Mohan Majhi
କେନ୍ଦୁଝର: ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି। କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ମିଟିଂ ସାରି ଫେରୁଥିବା ବେଳେ ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ହେଲା। କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟରେ ବୋମାମାଡ଼ ହୋଇଥିବା ନେଇ ଜଣାପଡ଼ିଛି। ସୂଚନା ଅନୁସାରେ, ବାଇକରେ ୨ ଦୁର୍ବୃତ୍ତ ଆସି ୨ଟି ବୋମାମାଡ଼ କରିଥିବା ସୂଚନା ମିଳିଛି।
Also Read
ବୋମାମାଡ଼ରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଅଛନ୍ତି। ତେବେ ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। କିଏ ଓ କାହିଁକି ଏମିତି କଲା ସେନେଇ କୌଣସି ସୂଚନା ବର୍ତ୍ତମାନ ମିଳିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-79_1624089842.jpg)

