Advertisment

ବାପ ପୁଅଙ୍କୁ ନିସ୍ତୁକ ମାଡ଼ ଘଟଣାରେ ବନ୍ଧାହେଲେ ୨ ସରପଞ୍ଚ

ବାପାଙ୍କୁ ଡାକି ଗୋଟେ ଘରେ ପୁରାଇ ନିସ୍ତୁକ ମାଡ ମାରିଥିଲେ। କେଵଳ ସେତିକି ନୁହେଁ, ସ୍ମୃତିଙ୍କୁ ତାଙ୍କ ବାପାଙ୍କୁ ମାଡ଼ ମାରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ଏହି କଙ୍ଗାରୁ କୋର୍ଟର ମଜା ନିର୍ବାଚିତ ଜନପ୍ରତିନିଧିମାନେ ଭରପୁର ଉଠାଉଥିବା ବେଳେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲିନଥିଲେ।

ଅଦ୍ୟତନ ହୋଇଛି
ମାଡ଼ ବେଳର ଭିଡିଓ ଭାଇରାଲ

ମାଡ଼ ବେଳର ଭିଡିଓ ଭାଇରାଲ

Advertisment

ପଟ୍ଟାମୁଣ୍ଡାଇ: କଙ୍ଗାରୁ କୋର୍ଟରେ ବାପ ପୁଅଙ୍କୁ ନିସ୍ତୁକ ମାଡ଼ ଘଟଣାରେ ୨ ସରପଞ୍ଚଙ୍କ ସହ ୪ ଜଣଙ୍କୁ ଗିରଫ କଲା କେନ୍ଦ୍ରାପଡ଼ା ପୋଲିସ। ପେଟ୍ରୋଲ ପମ୍ପ ମାଲିକ ଓ ତାଙ୍କ ପୁଅ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ଘଟଣାରେ ସଂପୃକ୍ତ ବିଜୟନଗର ଓ ବହିପାଳ ସରପଞ୍ଚ ମଧ୍ୟ ଗିରଫ ହୋଇଛନ୍ତି। ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଚୋରି ଅଭିଯୋଗ ହୋଇଥିଲା। ଚୋରି ଅଭିଯୋଗରେ ନାବାଳକ ଓ ତାଙ୍କ ବାପାଙ୍କୁ ମାଡ଼ ହୋଇଥିଲା। କଙ୍ଗାରୁ କୋର୍ଟ ଡାକି ୩ ସରପଞ୍ଚଙ୍କ ଉପସ୍ଥିତିରେ ମାଡ଼ ମରାଯାଇଥିଲା। 

Advertisment

କେନ୍ଦ୍ରାପଡା ପଟାମୁଣ୍ଡାଇ ବ୍ଲକ ଅଂଚଳରେ ଦେଖିବା ପାଇଁ ମିଳିଥିଲା ତାଲିବାନୀ ଶାସନର ନଗ୍ନନମୁନା। ଟଙ୍କା ଚୋରି ଅଭିଯୋଗରେ ଜଣେ ଯୁବକ ଏବଂ ତାଙ୍କ ବାପାଙ୍କୁ ପେଟ୍ରୋଲ ପମ୍ପ ମାଲିକ ନିସ୍ତୁକ ମାଡ଼ ମାରୁଥିଲା। ତେବେ ଏହି ମାଡମରାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଥିଲା। ମାଡ ମାରିବା ବେଳେ ୪ ଜଣ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ। ସେହି ୪ ଜଣ ମଧ୍ୟରୁ ୨ଜଣ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ବୋଲି ଜଣାପଡ଼ିଥିଲା।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା-ସାହୁପଡା ରେ ଥିବା ଏକ ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି ଯିବା ପରେ ସେଠାରେ କାମ କରୁଥିବା ମହାକଳାପଡା ବିଜୟନଗର ଅଞ୍ଚଳର ଯୁବକ ସ୍ମୃତିରଞ୍ଜନ ନାଥଙ୍କୁ ସନ୍ଦେହ କରିଥିଲେ ପେଟ୍ରୋଲ ପମ୍ପର ମାଲିକ।। ପରେ ସ୍ମୃତିରଞ୍ଜନଙ୍କ ବାପାଙ୍କୁ ଡାକି ଗୋଟେ ଘରେ ପୁରାଇ ନିସ୍ତୁକ ମାଡ ମାରିଥିଲେ। କେଵଳ ସେତିକି ନୁହେଁ, ସ୍ମୃତିଙ୍କୁ ତାଙ୍କ ବାପାଙ୍କୁ ମାଡ଼ ମାରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ।

Advertisment

ଏହି କଙ୍ଗାରୁ କୋର୍ଟର ମଜା ନିର୍ବାଚିତ ଜନପ୍ରତିନିଧିମାନେ ଭରପୁର ଉଠାଉଥିବା ବେଳେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲିନଥିଲେ। ତେବେ ଏହି ଘଟଣା ପରେ ସ୍ମୃତି ଗୁରୁତର ହୋଇ ନିଖୋଜ ହୋଇଥିବା ବେଳେ ବାପା ଗଙ୍ଗାଧର ମଧ୍ୟ କେଉଁଆଡ଼େ ଚାଲିଯାଇଥିବା କହିଛନ୍ତି ଗ୍ରାମବାସୀ। ଏ ନେଇ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Kendrapada Kangaroo Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ