Advertisment

ମିଳିଲାଣି ୨୦୦ କୋଟି ଟଙ୍କା, ଆଗକୁ ଆହୁରି କେତେ ?

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି ।

ଅଦ୍ୟତନ ହୋଇଛି
IT continues marathon raids in various places of Odisha in liquor trader case

IT continues marathon raids in various places of Odisha in liquor trader case

Advertisment

ଯେତେ ଖୋଳିଲେ, ସେତେ ବାହାରୁଛି । ରାଜ୍ୟରେ ଚାଲିଥିବା ଆୟକର ବିଭାଗର ଖୋଳତାଡ଼ରେ ପ୍ରତିଦିନ ବାହାରୁଛି ନୂଆ ନୂଆ ତଥ୍ୟ । ୪୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ଯାଞ୍ଚ ଓ ତା’ ସହ କୋଟି କୋଟି ଟଙ୍କାର ଗଣତି । ବଲାଙ୍ଗିର ଜିଲ୍ଲା ସୁଦପଡ଼ା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ ।

Advertisment

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି । ଜବତ ହୋଇଥିବା ୨୦୦ କୋଟିରୁ ଅଧିକ ଟଙ୍କାକୁ ଗଣତି କରିବାରେ ଲାଗିଛନ୍ତି ଆୟକର ବିଭାଗ । ସମ୍ବଲପୁର, ବଲାଙ୍ଗିର, ରାଉରକେଲା, ବୌଦ୍ଧ, ସୁନ୍ଦରଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଚାଲିଛି ।

ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ? କିଏ ଏହି ଟଙ୍କା ରଖିଥିଲେ ସେସବୁ ଦିଗକୁ ଟିକନିଖ୍ କରି ତଦନ୍ତ ଚାଲିଛି । ଆୟକର ବିଭାଗ ଡିଜି ସଞ୍ଜୟ ବାହାଦୁର ଭୁବନେଶ୍ୱର ଥିବାରୁ ଏହି ତଦନ୍ତ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି ।

Advertisment
IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ