Advertisment

Naba Das Brother Under IT Scanner: ନବ ଦାସଙ୍କ ଭାଇଙ୍କ ଘରେ ପଶିଲା ଆୟକର ବିଭାଗ

ବ୍ରଜ ଦାସ ଆୟକର ଫାଙ୍କିଛନ୍ତି ନା ଏହା ରୁଟିନ୍‌ ଚେକ୍‌ ପାଇଁ ରେଡ୍ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ।

ଅଦ୍ୟତନ ହୋଇଛି
IT Raid

IT Raid

Advertisment

ଅଡୁଆରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଭାଇ ବ୍ରଜ ଦାସ। ଆଜି ସକାଳେ ତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।  ବ୍ରଜଙ୍କ ଧନକଉଡା ସ୍ଥିତ ବାସଭବନରେ ରେଡ୍ କରୁଛି ଆୟକର ବିଭାଗର ଟିମ୍। ତେବେ କାହିଁକି ଏବଂ କେଉଁ ଲିଙ୍କରେ ଏହି ରେଡ୍ ଚାଲିଛି ତାହା ଜଣାପଡ଼ି ନାହିଁ।

Advertisment

ବ୍ରଜ ଦାସ ଆୟକର ଫାଙ୍କିଛନ୍ତି ନା ଏହା ରୁଟିନ୍‌ ଚେକ୍‌ ପାଇଁ ରେଡ୍ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଛତିଶଗଡ଼ ଓ ଭୁବନେଶ୍ୱରର ଆୟକର ବିଭାଗର ଅଧିକାରୀ ଏହି ରେଡରେ ସାମିଲ ହୋଇଛନ୍ତି। 

ବ୍ରଜ ଦାସ ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର। ତେବେ ରେଡ୍‌ ନେଇ ଆୟକର ଅଧିକାରୀ କିମ୍ବା ବ୍ରଜ ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

Advertisment

ସୂଚନାଯୋଗ୍ୟ, କିଛି ବର୍ଷ ପୂର୍ବରୁ  ବ୍ରଜଙ୍କ ଘରେ ରେଡ୍ କରିଥିଲା ଆୟକର ଟିମ୍। ତେବେ ରେଡ୍‌ ବେଳେ ବ୍ରଜଙ୍କ ଘରେ କ’ଣ ସବୁ ମିଳିଥିଲା, ତାହା ଜଣାପଡ଼ି ନଥିଲା।

ନବ ଦାସ ଭାଇଙ୍କ ଘର ସମେତ ରାଜ୍ୟରେ ୨୦ ଟି ସ୍ଥାନରେ ଆଇଟି ରେଡ୍‌ କରାଯାଇଛି। ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗିର ସମେତ ୨୦ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି।

Advertisment

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ  ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲ। ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Naba Das I-T Raids
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ