IT ରେଡ୍‌ରୁ ବଡ଼ ଖୁଲାସା; ଡିଏନ୍‌ ଫାଙ୍କିଛି ୯୦ କୋଟି ଟଙ୍କାର ଟିକସ !

ଲୁଚାଛପାରେ କ୍ୟାସ୍ ନେଇ ପ୍ରାୟ ୯୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କୁହାଯାଉଛି ।

DN Group

୯୦ କୋଟି ଟଙ୍କା ଟିକସ ଫାଙ୍କିଛି ରାଜଧାନୀର ବହୁଚର୍ଚ୍ଚିତ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ । ଗତ ପ୍ରାୟ ୫ ଦିନ ଧରି ଚାଲିଥିବା ଆୟକର ଚଢ଼ାଉରୁ ଏହି ତଥ୍ୟ

ମିଳିଛି । ବଡ଼କଥା ହେଉଛି, ଲୁଚାଛପାରେ କ୍ୟାସ୍ ନେଇ ପ୍ରାୟ ୯୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କୁହାଯାଉଛି । ୨୧୦ କୋଟିର ଲୁଚାଛପା କ୍ୟାସ୍ ନେଇ ୯୦ କୋଟି ଟିକସ ଫାଙ୍କିଥିବା ନେଇ ଆୟକର ବିଭାଗ ଫକ୍ଷରୁ ସୂଚନା ମିଳିଛି ।

ଚଢ଼ାଉ ବେଳେ ଜବତ କାଗଜାତରୁ ମିଳିଛି ଟିକସ ଫାଙ୍କିର ତଥ୍ୟ । ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ, ଦଲିଲ ଆଦିରୁ ଏହି ତଥ୍ୟ ମିଳିଛି । କାଗଜାତ ଯାଞ୍ଚ ପରେ ୨୧୦ କୋଟି କ୍ୟାସ୍ ଆହରଣର ସୁରାକ ବି ଲାଗିଛି ଆୟକର ବିଭାଗ ହାତରେ । ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରିରୁ ଆହରଣ ହୋଇଛି ୨୧୦ କୋଟି ଟଙ୍କା।

ସେହିପରି ସଂଗୃହିତ ୨୧୦ କୋଟି ହୋଟେଲ, ମଲ୍ ଆଦିରେ ବିନିଯୋଗ ହୋଇଛି । ଚଢ଼ାଉ ବେଳେ ନଗଦ ୯ କୋଟି ୭୪ ଲକ୍ଷ ଟଙ୍କା ଜବତ କରିଛି ଆୟକର ଟିମ୍ । ୯ ଦଶମିକ ୭୪ କୋଟି ଟଙ୍କା ଜବତ ହେବା ଓଡ଼ିଶାରେ ଏଯାବତ ସର୍ବାଧିକ ବୋଲି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ DN GROUP ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।