Advertisment

ଭୁବନେଶ୍ୱରରେ ଆତଙ୍କରାଜ: ବିଚ୍‌ ରାସ୍ତାରେ ମହିଳା ପୋଲିସ୍‌ଙ୍କୁ ଗୋଡ଼ାଇଲେ,ଜୀବନ ବଞ୍ଚାଇବା ପାଇଁ...

ବିଚ୍ ରାସ୍ତାରେ ଭୁବନେଶ୍ୱରରେ ଜଣେ ମହିଳା ପୋଲିସ୍‌ଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Lady Cop Targeted By Miscreants In Bhubaneswar

Lady Cop Targeted By Miscreants In Bhubaneswar

Advertisment

ନୂଆବର୍ଷ ରାତିରେ ରାଜଧାନୀ ମାତିଲେ ଅପରାଧୀ। ଏଠି ପୋଲିସ୍ ବି ଅସୁରକ୍ଷିତ ? ବିଚ୍ ରାସ୍ତାରେ ଭୁବନେଶ୍ୱରରେ ଜଣେ ମହିଳା ପୋଲିସ୍‌ଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ପୋଲିସ୍ SI ଶୁଭଶ୍ରୀ ନାୟକ ମହିଳା ଥାନାରୁ ଡ୍ୟୁଟି ସାରି ଘରକୁ ଫେରୁଥିଲେ। ଏହି ସମୟରେ ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍‌କୁ ଏକ ଇନୋଭା ଧକ୍କା ଦେବାକୁ ଚେଷ୍ଟା କରିଥିଲା।

ଏପରିକି ମହିଳା ପୋଲିସ୍ ଅଧିକାରୀଙ୍କୁ ଗୋଡ଼ାଇ ଥିଲେ ଦୁର୍ବୃତ୍ତ। ଶେଷରେ ନିଜର ସୁରକ୍ଷା ପାଇଁ ପୋଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତରକୁ ଯାଇଥିଲେ SI ଶୁଭଶ୍ରୀ। ହେଲେ ଏତିକିରେ ଥମି ନଥିଲା ଦୁର୍ବୃତ୍ତଙ୍କ ଆତଙ୍କରାଜ। ପୋଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତର ଯାଏ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇଥିଲେ। 

Advertisment

ସାହାଯ୍ୟ ପାଇଁ ଚିତ୍କାର କରିବା ପରେ ପୋଲିସ୍ ଅଧିକାରୀ ମହିଳା ଅଧିକାରୀଙ୍କୁ ରକ୍ଷା କରିଥିଲେ। ଏବେ ଏହି ଘଟଣା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଯେଉଁଠି ପୋଲିସ୍‌ ସୁରକ୍ଷିତ ନୁହେଁ, ସେଠି ଜଣେ ସାଧାରଣ ଲୋକ ନିଜକୁ କେମିତି ସୁରକ୍ଷିତ ମନେ କରିବେ ? 

Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ