Advertisment

ମହାଲିଙ୍ଗର ମହାପାପର ମହାଖୁଲାସା ! ୧୦ ଫୁଟ୍‌ ତଳେ ମୃତଦେହ ଥିବା ପୋଲିସ ଜାଣିଲା କେମିତି?

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ମହାଖୁଲାସା ହୋଇଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ସୁନା ଚେନ୍ ସହ ପାଉଁଜି ଜବତ କରିଛି ପୋଲିସ

Lady Teacher Missing Probe

Lady Teacher Missing Probe

Advertisment

ବଲାଙ୍ଗିର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ମହାଖୁଲାସା ହୋଇଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ସୁନା ଚେନ୍ ସହ ପାଉଁଜି ଜବତ କରିଛି ପୋଲିସ । ତାସହ ମୃତଦେହର ଅବଶେଷ ମିଳିଛି କ୍ୟାମ୍ପସର ନିର୍ମାଣାଧିନ ଖେଳପଡ଼ିଆରୁ। ତେବେ ମୃତଦେହଟି କାହାର, ତାର ପ୍ରମାଣ ପାଇଁ ଡିଏନ୍ଏ ଟେଷ୍ଟ କରାଇବ ପୋଲିସ। ଏସବୁ ଭିତରେ ଆଜି ଚାଞ୍ଚଲ୍ୟକର ବୟାନ ଦେଇ ପୋଲିସର ପାରିବା ପଣିଆ ଉପରକୁ ଅଙ୍ଗୁଳି ଉଠାଇବା ସହ ମମିତାଙ୍କ ପରିବାର ଲୋକେ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି ମୁହଁ ନ ଖୋଲିବାକୁ କହିଥିଲା ପୋଲିସ୍।

Advertisment

ମମିତା-ମିସିଂ-ମିଷ୍ଟ୍ରିର ପର୍ଦ୍ଦାଫାସ ହେଲା। ମହାଲିଙ୍ଗର ମହାପାପର ହୋଇଛି ମହାଖୁଲାସା। ଆଜିକୁ ୧୨ ଦିନ ଧରି ନିଖୋଜ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହେବାକୁ ଯାଉଛି। ଯେଉଁ କ୍ୟାମ୍ପସରେ ଶିକ୍ଷାଦାନ କରୁଥିଲେ ମମିତା, ସେହି କ୍ୟାମ୍ପସର ନିର୍ମାଣାଧିନ ଖେଳପଡ଼ିଆରୁ ମିଳିଛି ତାଙ୍କ ସୁନା ଚେନ ଆଉ ପାଉଁଜି । ଯାହାକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ । ହେଲେ ମୃତଦେହର ଅବଶେଷଟି କାହାର, ସେକଥା କିନ୍ତୁ ପ୍ରମାଣିତ ହୋଇପାରିନି । କାରଣ ଦଗ୍ଧ ଏବଂ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି ମୃତଦେହର ଅବଶେଷ। ସମୟ ସକାଳ ପ୍ରାୟ ୧୦ଟା ହେବ, ପୂର୍ବ ସୂଚନା ମୂତାବକ ଗତ ରାତିରୁ ଷ୍ଟାଡିୟମକୁ ସିଲ୍ କରି ରଖିଥିବା ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ମାଟିଖୋଳା। ବ୍ୟବହାର କରାଯାଇଥିଲା ଜେସିବି। କାରଣ ପ୍ରାୟ ୧୦ ଫୁଟ୍ ତଳେ ପୋତାଯାଇଥିଲା ମୃତଦେହ। ଆଉ ୨ ଘଣ୍ଟାର ଖନନ ପରେ ପୋଡ଼ା କାଠ ଏବଂ ଟାୟାର ସହ ଉଦ୍ଧାର ହେଲା ମୃତଦେହର ଅବଶେଷ । ଯାହାର ପରିଚୟ ପାଇଁ ଡିଏନ୍ଏ ଟେଷ୍ଟ କରିବ ପୋଲିସ। ତେବେ ପରିବାର ଲୋକେ କହିଛନ୍ତି ଚେନ୍ ଏବଂ ପାଉଁଜି ମମିତାଙ୍କର,ଯାହାକୁ ଗତ ୮ ତାରିଖରେ ପିନ୍ଧି ଘରୁ ବାହାରିଥିଲେ ମମିତା।

Advertisment

ତେବେ ପୋଲିସ କେମିତି ଜାଣିଲା ଏହି ନିର୍ମାଣାଧିନ ଷ୍ଟାଡ଼ିୟମରେ ପୋତାଯାଇଛି ମରଶରୀର ବୋଲି ? କିଏ ସେହି ବ୍ୟକ୍ତି ଯିଏ ଏହି ଗୁପ୍ତ ଅପରାଧ ସମ୍ପର୍କରେ ଦେଇଥିଲା ପକ୍କା ତଥ୍ୟ ? ଗତକାଲିଠୁ ପୋଲିସ ହେପାଜତରେ ଥିବା ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରିନ୍ସିପାଲ ରଞ୍ଜିତ ସାହୁଙ୍କ କଣ ରହିଛି ଭୂମିକା ? ଏସବୁ ପ୍ରଶ୍ନ ଭିତରେ ଓଟିଭିକୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମମିତାଙ୍କ ବଡ଼ବାପା। କହିଛନ୍ତି ଅକ୍ଟୋବର ୮ରେ ଫୋନ୍ କଲ ପାଇ ବଲାଙ୍ଗିର ତୁରେକେଲା ନିକଟ ନିଜ ଗାଁ ଝର୍ନିରୁ ମହାଲିଙ୍ଗ୍ ଅଭିମୁଖେ ଯାଇଥିଲେ ମମିତା। ଏକମାତ୍ର ବଜରଙ୍ଗବଲି ବସରେ ମମିତା ବାହାରିଥିବାବେଳେ ସିନ୍ଧେକେଲା। ଚାନ୍ଦତରାରେ ଏକ କାରରେ ମମିତାଙ୍କୁ ରିସିଭ୍ କରିଥିଲେ ଗୋବିନ୍ଦ। ଏହି କାରରେ ଯାଇ ଉଭୟେ ବୁଲାବୁଲି କରିଛନ୍ତି, ମାର୍କେଟିଂ ବି କରିଛନ୍ତି। ଯାହାର ସିସିଟିଭି ଫୁଟେଜ୍ ଲାଗିଛି ପୋଲିସ ହାତରେ। ତାପରଠୁ କିନ୍ତୁ ମମିତା ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ କଳାହାଣ୍ଡି କେଗାଁ ଥାନାକୁ ଯାଇ ଏତଲା ବି ଦେଇଥିଲେ। କିନ୍ତୁ ଏତଲା ରଖିନଥିଲା ପୋଲିସ। ମମିତା ଜୀବିତ ଥିବା କହି ପୋଲିସ ପରିବାରକୁ ବୁଝାସୁଝା କରିବା ସହ କାହାକୁ ନକହିବାକୁ ତାଗିଦ୍ ବି କରିଥିଲା । ସେହି ଚାପରେ ଚୁପ୍ ଥିବା ପରିବାର ଲୋକେ ଝିଅ ନଫେରିବାରୁ ଗୋବିନ୍ଦକୁ ଫୋନ୍ କରିଥିଲେ । ସେହି ସମୟରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇ ତୁରନ୍ତ ଉଦ୍ଧାର କରାଯିବ ବୋଲି ମମିତାଙ୍କ ଦାଦାଙ୍କୁ ଫୋନ୍ କଲରେ କହିଥିଲା ଗୋବିନ୍ଦ।

ଶିକ୍ଷା ବ୍ୟବସାୟ ଆଳରେ ଯୌନଶୋଷଣ ଅଭିଯୋଗର ଚକ୍ରବ୍ୟୁହରେ ଥିବା ଗୋବିନ୍ଦ କାହାଠୁ ଅଭୟ ବର ପାଇ ବନିଥିଲା ପାୱାରଫୁଲ୍ ? ଶିକ୍ଷାନୁଷ୍ଠାନ ନାଁରେ ଉଠୁଥିବା ଯୌନକେଳେଙ୍କାରୀରେ କେଉଁ ବଡ଼ବଡ଼ିଆମାନେ ସଂପୃକ୍ତ ? କେତେଦିନ ଧରି ଚାଲିଥିଲା ଶିକ୍ଷା ନାଁରେ ଜଘନ୍ୟ ବେପାର ? ଏସବୁ ପ୍ରଶ୍ନର ସତ ସତ ଉତ୍ତର ଖୋଜିପାଇବ ତ ପୋଲିସ ? ଏବବେ ତାକୁ ହିଁ ଅପେକ୍ଷା ରହିଛି।

Advertisment
Odisha Balangir LadyTeacherMissingCase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ