Kangaroo court held in Bhubaneswar
ରାଜଧାନୀ ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ ! ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଗାଁରେ କଙ୍ଗାରୁ କୋର୍ଟ ହୋଇଥିବା ଅଭିଯୋଗ ହୋଇଛି। କମେଣ୍ଟମରାକୁ ନେଇ ଦୁଇଜଣ ଯୁବକଙ୍କ ସହ ସେମାନଙ୍କର ବାପାଙ୍କୁ ସର୍ବ ସମ୍ମୁଖରେ ଆଣ୍ଠେଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
ଘଟଣା ପରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ବରମୁଣ୍ଡା ଗାଁର କିଛି ଯୁବକ ସ୍କୁଲ୍ରୁ ଫେରୁଥିବା ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଏନେଇ ଗାଁ କମିଟିରେ କଥା ପଡ଼ିଥିଲା। ପରେ ୨ ଜଣ ଯୁବକଙ୍କ ସମେତ ସେମାନଙ୍କର ବାପାଙ୍କୁ ସର୍ବ ସମ୍ମୁଖରେ ଆଣ୍ଠେଇ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏହାପରେ ଭିଡିଓ ଭାଇରାଲ୍ ହୋଇଥିଲା। ଘଟଣାକୁ ନେଇ ପୋଲିସ୍ ୨ ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1670567500.jpg)