hit and run
ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ । ରାସ୍ତା କଡ଼ରେ ଶୋଇଥିବା ସମୟରେ ଚାଲିଗଲା ଶ୍ରମିକଙ୍କ ଜୀବନ । ରାଜମହଲ ଛକ ଫୁଟ୍ପାଥ୍ରେ ଶୋଇଥିବା ବେଳେ ଜଣକ ଉପରେ ଚଢ଼ି ପଳାଇଛି ଏକ କାର୍ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ଏବେ ବି ଫୁଟପାଥରେ ଗାଡି ଚଢାଇ ଦେବାର ଚକା ଦାଗ ରହିଛି ।
ଫୁଟପାଥରେ ଜଣେ ଶ୍ରମିକ ଶୋଇଥିବା ବେଳେ ତାଙ୍କ ଉପରେ ଗାଡି ଚଢାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ତେବେ ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନି । ପରିଚୟ ପାଇଁ ମୃତକଙ୍କ ଫଟୋକୁ ସାର୍ବଜନୀନ କରିଛି ପୋଲିସ । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି ପୋଲିସ।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ମୃତକ ଫୁଟପାଥରେ ଶୋଇଥିଲେ । ହେଲେ ରାତି ପାଖାପାଖି ୧.୪୦ରେ ଏକ ନାଲି ରଙ୍ଗର ଗାଡ଼ି ଆସି ଶୋଇଥିବା ଶ୍ରମିକଙ୍କୁ ଘୋଷାଡ଼ି ନେଇଥିଲା । ମୃତ ଶ୍ରମିକଙ୍କ ସହ ଆଖପାଖରେ ମଧ୍ୟ ଶୋଇଥିଲେ ଶ୍ରମିକ। ହେଲେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696062043.jpg)