Advertisment

ଝାରପଡ଼ା ଜେଲରେ ଫିଟିବ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ୍‌ଙ୍କ କ୍ରାଇମ୍ ସିଣ୍ଡିକେଟ୍‌ର ରହସ୍ୟ !

ଜେଲରେ ହେବ ଜେରା ! ସତ ଓଗାଳିବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର କ୍ରାଇମ୍ ସିଣ୍ଡିକେଟ୍‌ର ରହସ୍ୟ ଭେଦ କରିବାକୁ ତାକୁ ସେହି ଝାରପଡ଼ା ଜେଲର ଚାରିକାନ୍ଥ ଭିତରେ ହିଁ ପଚରାଉଚରା କରିବାକୁ ଯୋଜନା କରୁଛି କମିଶନରେଟ୍ ପୋଲିସ ।

Archana Nag

Archana Nag

Advertisment

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର କ୍ରାଇମ୍ ସିଣ୍ଡିକେଟ୍ ସମ୍ପର୍କରେ ତଥ୍ୟ ହାସଲ ଲାଗି ତାକୁ ଝାରପଡ଼ା ଜେଲରେ ଜେରା କରିପାରେ କମିଶନରେଟ୍ ପୋଲିସ । ଏନେଇ କୋର୍ଟଙ୍କ ଅନୁମତି ଆଣିବାକୁ ପୋଲିସ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ତେବେ ଅର୍ଚ୍ଚନାଙ୍କୁ କେବେ ଜେରା ହେବ, ତାହା ସ୍ଥିର ହୋଇନି ।

Advertisment

ଏପଟେ ଆଜି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁର ଦାମୀ ହାର୍ଲି ଡାଭିଡ୍‌ସନ୍‌ ବାଇକ୍‌କୁ ଘୋଡ଼ାଇ ଏକ ଡାଲା ଅଟୋରେ ରସୁଲଗଡ଼ର ଏକ ଆପାର୍ଟମେଣ୍ଟରୁ ନିଆଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସେହିଭଳି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ଅର୍ଚ୍ଚନା ଲିଙ୍କ୍ ସମ୍ପର୍କରେ ଜଗବନ୍ଧୁଙ୍କ ପାରିବାରିକ ପୁରୋହିତ ଅଧିକ ଖୁଲାସା କରିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୂର୍ଯ୍ୟ ପାତ୍ର ।

ଜେଲରେ ହେବ ଜେରା ! ସତ ଓଗାଳିବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର କ୍ରାଇମ୍ ସିଣ୍ଡିକେଟ୍‌ର ରହସ୍ୟ ଭେଦ କରିବାକୁ ତାକୁ ସେହି ଝାରପଡ଼ା ଜେଲର ଚାରିକାନ୍ଥ ଭିତରେ ହିଁ ପଚରାଉଚରା କରିବାକୁ ଯୋଜନା କରୁଛି କମିଶନରେଟ୍ ପୋଲିସ ।

Advertisment

ସୂଚନା ଅନୁସାରେ, ଅର୍ଚ୍ଚନାର କଳାଧନ୍ଦାରେ ରାଜ୍ୟର ନାମୀଦାମୀ ଲୋକଙ୍କ ନାଁ ଯୋଡ଼ି ହୋଇଥିବା ଏବଂ ଏ ତାଲିକା ଲମ୍ବିଚାଲିଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ବଢୁଛି । କେବଳ ସେ ଦୃଷ୍ଟିରୁ ଅର୍ଚ୍ଚନାକୁ ଝାରପଡ଼ା ଜେଲରୁ ବାହାରକୁ ଆଣିବାକୁ ପୋଲିସ୍ ସୁରକ୍ଷିତ ମଣୁନଥିବା କୁହାଯାଉଛି । ପୂର୍ବରୁ ଜାମିନ୍ ଆବେଦନ ବେଳେ ବି ଭିଡିଓ କନଫରେନସିଂରେ ହାଜର ହୋଇଥିଲେ ଅର୍ଚ୍ଚନା । ତେଣୁ ମାମଲାରେ ଅଧିକ ତଦନ୍ତ ପାଇଁ ଜେଲ୍ ପରିସରରେ ହିଁ ଜେରା କରିବାକୁ କୋର୍ଟଙ୍କ ଅନୁମତି ଆଣିବାକୁ ଚିନ୍ତା କରୁଛି ପୋଲିସ୍ । 

ଅର୍ଚ୍ଚନାଙ୍କ ମୁହଁରୁ ପୋଲିସ କେଉଁ ତଥ୍ୟ ଓଗାଳିବ, ତାର ବି ସମ୍ଭାବ୍ୟ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଉଛି ।

Advertisment
  1. ୧. ଅର୍ଚ୍ଚନାଙ୍କ ଆୟର ଉତ୍ସ କଣ?
  2. ୨. ତାଙ୍କ କ୍ରାଇମ ସିଣ୍ଡିକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି?
  3. ୩. ସେ କାହା ଛତ୍ରଛାୟା ତଳେ ରହି ନିଦ୍ଦର୍ବନ୍ଦ୍ୱରେ କଳା ଧନ୍ଦା ଚଳାଇଥିଲେ? ଏବଂ ରାଜଧାନୀରେ କେତେବର୍ଷ ଧରି ବ୍ଲାକମେଲିଂ ବେପାର କରିଆସୁଥିଲେ ଅର୍ଚ୍ଚନା ?

ଏସବୁ ପ୍ରଶ୍ନର ଉତ୍ତର ଖୋଜିବ ପୋଲିସ ।

ଏପଟେ ଗଣମାଧ୍ୟମରେ ଅର୍ଚ୍ଚନା ତନାଘନା ଭିତରେ ସାମ୍ନାକୁ ଆସିଛି ସ୍ୱାମୀ ଜଗବନ୍ଧୁ ଚଢୁଥିବା ହାର୍ଲି ଡାଭିଡ୍‌ସନ୍‌ ବାଇକ୍ । ଜଗବନ୍ଧୁଙ୍କ ନାଁରେ ଥିବା ନାଲି ରଙ୍ଗରେ ଦାମୀ ବାଇକଟି ଘଟଣା ପରଠୁ ଆଉ ଅର୍ଚ୍ଚନାଙ୍କ କୋଠାରେ ଦେଖିବାକୁ ମିଳୁନଥିଲା । ବାଇକଟି ରସୁଲଗଡ଼ ସ୍ଥିତ ଏକ ଆପାର୍ଟମେଣ୍ଟର ଥିବା ସୂଚନା ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଆଜି ଦିନ ପ୍ରାୟ ଗୋଟାଏ ବେଳେ ସେହି ଗାଡ଼ିଟିକୁ ଏଠାରୁ ପୁଣି ଅନ୍ୟ କୁଆଡ଼େ ସ୍ଥାନାନ୍ତର କରାଯାଇଥିବାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି ।

ଗାଡ଼ିଟିକୁ ଏକ ଡାଲା ଅଟୋରେ ଉଠାଇ ନିଆଯାଉଥିବା ବେଳେ ଆପାର୍ଟମେଣ୍ଟର ସିସିସିଟି କ୍ୟାମେରାରେ କଏଦ ହୋଇଥିଲା । ଏହାକୁ କିଏ, କୁଆଡ଼େ ଏବଂ କାହିଁକି ନେଇଛନ୍ତି, ତାହା ଏଯାଏଁ ସ୍ପଷ୍ଟ ହୋଇନି । ଏପଟେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ନାଁରେ ଥିବା ଆହୁରି ଅନେକ ଦାମୀ ଓ ସୌଖୀନ କାର୍ ସବୁ କୁଆଡ଼େ ଗଲା, ତାହା ବି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅର୍ଚ୍ଚନା ଲିଙ୍କ୍‌ରେ ମାଳ ମାଳ ନେତା ଓ ମନ୍ତ୍ରୀଙ୍କ ନାଁ ଆସୁଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପୂର୍ବରୁ ଅର୍ଚ୍ଚନାଙ୍କ ସହ ଫଟୋ ପୋଜ୍ ଦେଇଥିବା ସୂର୍ଯ୍ୟ ପାତ୍ରଙ୍କୁ ଅର୍ଚ୍ଚନାଙ୍କ ବଙ୍ଗଳାରେ ଅନେକ ଥର ଦେଖିଥିବା କହିଛନ୍ତି ଖୋଦ୍ ଜଗବନ୍ଧୁଙ୍କ ପାରିବାରିକ ପୁରୋହିତ । ଅର୍ଚ୍ଚନାଙ୍କ ବଙ୍ଗଳା ପ୍ରତିଷ୍ଠା ବେଳେ ସେ ହିଁ ପୂଜା କରିଥିଲେ, ଆଉ ଏ ଅବସରରେ ସୂର୍ଯ୍ୟ ପାତ୍ର ଉପସ୍ଥିତ ଥିବା କହିଛନ୍ତି । ପୁରୋହିତ ହରିଶଙ୍କର ଶତପଥୀ ତେବେ ଏନେଇ ସୂର୍ଯ୍ୟପାତ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

(ରିପୋର୍ଟର- କଟକରୁ ଗୌତମ୍ ପଣ୍ଡା ଓ ଭୁବନେଶ୍ୱରରୁ ଆଲୋକ ମହାନ୍ତି)

Lady Blackmailer Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ