• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ପରେ ଆକ୍ସନ୍ ମୋଡରେ ବର୍ତ୍ତମାନ ଆୟକର ବିଭାଗ । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରର ଆୟକର ବିଭାଗର ଚଢ଼ାଉରେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ମହାରାଷ୍ଟ୍ରର ଜଲନାରେ ଇସ୍ପାତ କମ୍ପାନୀ ମାଲିକ, କପଡ଼ା ବ୍ୟବସାୟୀ ଏବଂ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କ ଠିକଣାରେ ଏକକାଳୀନ ଚଢ଼ଉ କରାଯାଉଛି । ଚଢ଼ଉରେ ବହୁ ପରିମାଣର ବେନାମୀ ସମ୍ପତ୍ତି ଜବତ ହୋଇଛି । ଆୟକର ବିଭାଗ ପ୍ରାୟ ୩୯୦ କୋଟି ମୂଲ୍ୟର ବେନାମୀ ସମ୍ପତ୍ତି ଜବତ କରିଛି, ଯେଉଁଥିରେ ୫୮କୋଟି ଟଙ୍କା ନଗଦ, ୩୨କିଲୋଗ୍ରାମ ସୁନା, ହୀରା ଏବଂ ମୋତି ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି ।

ଚଢ଼ଉରେ ମିଳିଥିବା କ୍ୟାସ୍‌ ଗଣିବା ପାଇଁ ଆୟକର ବିଭାଗର ଅଧିକାରୀଙ୍କୁ ପାଖାପାଖି ୧୩ ଘଣ୍ଟା ସମୟ ଲାଗିଥିଲା । ଅଗଷ୍ଟ ୧ ରୁ ୮ ମଧ୍ୟରେ ଆୟକର ବିଭାଗ ରାଜ୍ୟରେ ବିଭିନ୍ନ ବ୍ୟବସାୟୀଙ୍କ ଘରେ ଛାପା ମାରି ଏତେ ଟଙ୍କା ଜବତ କରିଛି । ଆୟକର ବିଭାଗର ନାଶିକ୍ ଶାଖା ଏହି ରେଡ୍‌ ମାରିଛି । ଚଢ଼ାଉରେ ମୋଟ୍‌ ୨୬୦ଅଧିକାରୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ । ଏଥିପାଇଁ ଆଇଟି କର୍ମଚାରୀଙ୍କୁ ପାଞ୍ଚଟି ଦଳରେ ବିଭକ୍ତ କରାଯାଇଥିଲା ଏବଂ ଚଢ଼ାଉରେ ୧୨୦ରୁ ଅଧିକ ଗାଡ଼ି ବ୍ୟବହାର କରାଯାଇଥିଲା ।

ଟେକ୍ସଟାଇଲ ଏବଂ ଇସ୍ପାତ ବ୍ୟବସାୟୀଙ୍କ ଘରୁ ମିଳିଥିବା ନଗଦ ଟଙ୍କାକୁ ସ୍ଥାନୀୟ ଜଲନା ଷ୍ଟେଟ ବ୍ୟାଙ୍କ ଶାଖାକୁ ନିଆଯାଇଥିଲା । ସକାଳ ୧୧ ଟାରୁ ଗଣନା ଆରମ୍ଭ ହୋଇ ରାତି ପ୍ରାୟ ୧ ଟାରେ ଶେଷ ହୋଇଥିଲା । ଜଲନାରେ ଚାରୋଟି ଇସ୍ପାତ କମ୍ପାନୀରେ ଦୁର୍ନୀତିର ଗନ୍ଧ ବାରିଥିଲା ଆୟକର ବିଭାଗ । ଆଉ ତା’ପରେ ଆୟକର ବିଭାଗର ଟିମ୍‌ ମିତିତ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆଇଟି ଟିମ୍ ଇସ୍ପାତ କମ୍ପାନୀର ଘର ଏବଂ କାରଖାନା ଉପରେ ଚଢ଼ାଉ କରିଥିଲା । ତେବେ ଘରୁ କୌଣସି ସମ୍ପତ୍ତି ମିଳିନଥିଲେ ସୁଦ୍ଧା ଫାର୍ମହାଉସରୁ ନଗଦ, ସୁନା ଏବଂ ହୀରା ସମେତ ଅନେକ କାଗଜପତ୍ର ଉଦ୍ଧାର କରାଯାଇଥିଲା।