Advertisment

ନୋଟ୍ ଗଣି ଗଣି ହାଲିଆ, ନିଅଣ୍ଟ ପଡୁଛି ମେସିନ୍

ଯେତେ ଖୋଳିଲେ, ସେତେ ବାହାରୁଛି । ଯେତେ ଗଣିଲେ, ସେତେ ଲମ୍ବୁଛି । ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ।

ଅଦ୍ୟତନ ହୋଇଛି
IT Raid

IT Raid

Advertisment

ଯେତେ ଖୋଳିଲେ, ସେତେ ବାହାରୁଛି...ଯେତେ ଗଣିଲେ, ସେତେ ଲମ୍ବୁଛି...୩ ଦିନର ନନଷ୍ଟପ୍ ରେଡ୍ ଭିତରେ ପ୍ରାୟ ୨ ଶହ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିବା କୁହାଯାଉଛି। ତଥାପି ସେସବୁ ଟଙ୍କାର ଚାଲିଛି ଗଣତି...ମଣିଷଠୁ ମେସିନ ଯାଏଁ ଲାଗିପଡ଼ିଛନ୍ତି ଟଙ୍କା ଗଣାରେ । ଏମିତି ସ୍ଥିତି ହେଉଛି ବଲାଙ୍ଗିର ସୁଦପଡ଼ାର ମଦ ଭାଟି ମ୍ୟାନେଜର ରାଜେଶ ସାହୁଙ୍କ ଘରେ । ତାଙ୍କ ଆଲମାରୀରେ ଥାକ ମରାଯାଇ ରଖାଯାଇଥିଲା ଅପର୍ଯ୍ୟାପ୍ତ ନୋଟ୍ । ଆଉ ଏସବୁ ନୋଟକୁ ବସ୍ତା ଆଉ ବ୍ୟାଗରେ ଭର୍ତ୍ତି କରି ବଲାଙ୍ଗିର SBI ମେନ୍ ବ୍ରାଞ୍ଚରେ ଡିପୋଜିଟ୍ ପରେ ଆୟକର ଅଧିକାରୀଙ୍କ ଉପସ୍ଥିତିରେ ଗତ ୨ଦିନ ହେଲା ଗଣି ଚାଲୁଛନ୍ତି ବ୍ୟାଙ୍କ ଅଧିକାରୀ।

Advertisment

ବର୍ତ୍ତମାନ ସୁଦ୍ଧା ୬ଟି ଛୋଟ ଏବଂ ଗୋଟିଏ ବଡ଼ ମେସିନକୁ ମିଶାଇ ୨୦ କୋଟିରୁ ଅଧିକ ଟଙ୍କାର ଗଣତି ସରିଛି। ଆଉ ୪/୫ ଦିନ ଯାଏଁ ଏଭଳି ଗଣତି ଚାଲିବ ବୋଲି ବ୍ୟାଙ୍କ ସୂତ୍ରରୁ ସୂଚନା ମିଳିଛି। ଏହି ଲିଙ୍କରେ ଟିଟିଲାଗଡ଼ ମଦଭାଟି ପଡ଼ାର ଦେଶୀମଦ ଭାଟିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ। ସେଇଠି ପ୍ରାୟ ୮ଟି କୋଟି ଟଙ୍କା ମିଳିଥିବା ଚର୍ଚ୍ଚା ହେଉଛି।

ସେପଟେ ସମ୍ବଲପୁର ଧନୁପାଲି ଦେଶୀ ମଦ ଭାଟି ଓ ବଡ଼ବଜାରର ଅଫିସରୁ ମିଳିଥିବା ବିପୁଳ ଟଙ୍କାର ଜାରି ରହିଛି ଗଣତି। ସମ୍ବଲପୁର SBI ମୁଖ୍ୟ ଶାଖାରେ ଆଜିକୁ ୩ ଦିନ ହେଲା ଦିନ ରାତି ଗଣୁଛନ୍ତି ଆୟକର ଏବଂ ବ୍ୟାଙ୍କ ଅଧିକାରୀ। ତଥାପି ସରୁନି। ଧନୁପାଲିରେ ମଦ ବ୍ୟବସାୟର ସାମ୍ରାଜ୍ୟ ମେଲାଇଥିବା ବଳଦେବ ସାହୁ ଆଣ୍ଡ ସନ୍ସର ସମ୍ବଲପୁର ଜିଲ୍ଲାରେ ରହିଛି ୪ଟି ଦେଶୀ ମଦ ଭାଟି। ସମ୍ବଲପୁର ଅବକାରୀ ଅଧିକ୍ଷକଙ୍କ କହିବା କଥା, ୧୯୯୫ ପରଠୁ ରାଜ୍ୟ ସରକାର ଦେଶୀ ମଦ ଭାଟି ଲାଇସେନ୍ସ ପାଇଁ ଆଉ ନୂଆ ଟେଣ୍ଡର କରୁନାହାଁନ୍ତି। ପୁରୁଣା ଲାଇସେନ୍ସ ପ୍ରାପ୍ତ ମଦ ଭାଟି ମାଲିକ କେବଳ ସେହି ଲାଇସେନସକୁ ବାର୍ଷିକ ନବୀକରଣ କରି ରାଜ୍ ଚଳାଇଛନ୍ତି।

Advertisment

ତେଣେ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ବାଲଙ୍କ ଘର, ଅଫିସ ଓ ସର୍ଗିପାଲି ଦେଶୀ ମଦ ଭାଟିରେ ତୃତୀୟ ଦିନ ପାଇଁ ଆୟକର ବିଭାଗର ଛାପା ମାରିଛି। ଯାହାଙ୍କ ଘରୁ କାଲି ୨ଟି ବାକ୍ସ ଭର୍ତ୍ତି ନୋଟ୍ ମିଳିଥିଲା, ଯାହାର ଗଣତି ଜାରି ରହିଥିବାବେଳେ ଏହାର ମୂଲ୍ୟ ପ୍ରାୟ ୨ କୋଟି ହେବ ବୋଲି ଅନୁମାନ କରାଯାଉଛି। ସେହିଭଳି ବୌଦ୍ଧ ଓ ରାଉରକେଲାର ମଦ ବ୍ୟବସାୟୀଙ୍କ ଅଫିସ ସମେତ ଭାଟିରେ ରେଡ୍ ଜାରି ରହିଛି। ତେବେ ବଲାଙ୍ଗିରରୁ ବୌଦ୍ଧ, ସମ୍ବଲପୁରରୁ ସୁନ୍ଦରଗଡ଼।

ଏସବୁ ଜାଗାରୁ ଜବତ କୋଟି କୋଟି ଟଙ୍କା କାହାର ? ନଗଦ ଏତେ ଟଙ୍କା ଗଚ୍ଛିତ ରଖିବାର କାରଣ କ’ଣ ? କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ଏସବୁ ? ଆୟକର ଫାଙ୍କି ଏସବୁ ନଗଦ ଟଙ୍କା ରଖାଯାଇଥିଲା ନା ରାଜନୈତିକ କିମ୍ବା ବଡ଼ବଡ଼ିଆଙ୍କ ରହିଛି ଲିଙ୍କ୍ ? ଏଥିରେ ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ଲିଙ୍କ୍ ସ୍ପଷ୍ଟ ହେଉଥିବାରୁ ଆଗକୁ ନଗଦ ଟଙ୍କା ବାଦ୍ ଆଗକୁ ଆଉ କି କି ସଂପତ୍ତି ଠାବ ହେଉଛି, ତାକୁ ନେଇ ଲାଗିରହିଛି ନାନା କଳ୍ପନା ଜଳ୍ପନା ।

Advertisment

IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ