Advertisment

ସକାଳୁ ସକାଳୁ ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା, ପାଟନାରେ ଉତ୍ତେଜନା

ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତମାନେ ଧରାପଡି ନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ଅଦ୍ୟତନ ହୋଇଛି
JDU Leader Shot Dead

JDU Leader Killed

Advertisment

ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ଏଭଳି କିଛି ଘଟଣା ବିହାର ରାଜଧାନୀ ପାଟନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ।

Advertisment

ବେଶ୍ ପାଖରୁ ଆସି ସୌରଭଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ମାରିବା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଗୁରୁତର ଅବସ୍ଥାରେ ସୌରଭଙ୍କ ବନ୍ଧୁଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପାଟନାରେ ଏଭଳି ଘଟଣା ରାଜନୀତିକୁ ଅଧିକ ତେଜିଛି । କୁହାଯାଉଛି, ସୌରଭ ଜେଡିୟୁର ଜଣେ ଆଗ ଧାଡ଼ିର ଯୁବ ନେତା ଥିଲେ। ତାସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବେଶ୍ ନିକଟତର ବି ଥିଲେ।

ଅଧିକ ପଢ଼ନ୍ତୁ: ୟୁପିରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆକ୍ରମଣ, ଫାଟିଲା ନାକ

ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତମାନେ ଧରାପଡି ନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Advertisment

JDU Murder Case Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ