କୋଲକାତା କେସ୍‌ରେ ଘାଣ୍ଟୁଛି CBI, ପାପୀ ସଞ୍ଜୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ

କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପାପର ପାପୀ ସଞ୍ଜୟ ରାୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ । ଅଭିଯୁକ୍ତ ସଂଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ଗତକାଲି ୬ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା ।

Sanjay Roy

କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପାପର ପାପୀ ସଞ୍ଜୟ ରାୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ । ଅଭିଯୁକ୍ତ ସଂଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ଗତକାଲି ୬ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ଆରଜି କର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ମଧ୍ୟ ରହିଛନ୍ତି ।

ଆଜି ସଞ୍ଜୟର ପଲିଗ୍ରାଫ୍ ଟେଷ୍ଟ ପ୍ରେସିଡେନ୍ସୀ ଜେଲରେ ଚାଲିଛି । ସୂଚନା ଅନୁସାରେ ଏହି ଟେଷ୍ଟରେ ତିନି ପ୍ରକାର ପ୍ରଶ୍ନ ଅଭିଯୁକ୍ତକୁ ପଚରାଯାଉଛି । ପ୍ରଥମେ ତ ଘଟଣା ସମ୍ବନ୍ଧୀୟ ଅର୍ଥାତ ପ୍ରସଙ୍ଗ ଭିତ୍ତିକ । ଦ୍ୱିତୀୟରେ ଏଣୁ ତେଣୁ ଅର୍ଥାତ ମାମଲା ସହ ଜଡିତ ନଥିବା କିଛି ପ୍ରଶ୍ନ ପଚରା ଯାଇପାରେ ।

ସେହପରି ତୃତୀୟ ତଥା ଅନ୍ତିମ ପ୍ରକ୍ରିୟା ହେଉଛି ନିୟନ୍ତ୍ରୀତ ପ୍ରଶ୍ନ ଅର୍ଥାତ ଅଭିଯୁକ୍ତକୁ ସାମାନ୍ୟ ସ୍ଥିତିରେ ଆଣିବା ପାଇଁ କିଛି ପ୍ରଶ୍ନ କରାଯିବ । ଆଶା କରାଯାଉଛି ଯେ, ପଲିଗ୍ରାଫ୍ ଟେଷ୍ଟ ବେଳେ ସିବିଆଇ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଏହି ସବୁ ପ୍ରଶ୍ନ କରିପାରେ ଯେମିତି କି....

କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ । ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ । ତାଙ୍କ ଘରେ ଆଜି ରେଡ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । କୋଲକାତା ସ୍ଥିତ ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର, ସମ୍ପର୍କୀୟଙ୍କ ଘର ସମେତ କୋଲକାତାର ୧୫ଟି ସ୍ଥାନରେ ପଞ୍ଝା ମାରିଛି ସିବିଆଇ ।

ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଗତକାଲି ତାଙ୍କ ବିରୋଧରେ ଆଣ୍ଟି କରନପସନ୍ ୱିଙ୍ଗ ମାମଲା ଦାୟର କରିଥିଲା । ଆରଜି କର ମେଡିକାଲରେ ବଡ଼ ଦୁର୍ନୀତିର ଗନ୍ଧ ବାରିଛି ସିବିଆଇ । ଅଭିଯୋଗ ଉପରେ ଗତକାଲି ଏକ୍ସକ୍ଲୁସିଭ୍ ଖବର ଦେଖାଇଥିଲା ଓଟିଭି ।

ପୂର୍ବତନ ଉପ-ଅଧୀକ୍ଷକ ଅଖତାର ଅଲ୍ଲୀ ସନ୍ଦୀପ ଘୋଷଙ୍କ କଳା କାରନାମା ଉପରେ ଦେଇଥିଲେ ବିସ୍ଫୋରକ ବୟାନ । ଏହାପରେ ଆଜି ସନ୍ଦୀପ ଘୋଷଙ୍କ ଘରେ ରେଡ୍ କରିଛି ସିବିଆଇ । ସେପଟେ ଆରଜି କର ମେଡିକାଲ କଲେଜର ଫରେନସିକ ମେଡିସିନ ଓ ଟକ୍ସିୟୋଲୋଜି ବିଭାଗର ଡେମୋନଷ୍ଟ୍ରେଟର ଡକ୍ଟର ଦେବାଶିଷ ସୋମଙ୍କ ଘରେ ସିବିଆଇର ଏକ ଟିମ ଚଢାଉ ଜାରି ରଖିଛି ।

ଆରଜି କର ମେଡିକାଲ କଲେଜର ପୂର୍ବତନ ଡେପୁଟି ସୁପରିନଟେଣ୍ଡେଣ୍ଟ ଅଖତାର ଅଲ୍ଲୀଙ୍କ ଏତଲା ଆଧାରରେ ସିବିଆଇ ଏହି ରେଡ କରୁଛି । ଅଖତାର ଅଲ୍ଲୀ ଆରଜି କର ମେଡିକାଲ କଲେଜର ଡେମୋନଷ୍ଟ୍ରେଟର ଦେବାଶିଷ ସୋମଙ୍କ ନାମରେ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ନେଇ ମାମଲା ରୁଜୁ କରିଥିଲେ ।