Advertisment

ମହିଳା ASIଙ୍କୁ ଯୌନ ନିର୍ଯାତନା ! ‘ପ୍ରଥମେ ଶାରିରୀକ ସଂପର୍କ ରଖ, ତା’ପରେ ନିୟମିତ କରାଯିବ ଛୁଟି’

ଆଇଜିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସଂପୃକ୍ତ ମହିଳା ASIଙ୍କ ଅଭିଯୋଗ, ଗତ ଅଗଷ୍ଟରେ ନିଜ ଛୁଟିକୁ ନିୟମିତ କରିବା ପାଇଁ ସୋନପୁର ହେଡକ୍ୱାର୍ଟରର ହୋମଗାର୍ଡ ରାଜକୁମାର ପଧାନଙ୍କୁ ଯୋଗାଯୋଗ କରିଥିଲେ ।

ଅଦ୍ୟତନ ହୋଇଛି
Lady ASI accuses home guard of demanding physical favour for official work in Odisha’s Sonepur

Lady ASI accuses home guard of demanding physical favour for official work in Odisha’s Sonepur

Advertisment

ପ୍ରଥମେ ଶାରିରୀକ ସଂପର୍କ ରଖ, ତା’ପରେ ନିୟମିତ କରାଯିବ ଛୁଟି । ଏଭଳି କହି ଜଣେ ହୋମଗାର୍ଡ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ସୋନପୁରରେ କାର୍ଯ୍ୟରତ ଜଣେ ମହିଳା ASI । ଏହି ଘଟଣା ପରଠୁ ଲାଗିରହିଛି ହଇଚଇ । ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି । ଏ ସଂପର୍କରେ ଏସପିଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ, କୌଣସି ପଦକ୍ଷେପ ନିଆନଯିବାରୁ ଆଇଜିଙ୍କ ଦ୍ୱାରସ୍ଥ ହୋଇଥିଲେ ମହିଳା ASI ।

Advertisment

ଆଇଜିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସଂପୃକ୍ତ ମହିଳା ASIଙ୍କ ଅଭିଯୋଗ, ଗତ ଅଗଷ୍ଟରେ ନିଜ ଛୁଟିକୁ ନିୟମିତ କରିବା ପାଇଁ ସୋନପୁର ହେଡକ୍ୱାର୍ଟରର ହୋମଗାର୍ଡ ରାଜକୁମାର ପଧାନଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ ଶାରୀରିକ ସଂପର୍କ ରଖିଲେ ହିଁ କରେଇଦେବେ ବୋଲି କହିଥିଲେ । ତେବେ ହୋମଗାର୍ଡ ରାଜକୁମାର ପଧାନ ସୋନପୁର ଏସ୍.ପିଙ୍କ ଅତି ଅନ୍ତରଙ୍ଗ ଥିବାରୁ ମହିଳା ASI ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ବୋଲି କହିଛନ୍ତି ।

ଏ ସଂପର୍କରେ ସୋନପୁର ଏସ୍.ପି.ଙ୍କୁ ମହିଳା ASI ଜଣକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଉତ୍ତରାଞ୍ଚଳ ଆଇଜିଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । ଯାହାର ତଦନ୍ତ ଜାରି ରହିଛି । କିନ୍ତୁ, ଅଭିଯୋଗ ପରେ ମହିଳା ASIଙ୍କ ଉପରେ ରାଗ ରଖି, ତାର ଦୁଇ ଦିନ ପରେ ଗଞ୍ଜେଇ ମାମଲାରେ ଫସେଇବାକୁ ହୋମଗାର୍ଡ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ମହିଳା ASI ଜଣକ । ତାଙ୍କ ସ୍କୁଟିରୁ ଗଞ୍ଜେଇ ଜବତ କରିଥିବା ଦର୍ଶାଇ ତାଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ମହିଳା ASI ।

Advertisment

ତେବେ ଘଟଣା ସଂପର୍କରେ ଆଡିସନାଲ ଏସ୍.ପି.ପାହ୍ୟାର ଅଧିକାରୀ ନାରାୟଣ ନାଏକ ତଦନ୍ତ କରୁଛନ୍ତି । ଏନେଇ ହୋମଗାର୍ଡ ରାଜକୁମାର ପଧାନଙ୍କ ପ୍ରତିକ୍ରିୟା ମିଳିନାହିଁ । ସେହିପରି ସୋନପୁର ଏସ୍.ପି ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

Home Guard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ