Advertisment

Vigilance Raid: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ଏକକାଳୀନ ୧୦ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ ଚାଲିଛି।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ଟିମ୍। ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ରେଡ ହୋଇଛି। ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢାଉ ଚାଲିଛି।

Advertisment

ଭିଜିଲାନ୍ସ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଭୁବନେଶ୍ୱର ଝାରପଡାସ୍ଥିତ ଦୁଇଟି ତିନି ମହଲା ଘର, ଭଦ୍ରକ କୁଆଁସରେ ଥିବା ତିନିମହଲା ଘର, ଭଦ୍ରକ ଗେଲପୁରରେ ଥିବା ଦୁଇ ମହଲା ଘର, ଭଦ୍ରକ କପାଗାଡ଼ିଆ ସ୍ଥିତ ପୈତୃକ ବାସଭବନରେ ଚଢାଉ ହୋଇଛି। ଏଥିସହ ଭଦ୍ରକ ବାରୁଆଣିରେ ଥିବା ସମ୍ପର୍କୀୟଙ୍କ ଘର, ଭଣ୍ଡାରିପୋଖରୀ ଓ ମୟୁରଭଞ୍ଜ ଧଳପୁରସ୍ଥିତ ସହଯୋଗୀଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି l

ସମୁଦାୟ ୧୦ ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ୭ DSP, ୩ ଇନ୍ସପେକ୍ଟର, ୮ SI ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି। ସେ ଆଦିବାସୀ ଜମି ପଟ୍ଟା ନାଁରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ମାତ୍ର ଏନେଇ ଭିଜିଲାନ୍ସ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ଦିଆଯାଇନାହିଁ।

Advertisment

Vigilance Raid Kamakhyanagar Sub Collector
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ