Advertisment

ସାବଧାନ ! ATM ଭିତରେ କାର୍ଡ ଲାଖି ଯାଉଛି କି ? ହୋଇପାରନ୍ତି ସାଇବର ଠକଙ୍କ ଶିକାର...

ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ ।

undefined

cyber fraud

Advertisment

ମାତିଛନ୍ତି ସାଇବର ଅପରାଧୀ । ଲୋକଙ୍କ ସାମାନ୍ୟ ବେହୁସିଆରିର ଫାଇଦା ଉଠାଇ ଆଖି ପିଛୁଳାକେ ଖାଲି କରି ଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ। ଅଭିଯୋଗ ପରେ ଅପରାଧୀ କେଉଁଠି ଧରାପଡୁଛନ୍ତି, ତ କେଉଁଠି ନାହିଁ । ନୂଆ ନୂଆ ତରିକାରେ ଏଇ କିଛି ଦିନ ଭିତରେ ରାଜ୍ୟରେ ସାମ୍ନାକୁ ଆସିଥିବା ଏଭଳି ଦୁଇଟି ଚର୍ଚ୍ଚିତ ଘଟଣା। 

Advertisment

ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ । ନହେଲେ ଅତିଶୀଘ୍ର ସାଇବର ଠକଙ୍କ ଶିକାର ହୋଇ ଗୋଲ୍ ହୋଇଯାଇ ପାରେ ଆପଣଙ୍କ ଆକାଉଣ୍ଟର ଟଙ୍କା । 

ଏମିତି ଘଟିଥିଲା ଭୁବନେଶ୍ବରର ଚନ୍ଦକା ଅଞ୍ଚଳର ଚିନ୍ମୟ କୁମାର ଷଡ଼ଙ୍ଗୀ(ସିହ୍ଲଟିକ୍)ଙ୍କ ସହ। ଆଉ ଗ୍ୟାଙ୍ଗ ସହ ମିଶି ତାଙ୍କୁ ଲୁଟିଥିଲା ପୋଲିସ୍ କବ୍ଜାକୁ ଆସିଛି ଅଭିଯୁକ୍ତ ଅସଦ ଅଲ୍ଲୀ । ଘର- ବିହାର। ପୋଲିସର ସୂଚନା ଅନୁଯାୟୀ, ଏ ରାକେଟ୍ ମୁଖ୍ୟତଃ ସହର ଉପକଣ୍ଠ ଜନଗହଳି ନଥିବା ଏଟିଏମକୁ ଟାର୍ଗେଟ୍ କରନ୍ତି । ପ୍ରଥମେ ମେସିନ୍ ନିକଟରେ ଏକ ଫେକ୍ କଷ୍ଟମର କେୟାର ନମ୍ବର ଲଗାଇ ଦେବା ସହ ରିମୋଟ୍ ଚାଳିତ ଏକ ଚିପକୁ ମେସିନରେ ଲଗାଇ ଦିଅନ୍ତି। ଫଳରେ ଟଙ୍କା ଉଠାଇବାକୁ ଆସୁଥିବା ଗ୍ରାହକ ମେସିନରେ କାର୍ଡ ଭର୍ତ୍ତି କରିବା କ୍ଷଣି ତାହା ଲକ୍ ହୋଇଯାଏ । ଫଳରେ ଏହି ସମୟରେ ଗ୍ରାହକଙ୍କ ବ୍ୟସ୍ତତାର ସୁଯୋଗ ନେଇ, ତାକୁ ସାହଯ୍ୟ କରିବାକୁ ଆଗେଇ ଆସନ୍ତି ଗ୍ୟାଙ୍ଗର ସଦସ୍ୟ। ନକଲି କଷ୍ଟମର କେୟାର ନମ୍ବରକୁ ଫୋନ୍ ଲଗାଇବାକୁ କୁହନ୍ତି। ଗ୍ରାହକକୁ ଏନଗେଜ୍ ରଖି ରିମୋଟ୍ ବଳରେ ମେସିନ୍ ଲକ୍ ଖୋଲି କାର୍ଡ ବାହାର କରନ୍ତି। ଆଉ ଚତୁରତାର ସହ କାର୍ଡରୁ ଅସଲି ଚିପ୍ କାଢ଼ି, ନକଲି ଚିପ୍ ଲଗାଇ ପୁଣି ମେସିନ୍ ଭିତରେ ପୂରାଇ ଦିଅନ୍ତି। ପରବର୍ତ୍ତୀ ମୂହୁର୍ତ୍ତରେ ଗ୍ରାହକ କାର୍ଡ ବାହାର କରି ଚାଲିଯିବା ପରେ, ଅସଲି ଚିପ୍କୁ ଅନ୍ୟ କାର୍ଡରେ ଖଞ୍ଜି ଆକାଉଣ୍ଟ ଖାଲି କରି ଚାଲନ୍ତି ଲୁଟେରା।

Advertisment

ତେବେ ଚିନ୍ମୟଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଖୋଳତାଡ଼ କରି ଏଭଳି ବିସ୍ମୟକର ସାଇବର ଲୁଟର ପର୍ଦ୍ଦାଫାସ୍ କରିବା ସହ ଅଭିଯୁକ୍ତ ଅସଦକୁ ଗିରଫ କରି ତାଠାରୁ ୪୦ ହଜାର ଟଙ୍କା ସହ ୧୧ଟି ଏଟିଏମ୍ କାର୍ଡ ଜବତ୍ କରିଛି । ଏଥିସହ ଫେରାର ଥିବା ଗ୍ୟାଙ୍ଗର ପାଖାପାଖି ୬ରୁ ୭ଜଣଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି ପୋଲିସ୍।

ଏପଟେ ପର୍ଯ୍ୟଟନ ସହର ପୁରୀରେ ହୋଟେଲ ବୁକିଂ କ୍ଷେତ୍ରରେ ବି ବଢ଼ିଚାଲିଛି ସାଇବର ଫ୍ରଡ୍। ସାଇବର ଥାନାରେ ହୋଇଥିବା ଆଉ ଏକ ଅଭିଯୋଗ ଅନୁଯାୟୀ, ଭୁବନେଶ୍ବରର ସମୀର ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ଗୁଗୁଲରେ ସର୍ଚ୍ଚ କରି ୱେବସାଇଟରୁ ଏକ ହୋଟେଲର ନମ୍ବର ପାଇ ରୁମ୍ ବୁକ୍ ପାଇଁ ସେଥିରେ କଲ୍ କରିଥିଲେ । ଆଉ ଅପରପଟୁ କେହି ସଂପୃକ୍ତ ହୋଟେଲର ମ୍ୟାନେଜର କହି କଥା ହେବା ସହ କୌଶଳରେ ସମୀରଙ୍କ କ୍ରେଡିଟ୍ କାର୍ଡରୁ ଓଟିପି ମାଗି ନେଇ  ଦେଖୁ ଦେଖୁ ୨୦ ହଜାର ଟଙ୍କା ଗାଏବ୍ କରିଦେଇଥିଲେ । ଆଉ ଅସାବଧନତାରୁ ଲୁଟର ଶିକାର ହୋଇଥିଲେ ସମୀର । ତେଣୁ ହୋଟେଲ ବୁକିଂ କ୍ଷେତ୍ରରେ ବଢିଚାଲିଥିବା ଏଭଳି ଫ୍ରଡକୁ ରୋକିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇଛି ପୁରୀ ପୋଲିସ ପ୍ରଶାସନ ।

Advertisment
ATM Loot Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ