Advertisment

Shocking News : ଛାତ୍ର ମାଡ଼ରେ ଅଧ୍ୟାପକ ମୃତ

କି କୁଳାଙ୍ଗାର ଛାତ୍ର ସେ...ତାଗିଦ କରିବାରୁ ହିଂସ୍ରକ ରାକ୍ଷସ ପାଲଟି ଯାଇଥିଲା..ଭଗବାନ ସଦୃଶ ଗୁରୁଙ୍କୁ ଆକ୍ରମଣ କରିଥିଲା.. ୯ମାସ ଧରି ଚିକିତ୍ସାଧୀନ ରହିବା ପରେ ଅଧ୍ୟାପକ ଅମିତଙ୍କର ମୃତ୍ୟୁ ଘଟିଛି

ଅଦ୍ୟତନ ହୋଇଛି
death

death

Advertisment

ଛାତ୍ର ମାଡ଼ରେ ଗୁରୁତର ଅଧ୍ୟାପକଙ୍କର ମୃତ୍ୟୁ । ୯ ମାସ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଜୀବନ ହାରିଛନ୍ତି ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ । ମୃତ ଅଧ୍ୟାପକ ଜଣଙ୍କ ହେଲେ ଅମିତ ବାରିକ । ଅମିତ କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ।

Advertisment

ଗତ ଫେବୃୟାରୀ ୨୨ ତାରିଖରେ ମୃତ ଅଧ୍ୟାପକ ଅମିତ ବାରିକ କଲେଜରେ କ୍ଲାସ ନେଉଥିବା ବେଳେ ବିଳମ୍ବରେ ଆସିଥିବା ଯୋଗୁଁ ଜଣେ ଛାତ୍ରଙ୍କୁ ତାଗିଦ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଛାତ୍ର ଜଣକ ଉତକ୍ଷିପ୍ତ ହୋଇ ଅଧ୍ୟାପକ ଅମିତଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ଜିଲ୍ଲା ହସପିଟାଲ ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଗତ ୯ ମାସ ଧରି ବୁର୍ଲାରେ ଚିକିତ୍ସାଧୀନ ଥିଲେ । ହେଲେ ଶେଷରେ ତାଙ୍କର ପ୍ରାଣ ଚାଲିଯାଇଛି । ଅଧ୍ୟାପକ ଅମିତ ବାରିକଙ୍କୁ ମାଡ଼ ମାରିବା ଘଟଣା ପରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଥିଲା ପୋଲିସ ।

Advertisment
Death Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ