Advertisment

ଅସହ୍ୟ ହେଲା ବାପର ପାପ; ବାରମ୍ବାର ଦୁଷ୍କର୍ମ ପରେ ଝିଅର ଆତ୍ମହତ୍ୟା!

ନବମ ଶ୍ରେଣୀର ନାବାଳିକା ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିବାରୁ ଝିଅର ଆତ୍ମହତ୍ୟା ଅଭିଯୋଗ।

Minor Girl Death

Minor Girl Death

Advertisment

ନାବାଳିକା ଝିଅକୁ ବାପାର ବାରମ୍ବାର ଦୁଷ୍କର୍ମ ଅଭିଯୋଗ। ଏ ସଂପର୍କରେ ସେ ମାଆକୁ ଜଣାଇବା ପରେ ମାଆ ମଧ୍ୟ ଏଥିରୁ ନିବୃତ ରହିବାକୁ ଅଭିଯୁକ୍ତକୁ ବାରମ୍ବାର ତାଗିଦ କରିଥିଲେ। କିନ୍ତୁ ସଇତାନ ବାପାର ଅତ୍ୟାଚାର କମିନଥିଲା। ଶେଷରେ ନାବାଳିକା ଝିଅଟି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ହେଉଛି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର।

Advertisment

ଶନିବାର ରାତିରେ ଝିଅଟି ଘରେ ଆତ୍ମହତ୍ୟା କରିଥିଲା। ଜାଣିବା ପରେ ମାଆ ତୁରନ୍ତ ଗୋପ ହସପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିବା ସହିତ ଏ ସଂପର୍କରେ ଥାନାକୁ ଜଣାଇଥିଲେ। ସ୍ୱାମୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମାଆ ଦାବି କରିଛନ୍ତି। ଅଭିଯୁକ୍ତ ଫେରାର ଅଛି। ପୋଲିସ କହିଛି, ପରିବାର ତରଫରୁ ବିଧିବଦ୍ଧ ଅଭିଯୋଗ ହୋଇନାହିଁ। ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରାଯାଉଛି।

ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଝିଅର ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିବାର ମଧ୍ୟ ସୂଚନା ମିଳିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।

Advertisment
Minor Girl Death Minor Girl Sexual Abuse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ