Advertisment

ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ଗିରଫ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି।

ଅଦ୍ୟତନ ହୋଇଛି
Mamita Meher Murder Case

Lady teacher Mamita murder case: Principal of Mahaling Plus-2 College Arrested

Advertisment

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ଦ୍ୱୟ ହେଲେ- କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ, ଅଧ୍ୟାପକ କୃତି ଚନ୍ଦନ। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟେ ଗିରଫ ହୋଇଛନ୍ତି।ଉଭୟଙ୍କୁ ଗିରଫ କରି କଣ୍ଟାବାଞ୍ଜି ପୋଲିସ୍‌ କୋର୍ଟ ଚାଲାଣ କରିଛି।

Advertisment

ଗତକାଲି ରାତିରେ ପୋଲିସ୍‌ ରଞ୍ଜିତ ଓ କୃତିଙ୍କୁ ଉଠାଇ ଆଣି ପଚରାଉଚରା କରୁଥିଲା। ସୂଚନାଥାଉ କି, ଗତ ୨୦୨୧, ଅକ୍ଟୋବର ୮ ତାରିଖରୁ ନିଖୋଜ ଥିବା ଝରଣୀ ଗାଁର ମମିତା ମେହେରଙ୍କ ପୋଡ଼ା ଶବ ମିଳିଥିଲା।

ମମିତା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଗୋବିନ୍ଦ ସାହୁ ଜେଲ୍‌ରେ ଅଛନ୍ତି। ଏହାସହ ତାଙ୍କ ସାଥି ରାଧେଶ୍ୟାମ ଚଣ୍ଡି ମଧ୍ୟ ଜେଲ୍‌ରେ ଅଛନ୍ତି। କଣ୍ଟାବାଞ୍ଜି କୋର୍ଟରେ ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି। ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ଗିରଫ ୨ ଜଣ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଥିଲା। 

Advertisment
Mamita Meher Murder Case Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ