Advertisment

Murder: କୋର୍ଟରେ କନ୍ନଡ଼ ଅଭିନେତା ଦର୍ଶନଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଜଜ୍‌ଙ୍କୁ କହିଲେ- ମୋତେ ବିଷ ଦେଇ ଦିଅନ୍ତୁ!

କର୍ଣ୍ଣାଟକର ହାଇ ପ୍ରୋଫାଇଲ ରେଣୁକାସ୍ୱାମୀ ହତ୍ୟା ମାମଲାରେ ଅଭିଯୁକ୍ତ କନ୍ନଡ଼ ଷ୍ଟାର ଦର୍ଶନ ଜେଲ ଯିବା ପରେ ଭାଙ୍ଗି ପଡ଼ିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇ ସେ ନିଜ ହାତରେ ଫଙ୍ଗସ୍‌ ଏବଂ ପୋଷାକରୁ ଦୁର୍ଗନ୍ଧ ଆସୁଥିବା କଥା କହିଛନ୍ତି। ଏପରି କି ସେ କହିଛନ୍ତି ଯେ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି, ତାଙ୍କୁ ବିଷ ଦେଇ ଦିଆଯାଉ।

ଅଦ୍ୟତନ ହୋଇଛି
Actor

Actor

Advertisment

କର୍ଣ୍ଣାଟକର ରେଣୁକାସ୍ୱାମୀ ହତ୍ୟାକାଣ୍ଡ ପୁଣି ଥରେ ଚର୍ଚ୍ଚାରେ। ଏଥର ଅଭିଯୁକ୍ତ ନମ୍ବର-୧ କନ୍ନଡ଼ ସୁପରଷ୍ଟାର ଦର୍ଶନ କୋର୍ଟରେ ଜଜ୍‌ଙ୍କ ସାମନାରେ ଏମିତି ଏକ ବୟାନ ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସେ କହିଛନ୍ତି ଯେ ସେ କୌଣସି ପରିସ୍ଥିତିରେ ଜେଲରେ ରହିବାକୁ ଚାହୁଁନାହାନ୍ତି। ଏଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ଦର୍ଶନ ଜଜ୍‌ଙ୍କୁ କହିଛନ୍ତି, "ଏଭଳି ଜୀବନ ଜୀଇଁବା ଅପେକ୍ଷା ମୋତେ ବିଷ ଦେଇ ଦିଅନ୍ତୁ। ମୁଁ ଆଉ ଏଭଳି ଜୀବିତ ରହି ପାରିବି ନାହିଁ।"

Advertisment

ମଙ୍ଗଳବାର ମାସିକ ଶୁଣାଣି ସମୟରେ ଅଭିନେତା ଦର୍ଶନ ଭିଡିଓ କନଫରେନ୍ସିଂ ଜରିଆରେ ୬୪ତମ ସିଟି ସିଭିଲ ଆଣ୍ଡ ସେସନସ କୋର୍ଟରେ ହାଜର ହୋଇଥିଲେ। ସେ ନିଜ ଅବସ୍ଥା ବର୍ଣ୍ଣନା କରି କହିଥିଲେ ଯେ ତାଙ୍କ ହାତରେ ଫଙ୍ଗସ୍‌ ହୋଇଛି। ତାଙ୍କ ପୋଷାକରୁ ଦୁର୍ଗନ୍ଧ ଆସୁଛି। ଜେଲରେ ଏଭଳି ପରିସ୍ଥିତି ଯେ ସେଠାରେ ସୂର୍ଯ୍ୟାଲୋକ ମଧ୍ୟ ମିଳୁନାହିଁ। ଚାରିଆଡ଼େ କେବଳ ଅନ୍ଧକାର। ତାଙ୍କ କଥା ଶୁଣି କୋର୍ଟରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।ଜଜ୍‌ ତୁରନ୍ତ ସ୍ପଷ୍ଟ କରିଥିଲେ ଯେ ଏଭଳି କିଛି ସମ୍ଭବ ନୁହେଁ ଏବଂ କୋର୍ଟ କୌଣସି ପରିସ୍ଥିତିରେ ଏହାକୁ ଗ୍ରହଣ କରିପାରିବ ନାହିଁ। ଏହି ସମୟରେ ଜଜ୍‌ ଅନ୍ୟ ଅଭିଯୁକ୍ତଙ୍କ ମାମଲା ଉପରେ ମଧ୍ୟ ଶୁଣାଣି କରିଥିଲେ।

ଅଭିଯୁକ୍ତ ନମ୍ବର ୧୩ ଓ ୧୪ର ଡିସଚାର୍ଜ ଆବେଦନ ଉପରେ ବିଚାର ହୋଇଥିଲା ଏବଂ ମାମଲାରେ ଅଭିଯୋଗ ନିର୍ଦ୍ଧାରଣ ପାଇଁ ୧୯ ସେପ୍ଟେମ୍ବର ତାରିଖ ନିର୍ଦ୍ଧାରିତ ହୋଇଛି। ଏହାଛଡ଼ା ଦର୍ଶନଙ୍କ ଏକ ଆବେଦନର ଶୁଣାଣି ପରବର୍ତ୍ତୀ ସମୟ ପାଇଁ ସ୍ଥଗିତ ରଖାଯାଇଛି।

Advertisment

ଦର୍ଶନ ଜେଲରେ ବିଛଣା ଓ ଗାଦି ମାଗିଲେ

ଏହି ଆବେଦନରେ ଅଭିନେତା ଦର୍ଶନ ବଲ୍ଲାରୀ ଜେଲରୁ ରକ୍ଷା ପାଇବା ଏବଂ ବିଛଣା ଓ ଗଦି ଭଳି ଉନ୍ନତ ସୁବିଧା ମାଗିଛନ୍ତି। ଏହା ପୂର୍ବରୁ ଡିସେମ୍ବର ୨୦୨୪ରେ କର୍ଣ୍ଣାଟକ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା କାରଣରୁ ସୁପ୍ରିମ କୋର୍ଟ ୧୪ ଅଗଷ୍ଟ ୨୦୨୫ରେ ତାଙ୍କ ଜାମିନ ରଦ୍ଦ କରିଥିଲେ। ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ ଯେ ତାଙ୍କୁ ଜେଲରେ କୌଣସି ବିଶେଷ ସୁବିଧା ଦିଆଯିବ ନାହିଁ।

ରେଣୁକାସ୍ୱାମୀଙ୍କ ଅପହରଣ ଓ ହତ୍ୟା ଅଭିଯୋଗ

ଏହାପରେ ପୁଲିସ ଦର୍ଶନଙ୍କୁ ପୁନର୍ବାର ଗିରଫ କରି ଜେଲକୁ ପଠାଇଥିଲା। ସେଠାରେ ସେ ନ୍ୟାୟିକ ହାଜତରେ ଅଛନ୍ତି। ତାଙ୍କୁ ଚିତ୍ରଦୁର୍ଗର ୩୩ ବର୍ଷୀୟ ରେଣୁକାସ୍ୱାମୀଙ୍କ ଅପହରଣ ଓ ହତ୍ୟା ଅଭିଯୋଗରେ ଜୁନ ୨୦୨୪ରେ ଗିରଫ କରାଯାଇଥିଲା। ପୁଲିସ କହିବା ଅନୁସାରେ, ରେଣୁକାସ୍ୱାମୀ ଦର୍ଶନଙ୍କ ଘନିଷ୍ଠ ସହଯୋଗୀ ପବିତ୍ରା ଗୌଡ଼ାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ। ଏହି କାରଣରୁ ଦର୍ଶନଙ୍କ ଇଙ୍ଗିତରେ ତାଙ୍କର ଅପହରଣ କରାଯାଇଥିଲା।

Advertisment

ପୁଲିସ ପୂରା ଷଡ଼ଯନ୍ତ୍ରର ଖୁଲାସା କରିଥିଲା

ଏହାପରେ ବେଙ୍ଗାଲୁରୁର ଏକ ଶେଡ଼ରେ ରେଣୁକାସ୍ୱାମୀଙ୍କୁ ନିର୍ମମ ଭାବେ ନିର୍ଯାତନା ଦିଆଯାଇଥିଲା। ତାଙ୍କର ମୃତ୍ୟୁ ହେବା ପରେ ଶବକୁ ନାଳରେ ଫୋପାଡ଼ି ଦିଆଯାଇଥିଲା। ପୁଲିସ ଯେତେବେଳେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା, ଭଡ଼ାଟିଆ ହତ୍ୟାକାରୀମାନେ ଥାନାରେ ଆତ୍ମସମର୍ପଣ କରି ନିଜ ଅପରାଧ ସ୍ୱୀକାର କରିଥିଲେ । ଏହାଦ୍ୱାରା ଦର୍ଶନ ଏବଂ ତାଙ୍କ ବାନ୍ଧବୀ ପବିତ୍ରା ଗୌଡ଼ାଙ୍କ ନାମ ବାହାରି ନ ଆସେ। କିନ୍ତୁ ପୁଲିସ ଏହି ପୂରା ଷଡ଼ଯନ୍ତ୍ରର ଖୁଲାସା କରିଥିଲା। ତଦନ୍ତରେ ତାଙ୍କୁ ଏକ ନମ୍ୱର ଅଭିଯୁକ୍ତ ବୋଲି ଦର୍ଶାଇଥିଲା ।

Murder Kannada Star Kannada Actress Dies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ