Advertisment

ଶିକ୍ଷୟିତ୍ରୀ ନିଖୋଜ, ଫୋନ୍‌ ସ୍ୱିଚ୍‌ ଅଫ୍‌

କୁଆଡ଼େ ଗଲେ ଶିକ୍ଷୟିତ୍ରୀ ? ଫୋନ୍ ସ୍ୱିଚ୍‌ ଅଫ୍ ଆସିଥିଲା ଓ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ମମିତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ।

ଅଦ୍ୟତନ ହୋଇଛି
Lady Teacher Missing

Lady Teacher Missing

Advertisment

ବଲାଙ୍ଗିର: କୁଆଡ଼େ ଗଲେ ଶିକ୍ଷୟିତ୍ରୀ ? କଳାହାଣ୍ଡି ମହାଲିଙ୍ଗର ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ଗତ ସପ୍ତାହେ ଧରି ନିଖୋଜ ଅଛନ୍ତି। ବଲାଙ୍ଗିର ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ଗାଁର ମମିତା ମେହେର ସ୍କୁଲ ଯିବା ପାଇଁ ୮ ତାରିଖରେ ଘରୁ ବାହାରିଥିଲେ। ହେଲେ ସେବେଠୁ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ। ସେ ଜୀବିତ ନା ମୃତ, ତାହା ମଧ୍ୟ ଜଣାପଡ଼ି ନାହିଁ।

Advertisment

ଅଭିଯୋଗ ଅନୁସାରେ, ଗତ ୭ ତାରିଖରେ ଘରୋଇ ସ୍କୁଲର ମାଲିକ ମମିତାଙ୍କୁ ସ୍କୁଲ ଆସିବାକୁ ଫୋନ୍ କରି କହିଥିଲେ। ସିନ୍ଧେକେଲା ଚାନ୍ଦୋତରା ଯାଏ ମମିତା ଆସିଥାନ୍ତେ ଓ ସେଠାରୁ କାର୍‌ର ବ୍ୟବସ୍ଥା ହୋଇଥିବା ମାଲିକ କହିଥିବା ଶିକ୍ଷୟିତ୍ରୀଙ୍କ ପରିବାର ଲୋକ କହିଛନ୍ତି। ହେଲେ ତା’ ପର ଦିନ ଅର୍ଥାତ୍‌ ୮ ତାରିଖରେ ମମିତା ଚାନ୍ଦୋତରା ଯାଏ ଆସିବା ପରେ ତାଙ୍କ ଫୋନ୍ ସ୍ୱିଚ୍‌ ଅଫ୍ ଆସିଥିଲା। ତାଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ମମିତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ।

Advertisment

ମମିତାଙ୍କ ପରିବାର ଲୋକ ଘରୋଇ ସ୍କୁଲ ମାଲିକଙ୍କ ନାଁରେ ଅପହରଣ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍ ସ୍କୁଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତାଙ୍କ କାର୍‌କୁ ଜବତ କରିଛି। ଏହାସହ ଘଟଣାର ତଦନ୍ତ ଜାରି ରଖିଛି। ହେଲେ ଘଟଣାକୁ ସପ୍ତାହେ ବିତି ଯାଇଥିଲେ ସୁଦ୍ଧା ମମିତାଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରି ନାହିଁ। 

Lady Teacher Missing Bolangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ