Advertisment

ଟ୍ୟୁସନ୍‌ ଫି ହତ୍ୟାକାଣ୍ତ; ପୋଲିସ ଥିଓରୀକୁ ମାନିଲାନି ପରିବାର..ବାପା କହିଲେ CBI କାଢ଼ିବ ସତ..

ନିଷ୍ପାପ କିଶୋରଟିଏ..ହେଲେ ଏହି ନିରୀହ ପୁଅର କଅଁଳ ଦେହକୁ କିଏ ଯେ, ଖିନଭିନ୍ କରିଦେବ ତୀକ୍ଷ୍ଣଣ ଛୁରୀରେ, ଭାବିଲେ ଲୋମଟାଙ୍କୁରୀ ଉଠିଛି। ଜାଣିଲା ପରଠୁ ପାଦ ତଳୁ ଧସିଯାଇଛି ମାଟି, ମୁଣ୍ଡ ଉପରୁ ସତେଯେମିତି ଖସିପଡ଼ିଛି ଆକାଶ।

undefined

Child Death Suspense

Advertisment

ଜଟଣୀ ବେଣାପଞ୍ଜରୀରେ ଟ୍ୟୁସନ୍ ସାରଙ୍କ ପୁଅକୁ ଘରେ ପଶି କାହିଁକି ଛୁରୀ ଭୁଷି ହତ୍ୟା କଲା ପ୍ଲସ୍ ଟୁ ଛାତ୍ର ? ପୋଲିସର ତଥ୍ୟ ପରଠୁ ଘନେଇବାରେ ଲାଗିଛି ରହସ୍ୟ। ପୋଲିସ କହିଛି, ବକେୟା ଟ୍ୟୁସନ୍ ଫି’କୁ ବାରମ୍ବାର ମାଗିବାରୁ ସଂପୃକ୍ତ ଛାତ୍ର ଲଜ୍ଜିତ ହୋଇ ପ୍ରତିଶୋଧ ସ୍ୱରୂପ ଏଭଳି ପଦକ୍ଷେପ ନେଇଛି। ହେଲେ ପୋଲିସର ଏହି ଟ୍ୟୁସନ୍ ଫି’ ଥିଓରୀକୁ ନା ମୃତଛାତ୍ରର ପରିବାର ମାନୁଛନ୍ତି, ନା ଅଭିଯୁକ୍ତର ସମ୍ପର୍କିୟ। ଫଳରେ ଏହି ସମ୍ବେଦନଶୀଳ ମାମଲା ଏବେ ରହସ୍ୟର କାଠଗଡ଼ାରେ।

Advertisment

ନିଷ୍ପାପ କିଶୋରଟିଏ..ହେଲେ ଏହି ନିରୀହ ପୁଅର କଅଁଳ ଦେହକୁ କିଏ ଯେ, ଖିନଭିନ୍ କରିଦେବ ତୀକ୍ଷ୍ଣଣ ଛୁରୀରେ, ଭାବିଲେ ଲୋମଟାଙ୍କୁରୀ ଉଠିଛି। ଜାଣିଲା ପରଠୁ ପାଦ ତଳୁ ଧସିଯାଇଛି ମାଟି, ମୁଣ୍ଡ ଉପରୁ ସତେଯେମିତି ଖସିପଡ଼ିଛି ଆକାଶ। ସ୍ତବ୍ଧ ବାପା, ମା’ ଓ ପରିବାର ଭାଇର ବିଚ୍ଛେଦରେ ବୋଲ ମାନୁନି ଭଉଣୀର ଲୁହ। ବୁଝେଇବେ ତ କାହାକୁ ବୁଝେଇବେ। ବୀଭତ୍ସ କାଣ୍ଡ ପରଠୁ ଗୁମୁରୁ କାନ୍ଦୁଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟ ବେଣାପଞ୍ଜରୀ ଗାଁ।

ସମୟ ସଂଧ୍ୟା ସାଢ଼େ ୬ଟା। ଘରର ଉପର ମହଲା ଘରେ ଝିଅ ଓ ପତ୍ନୀଙ୍କ ସହ ମିଶି ସବୁଦିନ ଭଳି ଗତକାଲି ପିଲାଙ୍କୁ ଟ୍ୟୁସନ୍ ପଢ଼ାଉଥିଲେ ବାପା ମନୋଜ ପାଲଟାସିଂ। ତଳ ଘରେ ଏକୁଟିଆ ପଢୁଥିଲେ ମନୋଜଙ୍କ ନବମ ପଢୁଆ ପୁଅ ଶୁଭମ୍। ଏତିକିବେଳେ ହଠାତ ଘରେ ପଶି ଶୁଭମକୁ ଛୁରୀରେ ଆକ୍ରମଣ କରିଥିଲା ଅଭିଯୁକ୍ତ ଜଣକ। ଉଭୟ ପେଟ ଓ ତଣ୍ଟିରେ କରିଥିଲା ଆଘାତ। ଆଉ ରକ୍ତରଂଜିତ ହୋଇ ଶୁଭମ ଚିତ୍କାର କରିବା ପରେ ପରିବାର ଲୋକେ ଦୌଡ଼ି ଆସିଲା  ବେଳକୁ ଖସିଯାଇଥିଲା ଅଭିଯୁକ୍ତ। ଯାହାର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ। ଶେଷରେ ଶୁଭମଙ୍କୁ ଉଦ୍ଧାର କରି ପରିବାର ଲୋକେ ମେଡ଼ିକାଲରେ ଭର୍ତ୍ତି କରିଥିଲେ ବି ଶୁଭମର ପ୍ରାଣ ଚାଲିଯାଇଥିଲା।

Advertisment

ଏହି ଘଟଣା ପରେ ସାଇଣ୍ଟିଫିକ୍ ଟିମ୍‌କୁ ଧରି ତଦନ୍ତ କରିଥିଲା ପୋଲିସ। ଦୀର୍ଘ ସମୟର ଖୋଳତାଡ଼ ପରେ ମୃତ ଶୁଭମଙ୍କ ଘର ପାଖରୁ ମିଳିଥିଲା ଏକ ହ୍ୟାଣ୍ଡ ବ୍ୟାଗ୍। ଭୁବନେଶ୍ୱର ଡିସିପିଙ୍କ କହିବା କଥା, ଏହି ହ୍ୟାଣ୍ଡବ୍ୟାଗରୁ ମିଳିଥିଲା ଅଭିଯୁକ୍ତର ସୁରାଗ। ଯିଏ ଜଣେ ନାବାଳକ। ପୂର୍ବରୁ ସେ ବେଣାପଞ୍ଜୁରୀ ସ୍ଥିତ ମାମୁ ଘରେ ରହି ପାଠପଢ଼ୁଥିଲା। ୨୦୨୧ରେ ମାଟ୍ରିକ୍ ପରେ ପ୍ଲସ ଟୁ ଆଡ଼ମିଶନ କରି ଜଟଣୀ ବାଛରାପାଟଣାରେ ରହୁଥିଲା ଅଭିଯୁକ୍ତ। ତେବେ ଗତ ୨୪ରେ ଆସିଥିଲା ମାମୁ ଘରକୁ। ଆଉ ଗତକାଲି ଭିଆଇଥିଲା ଏହି କାଣ୍ଡ। ମନୋଜଙ୍କ ପାଖରେ ପୂର୍ବରୁ ଟ୍ୟସନ ହେଉଥିଲା ଅଭିଯୁକ୍ତ। ତେବେ ବକେୟା ଥିବା ୩ରୁ ୫ ହଜାର ଟଙ୍କାର ଟ୍ୟୁସନ୍ ଫି ବାରମ୍ବାର ମନୋଜ ମାଗିବାରୁ ଏଥିରେ ଲଜ୍ଜାବୋଧ ସହ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଏହି କାଣ୍ଡ ଭିଆଇଛି।

ଡିସିପିଙ୍କ ଏଭଳି ଟ୍ୟୁସନ୍ ଫି ଥିଓରୀକୁ କିନ୍ତୁ ଗ୍ରହଣ କରିପାରୁନାହାଁନ୍ତି ମୃତ ଛାତ୍ରଙ୍କ ପରିବାର ଓ ଅଭିଯୁକ୍ତର ସଂପର୍କୀୟ। ମୃତ ଛାତ୍ରଙ୍କ ବାପା କହିଛନ୍ତି, ଅଭିଯୁକ୍ତ ଛାତ୍ର ଚିହ୍ନା ପରିଚିତ। ତାକୁ କେବେ ଟଙ୍କାଟିଏ ବି ମାଗିନି। ଏହାପଛରେ ସୁପାରୀ ନେଇ ସେ ମୋ ପୁଅକୁ ହତ୍ୟା କରିଛି। ସେହିପରି ଅଭିଯୁକ୍ତର ମାମୁ ମଧ୍ୟ ମନୋଜ ସାର୍ ଭଦ୍ରଲୋକ, ଟିଉସନ୍ ଫି’ କେବେ ମାଗିନଥିବେ ବୋଲି କହିଛନ୍ତି।

Advertisment

ତେବେ ସତରେ କ’ଣ ବକେୟା ଟଙ୍କା ପାଇଁ ଜଣେ ନାବାଳକଟିଏ ପେଶାଦାର ଅପରାଧୀ ଭଳି ଭିଆଇପାରେ ଏଭଳି ଜଘନ୍ୟ କାଣ୍ଡ ? ଯଦି ଟଙ୍କା ବାକିଥିଲା, ତେବେ ଘର ଭିତରକୁ ପଶି ଟ୍ୟୁସନ୍ ସାରଙ୍କ ପୁଅକୁ କାହିଁକି କଲା ଆକ୍ରମଣ ? କାହିଁକି ଓ କେଉଁ ଆଧାରରେ ପରିବାର ଲୋକେ ଗ୍ରହଣ କରିପାରୁନାହାଁନ୍ତି ପୋଲିସର ତଥ୍ୟକୁ ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି।

Death Suspense Child Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ