Advertisment

ଖୋଲିବ କି ISI ଲିଙ୍କ୍ ? ଓଡ଼ିଶାରୁ ଧରାପଡିଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ...

ଯାଜପୁର ଉପକାରଗାରରେ ବିଚାର ବିଭାଗୀୟ ହାଜତରେ ଅଛି ବୁଖାରୀ... ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ..

terrorist

terrorist

Advertisment

ଓଡ଼ିଶାରୁ ଧରାପଡିଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସଇଦ ଇଶାନ ବୁଖାରୀର ଖୋଲିବ କି ଆଇଏସଆଇ ଲିଙ୍କ୍। ଏ ନେଇ ତନାଘନା ଚାଲିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଆଇଜି। ବୁଖାରୀ ଏବେ ବିଚାର ବିଭାଗୀୟ ହାଜତରେ ଅଛି। ଗିରଫ ପରେ ଗତକାଲି ତାକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ STF। ଚଣ୍ଡିଖୋଲ କୋର୍ଟରେ ତାକୁ ହାଜର କରଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ହାଜର ପରେ ତାକୁ ଯାଜପୁର ଜିଲ୍ଲା ଉପକାରଗାରରେ ରଖାଯାଇଛି। ...

Advertisment

କ୍ରାଇମବ୍ରାଞ୍ଚ ଏସଟିଫ୍ କବଜାରେ ଆସିଥିବା ଏହି ସନ୍ଦିଗ୍ଧ କାଶ୍ମୀର ଯୁବକ ହେଉଛନ୍ତି ସଇଦ ଇଶାନ ବୁଖାରୀ ଓ ତା’ ଘର କୁପୱାଡାରେ ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ତା ନିକଟରୁ ବହୁ ପରିମାଣର ଜାଲ୍ ଡକ୍ୟୁମେଣ୍ଟ ଜବତ ହୋଇଛି। ସେଥିରେ ରହିଛି- ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍, କିଛି ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଣ୍ଟ, ଆଫିଡେଭିଟ୍, ପରିଚୟ ପତ୍ର ଓ ବଣ୍ଡ୍। ଓଡ଼ିଶା ଭିତରେ ଛଦ୍ମବେଶୀ ରୂପରେ ବୁଲିବା ସହ ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ ।

କେବେ ସେନା ଡାକ୍ତର ତ କେବେ PMO ଅଧିକାରୀ କହି ଯାଜପୁର ଧର୍ମଶାଳାରେ ଚଳାଇଥିଲା ନେଟୱର୍କ। ତାସହ ଉଚ୍ଚପଦସ୍ଥ ଏନଆଇଏ ଅଧିକାରୀଙ୍କ ସହ ତାର ସଂପର୍କ ଥିବା ବି ସେ କହୁଥିଲା। NIA, IB ଆଦି ଜାତୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ରହିଛି ବୁଖାରୀ। ...

Advertisment

ତେବେ ଏଠି ପ୍ରଶ୍ନ, ୨୦୧୮ରୁ ଓଡ଼ିଶାରେ ରହି ବୁଖାରୀ କେମିତି ଜାରି ରଖିଥିଲା ଦେଶ ବିରୋଧୀ ନେଟୱାର୍କ ? କାଶ୍ମୀର ପୋଲିସ ପାଇଁ ୱାଣ୍ଟେଡ୍ ଥିବା ବୁଖାରୀ ସଂପର୍କରେ ୫ ବର୍ଷ ଧରି କେମିତି ସୁରାଗ୍ ପାଇଲାନି ଗୁଇନ୍ଦା ବିଭାଗ ? ଓଡ଼ିଶାରେ ପୂର୍ବରୁ ବିଭିନ୍ନ ଆତଙ୍କୀ ସଂଗଠନ ତଥା ପାକିସ୍ତାନ ଲିଙ୍କରେ ଆସି ଅବଦୂର ରେହମାନ, DRDO ITRର ଏକାଧିକ କର୍ମଚାରୀ ଏବଂ ଫଟୋଗ୍ରାଫର ଈଶ୍ୱର ବେହେରା ଭଳି ବହୁ ବ୍ୟକ୍ତି ଗିରଫ ହୋଇଛନ୍ତି । ଅର୍ଥାତ ଏମାନଙ୍କ ନେଟୱାର୍କରେ ରହି ଓଡ଼ିଶାରେ ବଡ଼ଧରଣର ଆତଙ୍କୀ ମିଶନ ଲକ୍ଷ୍ୟରେ ରହିଥିଲା କି ବୁଖାରୀ ? ISI ଓ ଦେଶବିରୋଧୀ ତତ୍ତ୍ବଙ୍କୁ ବୁଖାରୀ ବି କୌଣସି ଗୁପ୍ତ ତଥ୍ୟ ଦେଇଛି କି ?

Crime Branch Terrorist Arrested Terrorist Activities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ