Advertisment

ହାଇଦରର ପୁଅକୁ ମିଳିଲାନି ଅନ୍ତରୀଣ ଜାମିନ

ସେପଟେ, ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, ତା ନାଁରେ ଥିବା ଅପରହଣ ଓ ହତ୍ୟା ଭଳି ସଂଗୀନ ମାମଲା ସବୁ ଆଗକୁ ଆଉ ଚାଲିବ ନା ଥମିଯିବ? ତା ସହ ପୋଲିସକୁ ଚକମା ଦେଇ ଫେରାର ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଆଉ ଧରାହେବେ ନା ମୁକୁଳିଯିବେ? ସେପଟେ ହାଇଦର୍ ଏନକାଉଣ୍ଟର ଘଟଣା ପରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଅନ୍ୟ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ଛାତିରେ ପଶିଲାଣି ଛନକା।

କେଉଁଠି ଲୁଚିଛି ହାଇଦର? ସାମନାକୁ ଆସିଲା ବଡ଼ ତଥ୍ୟ

haider-ali

Advertisment

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରର ପୁଅକୁ ମିଳିଲାନି ଅନ୍ତରୀଣ ଜାମିନ। ହାଇଦରର ପୁଅ ସେକ୍ କାଦିର ଓରଫ ମୁନାର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍। ବାପା ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ୪୦ ଦିନିଆ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲା କାଦିର୍। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା, ସେ ଫେରାର୍ ହେବାର ଡର ଥିବା, ଏପରିକି ମୁନାର ଜୀବନ ପ୍ରତି ଆଶଙ୍କା ଥିବା ଯୋଗୁଁ କୋର୍ଟ ଜାମିନ ଆବେଦନକୁ ଖାରଜ କରି ଦେଇଥିବା ଓକିଲ କହିଛନ୍ତି।

Advertisment

ସେପଟେ, ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, ତା ନାଁରେ ଥିବା ଅପରହଣ ଓ ହତ୍ୟା ଭଳି ସଂଗୀନ ମାମଲା ସବୁ ଆଗକୁ ଆଉ ଚାଲିବ ନା ଥମିଯିବ? ତା ସହ ପୋଲିସକୁ ଚକମା ଦେଇ ଫେରାର ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଆଉ ଧରାହେବେ ନା ମୁକୁଳିଯିବେ? ସେପଟେ ହାଇଦର୍ ଏନକାଉଣ୍ଟର ଘଟଣା ପରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଅନ୍ୟ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ଛାତିରେ ପଶିଲାଣି ଛନକା।

Advertisment

ପୋଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, କଣ ହେବ ତା ନାଁରେ ବିଭିନ୍ନ ଥାନାରେ ଥିବା ଏକାଧିକ ଅପରାଧିକ ମାମଲାର ଭବିଷ୍ୟତ? ଶେଖ୍ ଚୁନା ହତ୍ୟାକାଣ୍ଡ ହେଉ କି ବହୁଚର୍ଚ୍ଚିତ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲା ଅବା ଏସସିବି ମେଡିକାଲରୁ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚମ୍ପଟ ମାରିବା ଘଟଣା ଏମିତିକି ଏସସିବିରୁ ଫେରାର ଘଟଣାରେ ଏକାଧିକ ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହୋଇଥିଲା। ଗତ ଏପ୍ରିଲରେ ହାଇଦର ଫେରାର ଘଟଣାରେ ପୋଲିସ ୭ଜଣଙ୍କୁ ଗିରଫ କରିଥିବାବେଳେ ଅନେକ ଅଭିଯୁକ୍ତ ଖସି ଯାଇଛନ୍ତି।

ଯେହେତୁ ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ଘଟିସାରିଛି, ତେଣୁ ମାମଲାରେ ଫେରାର ଥିବା ହାଇଦରର ସାନପୁଅ ଆଝାରୁଦ୍ଦିନ ଓ ଜ୍ୱାଇଁ ହୁଅନ୍ତୁ କି ସମ୍ବଲପୁରରୁ ଏସସିବିକୁ ଚିକିତ୍ସା ପାଇଁ ଆସିବା ପଛରେ ସହଯୋଗ କରିଥିବା ଅଧିକାରୀଙ୍କୁ ତଦନ୍ତ ପରିସରରେ ରଖାଯିବ ନା ଫାଇଲରେ ଡୋରି ବନ୍ଧା ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ହାଇଦର ଏହି ଘଟଣାରେ ରିମାଣ୍ଡରେ ଆସିଥାନ୍ତା, ହୁଏତ ବହୁ ଲୋକଙ୍କ ନାଁ ପଦାକୁ ଆସିଥାନ୍ତା। ସେମାନେ ହୁଅନ୍ତୁ କି ମାମଲାର ଅନ୍ୟ ଅଭିଯୁକ୍ତ, ପ୍ରମାଣ ଅଭାବରୁ ସମସ୍ତେ ମୁକୁଳି ଯାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ଆଇନଜୀବୀ। ସେହିପରି ସଠିକ୍ ପ୍ରମାଣ କୋର୍ଟରେ ଉପସ୍ଥାପନ କଲେ ସବୁ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି।

Advertisment
Odisha News Odisha Gangster Haider Odisha Gangster Haider
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ