Advertisment

ହାତୀ ମୃତ୍ୟୁ ଘଟଣା : ଦୋଷ ଲୁଚାଇବାକୁ ନିରୀହ ଚାଷୀଙ୍କୁ ଗିରଫ କଲା ବନବିଭାଗ

ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର କଥା ହେଲେ ଦେବଗଡରେ ତାହା ହୋଇ ନାହିଁ । ତେଣୁ ତାର ଗୁଡିକ ଓହଳି ପଡିଛି। ହେଲେ ବିଦ୍ୟୁତ ବିଭାଗ ଉପରେ ଏବେ ଆଙ୍ଗୁଳି ଉଠିବାରୁ ନିଜ ଦୋଷ ଲୁଚାଇବା ପାଇଁ ତରବରିଆ ‌ଭାବରେ ନୂଆ ବିଦ୍ୟୁତ ଖୁଂଟ ପକାଉଛି ବିଭାଗ ।

undefined

Elephant Death

Advertisment

ବିଜୁଳି ବିଭାଗର ଭୁଲ ପାଇଁ ହାତୀ ମଲା, ହେଲେ ବନ୍ଧା ହେଲେ ଦୁଇ ନିରୀହ ଚାଷୀ। ହୁଏତ କଥା ଶୁଣିବା ପରେ କିଛି ବୁଝାପଡୁନଥିବ ଆଉ ମନରେ ପ୍ରଶ୍ନ ଆସୁଥିବ କି ହାତୀ ମରିବାକୁ ନେଇ ଚାଷୀ କାହିଁକି ବନ୍ଧାହେଲେ? ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଦୁଇ ନିରୀହ ଚାଷୀଙ୍କୁ ବଳି ଚଢାଇ ଦେଇଛି ବନବିଭାଗ ଓ ବିଜୁଳି ବିଭାଗ...

Advertisment

ଡିସେମ୍ବର ୧୫, ଗୁରୁବାର ଦିନ ଦେବଗଡ ବନଖଣ୍ଡ ରିଆମାଳ ବନାଂଚଳରୁ ହାତୀ ମୃତ୍ୟୁର ଖବର ସାମ୍ନାକୁ ଆସିଥିଲା । କମଳା ବଗିଚା ଭିତରେ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ତଦନ୍ତ ସମୟରେ ବନବିଭାଗ ଜାଣିବାକୁ ପାଇଥିଲା । ଖବର ପାଇ ନିଜେ ଆରସିସିଏଫ ଘଟଣାସ୍ଥଳକୁ ଆସି ଡିଏଫଓଙ୍କ ସହ ତଦନ୍ତ କରି ଫେରିଥିଲେ । ମାତ୍ର ବିଦ୍ୟୁତ ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଦୁଇ ନିରୀହ ଚାଷୀ ରୁଦ୍ର ନାରାୟଣ ପ୍ରଧାନ ଏବଂ ଗୋଲେଖ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟଚାଲାଣ କରାଗଲା । ତେବେ ଦୁଇ ଚାଷୀଙ୍କୁ ବିନା ଦୋଷରେ ଗିରଫ କରାଯାଇଥିବାରୁ ସେମାନଙ୍କ ଘରେ ଏବେ ପଡିଛି କାନ୍ଦବୋବାଳି...

ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର କଥା ହେଲେ ଦେବଗଡରେ ତାହା ହୋଇ ନାହିଁ । ତେଣୁ ତାର ଗୁଡିକ ଓହଳି ପଡିଛି। ହେଲେ ବିଦ୍ୟୁତ ବିଭାଗ ଉପରେ ଏବେ ଆଙ୍ଗୁଳି ଉଠିବାରୁ ନିଜ ଦୋଷ ଲୁଚାଇବା ପାଇଁ ତରବରିଆ ‌ଭାବରେ ନୂଆ ବିଦ୍ୟୁତ ଖୁଂଟ ପକାଉଛି ବିଭାଗ ।

Advertisment

ସେପଟେ ହାତୀଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କଡାକଡି ଟ୍ରାକିଂ କରିବାର ବ୍ୟବସ୍ଥା ରହିଛି । ମାତ୍ର ବନବିଭାଗ କର୍ମଚାରୀଙ୍କ ଅବହେଳା ଏବଂ ନିୟମିତ ଟ୍ରାକିଂ କରୁନଥିବାରୁ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ଏନେଇ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏହି ଘଟଣାରେ ବାବଦରେ ମୁହଁ ଖୋଲାବାକୁ ଉପରିସ୍ଥ ଅଧିକାରୀ ବାରଣ କରିଥିବା କହିଛନ୍ତି । ସେପଟେ ରେଞ୍ଜର, ଫରେଷ୍ଟର , ଫରେଷ୍ଟଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି.. ଉତର ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଥିବା ବେଳେ ବିଦ୍ୟୁତ ବିଭାଗ ଦେଇଥିବା ରିପୋର୍ଟ ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା କୁହାଯାଇଛି...

ହାତୀଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଅନେକ ପ୍ରକାର ପଦକ୍ଷେପ ନେଉଛନ୍ତି। ଯୋଜନା କାର୍ଯ୍ୟକାରୀ ଲାଗି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ହେଲେ ଫଳ କିଛି ହେଉନି। ବରଂ ନିରୀହ ପଶୁଙ୍କ ଜୀବନ ଚାଲିଯାଉଛି...ଆଉ ନିଜର ଦୋଷ ଲୁଚାଇବାକୁ ଏମିତି ନିରୀହ ଲୋକଙ୍କ ଗିରଫ କରାଯାଉଛି...

Advertisment

ଦେବଗଡରୁ ସିର୍ଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ, ଓଟିଭି

Forest Department Deogarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ