Advertisment

ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ ! ବିଷ ପିଇଲେ ITI ଛାତ୍ର

କଲେଜରେ ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। କଲେଜରୁ ଫେରିବା ପରେ ସମ୍ପୃକ୍ତ ଛାତ୍ର ବିଷ ପିଇ ଦେବାରୁ ଅଚେତ ହୋଇପଡ଼ିଥିଲେ।

ଅଦ୍ୟତନ ହୋଇଛି
Student of a private ITI attempts killing self over alleged ragging

Student of a private ITI attempts killing self over alleged ragging

Advertisment

କଲେଜରେ ରାଗିଂ ସହି ନପାରି ଭଦ୍ରକ ଜିଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅଵସ୍ଥାରେ ଛାତ୍ରଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ହେବାରୁ ସମ୍ପୃକ୍ତ ଛାତ୍ରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏକ ଘରୋଇ ITI କଲେଜରେ ଛାତ୍ର ଜଣକ ପଢ଼ୁଥିବା ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଗତକାଲି କଲେଜରୁ ଫେରିବା ପରେ ସମ୍ପୃକ୍ତ ଛାତ୍ର ବିଷ ପିଇ ଦେବାରୁ ଅଚେତ ହୋଇପଡ଼ିଥିଲେ। ଏହାପରେ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତିହିଡି଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

କଲେଜରେ ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନାହିଁ।  ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟ ପ୍ରତିକ୍ରିୟା ମିଳିପାରିନି। 

Advertisment
Ragging Ragging Allegations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ