାମଲାରେ ଜେଲରେ ବର୍ଷେ ୧୦ ମାସ ସଜ୍ଜା କାଟିଥିଲେ ନାରାୟଣ। ଦୁଇ ଦୁଇ ଥର ଏନଏସଏ ଲାଗୁ ହୋଇଥିଲା। ତେବେ ଟାଟା କମ୍ପାନୀ ବିରୋଧରେ ଜନମତ ସଂଗ୍ରହ କରି ନାରାୟଣ ରେଡ୍ଡୀ ପାଲଟିଯାଇଥିଲେ ଲୋକଙ୍କ ନେତା। ୨୦୦୪ରୁ ୨୦୦୯ ଯାଏଁ ସିପିଆଇ ଟିକେଟରେ ନାରାୟଣ ବନିଥିଲେ ଛତ୍ରପୁରର ବିଧାୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690815483.jpg)