Advertisment

ଫିଲ୍ମ ଷ୍ଟାଇଲ୍‌ରେ ଗାଡ଼ି ଉପରେ ମସ୍ତି କରୁଛନ୍ତି KBN ଗ୍ୟାଙ୍ଗ୍ ସଦସ୍ୟ, ସାମ୍ନାକୁ ଆସିଲା ଆଉ ଏକ ଭିଡିଓ

KBN ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବାରେ ଲାଗିଛି। ସ୍ମାର୍ଟସିଟି ଭୁବନେଶ୍ୱରରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପ୍‌ର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

KBN Group Viral Video

KBN Group Viral Video

Advertisment

ଭୁବନେଶ୍ୱର: KBN(Koi Bhai Nahi) ଗ୍ରୁପ୍‌ର ମୁଖ୍ୟ ବୁବୁ ଜେନା ଘରେ ପୋଲିସ୍‌ ରେଡ୍‌ କରିଛି। ଏହି ଗ୍ରୁପ୍‌ର ସଦସ୍ୟ ଚେଙ୍ଗ ଓ ସନିଆ ଆତ୍ମସମର୍ପଣ କରିବା ପରେ ବୁବୁ ଜେନାଙ୍କ ଘରେ କମିଶନରେଟ୍‌ ପୋଲିସ୍‌ ରେଡ୍‌ କରିଛି। ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଥିବା ବୁବୁର ଘରେ ପୋଲିସ୍ ତଲାସି କରିଛି।

Advertisment

ପୋଲିସ୍‌ର ସ୍ୱତନ୍ତ୍ର ଟିମ୍ ବୁବୁ ଘରେ ପହଞ୍ଚି  ଯାଞ୍ଚ କରିଛି। ରାଜଧାନୀରେ ଏବେ କେବିଏନ୍ ଗ୍ରୁପ୍ ମାତିଛନ୍ତି। ପୂର୍ବରୁ ଏହି ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କ ଘରେ ପହଞ୍ଚି ପୋଲିସ୍ ଖୋଳତାଡ଼ କରିଥିଲା। 

ଅନ୍ୟପକ୍ଷେ, KBN ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବାରେ ଲାଗିଛି। ସ୍ମାର୍ଟସିଟି ଭୁବନେଶ୍ୱରରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପ୍‌ର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। 

Advertisment

ଭିଡିଓରେ ଦେଖିବାକୁ ମିଳିଛି, ରାଜରାସ୍ତା ଉପରେ ଫିଲ୍ମ ଷ୍ଟାଇଲ୍‌ରେ ଗାଡ଼ି ଉପରେ ମସ୍ତି କରୁଛନ୍ତି ଓ ମିଳିତ ହୋଇ ପାର୍ଟି କରୁଛନ୍ତି KBN ଗ୍ରୁପ୍‌ ସଦସ୍ୟ। ଏଥିରେ ଏକାଧିକ ସଦସ୍ୟ  ସାମିଲ ହୋଇଛନ୍ତି। ଏହି ଗ୍ୟାଙ୍ଗ୍‌ର ସଦସ୍ୟଙ୍କ ଏଭଳି ଅନେକ ଭିଡ଼ିଓ ସାମ୍ନାକୁ ଆସିଲାଣି। ସେପଟେ କମିଶନରେଟ୍ ପୋଲିସ୍‌ର ଆକ୍ସନମୁଡ୍ ପରେ କେବିଏନ୍ ଗ୍ରୁପର ୨ ସଦସ୍ୟ ରାଜେଶ ବେହେରା ଓରଫ ଚେଙ୍ଗ ଏବଂ ସଞ୍ଜୟ ବେହେରା ଆତ୍ମସମର୍ପଣ କରିଛନ୍ତି। 

Advertisment

ଚେଙ୍ଗ ଘରେ ରେଡ୍ ବେଳେ ଘର ଭାଙ୍ଗି ଖଣ୍ଡା ଜବତ କରିଥିଲା ପୋଲିସ। ଘନ ଘନ ରେଡ୍ ପରେ ଉଭୟ କୋର୍ଟରେ ଆସି ଆତ୍ମସମର୍ପଣ କରିଥିଲେ। ଏହି ଗ୍ୟାଙ୍ଗରେ ଥିବା ୨୯ ଅପରାଧୀଙ୍କ ଏକ ତାଲିକା କରିଛି। ପୋଲିସ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିସାରିଲାଣି।

Bhubaneswar Viral Video KBN Group
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ