Advertisment

ଜୁଏଲାରୀ ଦୋକାନ ଲୁଟର ୨୪ ଘଣ୍ଟା ପରେ ବି ପୋଲିସ୍ ହାତ ଖାଲି, ୩ଜଣଙ୍କ ଫଟୋ ଜାରି କରି ପୁରସ୍କାର ଘୋଷଣା

ହାଇୱେ ପାଖ ଗହଣା ଦୋକାନ ଓ ବ୍ୟାଙ୍କ ଲଟପାଟକୁ ନେଇ ବଢ଼ିଲା ଚିନ୍ତା

ଅଦ୍ୟତନ ହୋଇଛି
undefined

Jajpur jewellery showroom loot

Advertisment

ଓଡ଼ିଶାରେ ଆଖି ପକାଇଛନ୍ତି କି ପଡ଼ୋଶୀ ଲୁଟେରା ? ଦିନ ଦ୍ୱିପ୍ରହରେ ଗ୍ରାହକ ସାଜି ଆସୁଛନ୍ତି, ବନ୍ଧୁକ ମୁନରେ ସୁନାଗହଣା ଲୁଟି ନେଇ ଚମ୍ପଟ ମାରୁଛନ୍ତି। ଗତକାଲି ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ଦୋକାନରୁ କୋଟି କୋଟି ଟଙ୍କାର ଅଳଙ୍କାର ଲୁଟିନେଇ ଚମ୍ପଟ ମାରିଥିବା ଲୁଟେରାଙ୍କୁ ଏଯାଏଁ ଧରି ପାରିନି ପୋଲିସ୍ । ଘଟଣାକୁ ୨୪ ଘଣ୍ଟା ପାର୍ ହୋଇଯାଇଥିଲେ ବି ସେମାନେ କେଉଁଠୁ ଆସିଥିଲେ କୁଆଡେ ଗଲେ ସେନେଇ ପୋଲିସ୍ ହାତରେ କୌଣସି ସୁରାକ୍ ଲାଗି ନାହିଁ। ତେବେ ସହରରୁ ଅଳ୍ପଦୂରରେ ବାଇପାସ୍ ରୋଡ୍ ଥିବାରୁ ଲୁଟେରାଙ୍କୁ ଖସିପଳାଇବାକୁ ସହଜ ହୋଇଥିବା କୁହାଯାଉଛି।

Advertisment

ଅନ୍ୟପଟେ ଏ ଘଟଣାରେ ମୋଟ ୭ ଡକାୟତଙ୍କ ଭିତରୁ ପୋଲିସ୍ ୩ ଜଣଙ୍କ ଫଟୋ ଜାରି କରିଛି। ସେମାନଙ୍କୁ ଧରାଇଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛି । ତେବେ ସହରରେ ଲୁଟେରାଙ୍କ ଏଭଳି ଆତଙ୍କରାଜକୁ ନେଇ ଗହଣା ବ୍ୟବସାୟୀ ଭୟଭୀତ ଥିବା ବେଳେ ପୋଲିସ୍ ଉପରେ ସବୁ ଛାଡ଼ିଦେଇଛନ୍ତି।

Advertisment

ଖାଲି ଯାଜପୁର ନୁହେଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ମଧ୍ୟ ବ୍ୟାଙ୍କ ଏବଂ ଅଳଙ୍କାର ଶୋରୁମ୍ ଲୁଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଗତ ଏପ୍ରିଲ୍ ୨୬ରେ ୬ ଜଣ ଲୁଟେରା ଯାଜପୁର ଭଳି ସମାନ ଢଙ୍ଗରେ ଆସି ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ କରି ଚନ୍ଦନେଶ୍ୱର ଫାଣ୍ଡି ଦେଇ ପଳାଇଲେ ପଛେ ପୋଲିସ୍ କିଛି କରିପାରିଲାନି ।

୨୦୧୪ରୁ ୨୦୨୩ ମଧ୍ୟରେ ଏକାଧିକ ବ୍ୟାଙ୍କ ଏବଂ ଏଟିଏମ୍ ଲୁଟ୍ କରି ଲୁଟେରା ଫେରାର୍ ହୋଇଯାଇଛନ୍ତି। ତେବେ ଏଠି ମଧ୍ୟ ଲୋକଙ୍କ ସମାନ ଅଭିଯୋଗ, ଜଳେଶ୍ୱର ପଶ୍ଚିମବଙ୍ଗ ସୀମବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ପଡ଼ୋଶୀ ଲୁଟେରା ମେନରୋଡ୍ ଉପରେ ଛୁ ମାରିବାରେ ସଫଳ ହେଉଛନ୍ତି।

Advertisment

ସେପଟେ ପୋଲିସ୍ କହିଛି, ଶୋରୁମର ସିସିଟିଭି କ୍ୟାମେରା ସହିତ ପୋଲିସର ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯିବ।

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ