Advertisment

ଯେତେ ଖୋଜିଲେ, ସେତେ ମିଳୁଛି...୪ ଦିନ ଧରି ରେଡ୍‌ ପରେ ଡିଏନ୍ ଗ୍ରୁପ୍ ମାଲିକଙ୍କୁ ଜେରା

ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ବିଭାଗର ଟିମ୍‌ ପଚରାଉଚରା କରିଛନ୍ତି। ଲଗାତାର ୪ ଦିନ ଧରି ଡିଏନ୍ ଗ୍ରୁପ୍‌ ଉପରେ ଚଢ଼ାଉ ଓ ତଦନ୍ତ ପରେ ଆଜି ମାଲିକଙ୍କୁ ପଚରାଉଚରା କରିଛି ଆୟକର ବିଭାଗର ଟିମ୍‌।

ଅଦ୍ୟତନ ହୋଇଛି
DN Group

DN Group

Advertisment

ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ବିଭାଗର ଟିମ୍‌ ପଚରାଉଚରା କରିଛନ୍ତି। ଲଗାତାର ୪ ଦିନ ଧରି ଡିଏନ୍ ଗ୍ରୁପ୍‌ ଉପରେ ଚଢ଼ାଉ ଓ ତଦନ୍ତ ପରେ ଆଜି ମାଲିକଙ୍କୁ ପଚରାଉଚରା କରିଛି ଆୟକର ବିଭାଗର ଟିମ୍‌। ଭୁବନେଶ୍ୱର ଆଇଆରସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଛି। ଆଜି ରେଡ୍ ପରେ ଆହୁରି ଅଢ଼େଇ କୋଟି ଟଙ୍କା ମିଳିଛି। ଏହାକୁ ମିଶାଇ ୩୨ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି।

Advertisment

ଏତେ ପରିମାଣର କ୍ୟାସ୍ କେଉଁଠୁ ଆସିଲା ? ଟଙ୍କାର ଉତ୍ସ କ’ଣ ? ଏସବୁ ଦିଗକୁ ନେଇ ଏବେ ପଚରାଉଚରା ଚାଲିଛି। ଆୟକର ଫାଙ୍କିବା ଅଭିଯୋଗରେ ଡିଏନ୍ ଗ୍ରୁପ୍‌ରେ ଚଢାଉ ଜାରି ରହିଛି।ଏହାସହ ଚଢ଼ାଉ ବେଳେ ମିଳିଥିବା ପେନ୍‌ଡ୍ରାଇଭ, କମ୍ପ୍ୟୁଟର ହାର୍ଡ ଡିସ୍କର ଯାଞ୍ଚ କରାଯାଉଛି। ଭୁବନେଶ୍ୱରରୀ ବିଭିନ୍ନ ସ୍ଥାନରେ ଜମି ହାତେଇବା ପ୍ରସଙ୍ଗରେ ମଧ୍ୟ ପଚରା ଉଚରା କରାଯାଉଛି। ଖବର ଲେଖାଯିବା ସୁଦ୍ଧା ଏନେଇ DN ଗ୍ରୁପ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

DN ଗ୍ରୁପ୍‌ରେ ଆଇଟି ରେଡ୍ ଏବଂ ମିଳିଥିବା ପୁଳା ପୁଳା ଟଙ୍କାକୁ ନେଇ ଏବେ ରାଜ୍ୟ ରାଜନୀତିରେ କମ୍ପନ। ଏ ଟଙ୍କା କାହାର ଓ ଏ ବ୍ୟବସ୍ଥା କାହାର ବୋଲି ବିଜେପି ପ୍ରଶ୍ନ ଉଠାଇ ସିଧାସଳଖ ଥାର୍ଡ ଫ୍ଲୋରକୁ ଟାର୍ଗେଟ କରିଛି। ସେହିପରି DN GROUPର ମାଲିକ ଜଗଦୀଶ୍ ପ୍ରସାଦ ନାଏକଙ୍କ ସାମ୍ରାଜ୍ୟ ପଛରେ କିଏ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ