Advertisment

ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ, ଅନ୍ୟ ୬ ଜଣ ଦୋଷମୁକ୍ତ

ଆଶାରାମ ବାପୁଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ମହିଳା ଅନୁଗାମୀ ।

ଅଦ୍ୟତନ ହୋଇଛି
Asaram Bapu Convicted In 2013 Rape Case

Asaram bapu

Advertisment

୨୦୧୩ ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ । ଗୁଜରାଟ ଗାନ୍ଧିନଗରରର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏ ମାମଲାରେ କୋର୍ଟ ଆସନ୍ତାକାଲି ଦଣ୍ଡବିଧାନ ଘୋଷଣା କରିବେ । ଆଶାରାମ ବାପୁ ୨୦୦୧ରୁ ୨୦୦୬ ମସିହା ଭିତରେ ଅହମଦ୍ଦାବାଦ ଆଶ୍ରମରେ ଥିବା ତାଙ୍କର ଜଣେ ମହିଳା ଅନୁଗାମୀଙ୍କୁ ବିଭିନ୍ନ ସୟମରେ ବଳାତ୍କାର କରି ଆସୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ମହିଳା ଜଣକ ଅହମ୍ମଦାବାଦର ଚନ୍ଦଖେଡ଼ା ଥାନାରେ ୨୦୧୩ ଅକ୍ଟୋବରରେ ଏତଲା ଦେଇଥିଲେ ।

Advertisment

ଆଶାରାମ ବାପୁଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ମହିଳା ଅନୁଗାମୀ । ବଳାତ୍କାର ସହ ତାକୁ ବେଆଇନ ଭାବେ ବଳପୂର୍ବକ ରଖାଯାଇଥିବା ନେଇ ଏତଲାରେ ଉଲ୍ଲେଖ କରିଥିଲେ । ପୋଲିସ ଏ ମାମଲାରେ ୨୦୧୪ ଜୁଲାଇ ମାସରେ ଚାର୍ଜସିଟ୍ ଦାଖଲ କରିଥିଲା । କୋର୍ଟ ଆଜି ଏ ମାମଲାରେ ଆଶାରାମ ବାପୁଙ୍କୁ ଦୋଷୀ ଘୋଷଣା କରିଥିବା ବେଳେ ଅନ୍ୟ ୬ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ ଘୋଷଣା କରିଛନ୍ତି ।

Asaram Bapu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ