Advertisment

ବିନ୍ଦି ହେଲା କାଳ; ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ, ଜୀବନ ହାରିଲେ ଛାତ୍ରୀ

ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସମ୍ମୁଖରେ ହେବାକୁ ପଡ଼ିଲା ଅସମ୍ମାନିତ। ପ୍ରାର୍ଥନା ସଭାର ମାଡ଼ଗାଳି ସହ ମିଳିଲା ଲାଞ୍ଝନା।

ଅଦ୍ୟତନ ହୋଇଛି
 Jharkhand girl killed self

Jharkhand girl killed self

Advertisment

ଛାତ୍ରୀଙ୍କୁ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ । ଅପମାନ ସହିପାରିଲେନି, ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ମଥାରେ ବିନ୍ଦି ଲଗାଇ ସ୍କୁଲ ଆସିଥିବାରୁ ସମସ୍ତଙ୍କ ସାମ୍ନାରେ ପ୍ରାର୍ଥନା ସଭାରେ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ । ଏଥିରେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ଛାତ୍ରୀଜଣକ ଶେଷରେ ଝୁଲି ପଡ଼ି ନିଜ ଜୀବନ ହାରିଲେ । ଏପରି ଏକ ସମ୍ବେଦନଶୀଳ ଘଟଣା ଝାଡ଼ଖଣ୍ଡର ଧାନବାଦରେ ଘଟିଛି। ମୃତ ଛାତ୍ରୀଜଣକ ହେଲେ ୧୬ ବର୍ଷୀୟା ଉଷା କୁମାରୀ । ଘଟଣାରେ ସ୍କୁଲର ଶିକ୍ଷୟିତ୍ରୀ ଓ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରିଛି ।

Advertisment

ଘଟଣାଟି ଗତ ସୋମବାର  ଘଟିଥିବା ଜଣାପଡ଼ିଛି । ଏକ ଘରୋଇ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ଉଷା କୁମାରୀ ମଥାରେ ବିନ୍ଦି ଲଗାଇ ସ୍କୁଲକୁ ଯାଇଥିଲେ। ମାତ୍ର ପ୍ରାର୍ଥନା ସଭାରେ ଏହା ଦେଖି ତାଙ୍କ ଉପରେ ରାଗି ଯାଇଥିଲେ ଜଣେ ଶିକ୍ଷୟିତ୍ରୀ । ସେ ଉଷାଙ୍କ ଗାଲକୁ ଚାପୁଡ଼ା ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ହନୁମାନଗଢ଼ି କଲୋନିସ୍ଥିତ ଘରକୁ ଫେରି ଉଷା ସିଲିଙ୍ଗ୍‌ ଫ୍ୟାନ୍‌ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ ।

ଉଷା ସ୍କୁଲରୁ ବିଚଳିତ ହୋଇ ଫେରିବା ପରେ ନିଜକୁ ରୁମ୍‌ ଭିତରେ ବନ୍ଦ କରି ଦେଇଥିଲେ। ଏହାପରେ ଫ୍ୟାନ୍‌ରେ ଝୁଲି ପଡ଼ି ଜୀବନ ହାରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଅ ନ ବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ।

Advertisment

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେ ପାଇଁ ପଠାଇଛି । ଜୀବନ ହାରିବା ପୂର୍ବରୁ ଉଷା ୟୁନିଫର୍ମ ପକେଟ୍‌ରେ ଏକ ‘ସୁଇସାଇଡ୍‌ ନୋଟ୍‌’ ବି ରଖିଯାଇଥିଲେ। ସେଥିରେ ସେ ଏ ଘଟଣା ପାଇଁ ସ୍କୁଲ୍‌ ଶିକ୍ଷୟିତ୍ରୀ ଓ ପ୍ରିନ୍‌ସିପାଲ୍‌ଙ୍କୁ ଦାୟୀ କରିଛନ୍ତି । ତେଣୁ ଉଭୟଙ୍କୁ ଗିରଫ  କରାଯାଇଥିବା କଥା ପୋଲିସ ସୂଚନା ଦେଇଛି । ଏହି ଘଟଣା ପାଇଁ ଉତ୍ତ୍ୟକ୍ତ ଲୋକେ ସ୍କୁଲ ମ୍ୟାନେଜମେଣ୍ଟକୁ ଦାୟୀ କରିଥିବା ବେଳେ ତୁରନ୍ତ ଘଟଣାର ଯାଞ୍ଚ ପାଇଁ ପୋଲିସ୍‌ ପ୍ରତିଶ୍ରୁତି ଦେବାରୁ ଉତ୍ତେଜନା ଥମିଥିଲା ।

Student Suicide Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ