Advertisment

Kapil Sharma:କପିଲଙ୍କ କାନାଡା କାଫେରେ ଗୁଳିମାଡ଼, ୨୫ ରାଉଣ୍ଡ ଗୁଳିମାଡ଼

କାନାଡ଼ାରେ ଥିବା କମେଡିଆନ କପିଲ ଶର୍ମାଙ୍କ କାଫେ ଉପରକୁ ପୁଣି ଥରେ ହୋଇଛି ଫାୟାରିଂ। ମାସେ ଭିତରେ କପିଲଙ୍କ କାଫେ ଉପରକୁ ଦ୍ବିତୀୟ ଥର ଗୁଳିମାଡ଼ । କିଛି ଯୁବକ କାର୍ ରେ ଆସି ୨୫ ରାଉଣ୍ଡ ଗୁଳି ଚଳାଇଥିବା ଜଣାଯାଇଛି।

Kapil Sharma’s Café

Kapil Sharma’s Café

Advertisment

କମେଡ଼ି ଷ୍ଟାର କପିଲ ଶର୍ମାଙ୍କ କାଫେ ଉପରକୁ ପୁଣି ଗୁଳିମାଡ଼। କାନାଡ଼ାର ସରେ ସହରରେ ଥିବା କପିଲଙ୍କ କାଫେ ଉପରେ ଗତକାଲି ଫାୟାରିଂ କରିଛନ୍ତି ଦୁର୍ବୃତ୍ତ। ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

Advertisment

ଯେଉଁଥିରେ ଦେଖିବାକୁ ମିଳିଥିଲା କିଛି ଲୋକ ଗୋଟିଏ କାରରେ ଆସୁଛନ୍ତି ଓ କାଫେ ଉପରେ ଅନ୍ଧାଧୂନ ଗୁଳିମାଡ଼ କରୁଛନ୍ତି। ଏଥିପାଇଁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ନିଜକୁ ଦାୟୀ କରିଛି ଗୋଲଡିଂ ଧୀଲନ ଓ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ। ଯେଉଁଥିରେ ସେମାନେ ଲେଖିଛନ୍ତି, କପିଲଙ୍କୁ ଫୋନ୍ କଲୁ। ସେ ଉଠାଇଲେନି। ଏଥିପାଇଁ ଏଭଳି ଆକ୍ସନ ନେବାକୁ ପଡ଼ିଲା। ଜବାବ ନ ମିଳିଲେ ଆଗକୁ ଆକ୍ସନ ମୁମ୍ବାଇରୁ ହେବ।

ତେବେ ଗୁଳିମାଡ଼ରେ କାହାର କିଛି କ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନି। ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ କପିଲ ଶର୍ମାଙ୍କ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ମିଳିନାହିଁ। ମାସେ ଭିତରେ କାନାଡାରେ କପିଲଙ୍କ କାଫେ ଉପରେ ଦ୍ବିତୀୟ ଥର ଗୁଳିମାଡ଼ ହୋଇଛି।

Advertisment

ପୂର୍ବରୁ ଜୁଲାଇ ୧୦ ତାରିଖରେ ବି କାଫେ ଉପରେ ଏକାଧିକ ରାଉଣ୍ଡ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ୯ରାଉଣ୍ଡ ଗୁଳିମାଡ଼ କରିଥିଲେ । କାର ଭିତରେ ରହି ଗୁଳିମାଡ଼ କରିଥିବା ବେଳେ ଏଥିରେ କ୍ୟାଫେର ଝରକା କାଚ ଭାଙ୍ଗିଥିଲା ।

ଏହି ଗୁଳିକାଣ୍ଡରେ କେହି ମୃତାହତ ହୋଇନଥିଲେ । ଏହି ଆକ୍ରମଣ ପଛରେ ରହିଛି କାନାଡ଼ାରେ ଉତ୍ପାତ ଖେଳାଇଥିବା ଖଲିସ୍ତାନୀ ନେତା ହରଜିତ ସିଂ ଓରଫ୍‌ ଲାଡି । କାନାଡା ପୁଲିସ ଆକ୍ରମଣ ଘଟଣାର ତଦନ୍ତ ଜାରି ରଖିଛି ।

Advertisment

ଜୁଲାଇ ୭ରେ କାନାଡ଼ାରେ ଉଭୟ କପିଲ ଓ ତାଙ୍କ ପତ୍ନୀ ଗିନି ମିଶି କାପସ କାଫେ ଖୋଲିଥିଲେ । ସେଲିବ୍ରିଟିଙ୍କ କାଫେ ହୋଇଥିବାରୁ ପ୍ରବଳ ଗହଳି ମଧ୍ୟ ଜମୁଥିଲା ।

Kapil Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ