Advertisment

ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା; IIT-ବମ୍ୱେର ୮ ଛାତ୍ରଙ୍କୁ ୧.୨ଲକ୍ଷ ଜରିମାନା

ଗତ ମାର୍ଚ୍ଚ ୩୧ତାରିଖରେ ଆଇଆଇଟି ବମ୍ୱେରେ ଆର୍ଟ ଫେଷ୍ଟିଭାଲ୍ ଆୟୋଜିତ ହୋଇଥିଲା। ଏଥିରେ ରାମାୟଣ ଉପରେ ଆଧାରିକ ଏକ ନାଟକ ‘ରାହୋବନ’ ପରିବେଷଣ କରିଥିଲେ କିଛି ଛାତ୍ର

ଅଦ୍ୟତନ ହୋଇଛି
derogatory depiction of Ramayana By IIT Bombay students

‘derogatory’ depiction of Ramayana

Advertisment

ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା। ଆଇଆଇଟି ବମ୍ୱେର ୮ଛାତ୍ରଙ୍କୁ ମୋଟା ଅଙ୍କର ଜରିମାନା ସହ ହଷ୍ଟେଲରୁ ବିଦା କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଆୟୋଜିତ ବାର୍ଷିକ କଳା ମହୋତ୍ସବରେ ‘ରାହୋବନ’ ନାଟକ ପରିବେଷଣ କରିଥିଲେ ଛାତ୍ର। ଏଥିରେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କୁ ନେଇ ଅନେକ ଅପମାନଜନକ ଶବ୍ଦ ପ୍ରୟୋଗ କରାଯାଇଥିଲା। ରାମାୟଣ ଉପରେ ଆଧାରିତ ଏହି ନାଟକକୁ ନେଇ ଗୋଟିଏ ସେକ୍ସନର ଛାତ୍ରଛାତ୍ରୀ ଆପତ୍ତି କରିବା ସହ ଏନେଇ ଅଭିଯୋଗ ଆଣିଥିଲେ। ଏହାପରେ ନାଟକରେ ସାମିଲ୍ ଥିବା ୮ଛାତ୍ରଙ୍କୁ ୧.୨ଲକ୍ଷ ଲେଖାଏଁ ଜରିମାନା ସହ ହଷ୍ଟେଲରୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି।

Advertisment

ପଢନ୍ତୁ ଏହି ଖବର: IIT ଛାତ୍ର ଫୈଜନଙ୍କ ମୃତ୍ୟୁ ମାମଲା: ‘ଆତ୍ମହତ୍ୟା ନୁହେଁ; ଗୁଳି କରିବା ପରେ ଛୁରି ଭୁସି ହତ୍ୟା କରାଯାଇଛି’

    ସୂଚନା ଅନୁସାରେ, ଚଳିତ ମାର୍ଚ୍ଚ ୩୧ତାରିଖରେ ଆଇଆଇଟି ବମ୍ୱେରେ ଆର୍ଟ ଫେଷ୍ଟିଭାଲ୍ ଆୟୋଜିତ ହୋଇଥିଲା। ଏଥିରେ ରାମାୟଣ ଉପରେ ଆଧାରିକ ଏକ ନାଟକ ‘ରାହୋବନ’ ପରିବେଷଣ କରିଥିଲେ କିଛି ଛାତ୍ର। ମଞ୍ଚ ଉପରେ ସେମାନେ ନାଟକ ପରିବେଷଣ କରୁଥିବା ବେଳେ ତଳେ ତାଳି ବର୍ଷା କରି ଚାଲିଥିଲେ ଦର୍ଶକ। ରାମାୟଣର ଅର୍ଥକୁ କଦର୍ଥ କରି ଛାତ୍ରମାନେ କିଛି ସଂଳାପ କହିଥିଲେ। ରାମ ଓ ରାବଣକୁ ତୁଳନା କରିବା ସହ ମାତା ସୀତାଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆ ଏକ୍ସରେ ଭାଇରାଲ୍ ହୋଇଥିଲା।

    Advertisment

    ଆଇଆଇଟି ବମ୍ବେର ପ୍ରବକ୍ତା ଏହି ଘଟଣାରେ କିଛି କହିବାକୁ ମନା କରି ଦେଇଛନ୍ତି। ଆଇଆଇଟି ଛାତ୍ରଙ୍କୁ ଗତ ଜୁନ୍ ୪ରେ ଏକ ଜରିମାନା ନୋଟିସ୍ ଜାରି କରାଯାଇଥିଲା। ଏହାପୂର୍ବରୁ ନାଟକ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଶୃଙ୍ଖଳା କମିଟିର ଏକ ବୈଠକ ମଧ୍ୟ ଡକାଯାଇଥିଲା। ସମ୍ପୃକ୍ତ ଛାତ୍ର ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ କମିଟି ଦଣ୍ଡବିଧାନ ପାଇଁ ସୁପାରିଶ କରିଥିଲା। ଏଥିରେ ୪ଗ୍ରାଜୁଏଟ୍ ଛାତ୍ରଙ୍କୁ ୧.୨୦ଲକ୍ଷ ଓ ୪ଜୁନିଅୟ ଛାତ୍ରଙ୍କୁ ୪୦ହଜାର ଟଙ୍କାର ଫାଇନ୍ ସହ ହଷ୍ଟେଲରୁ ବିଦା କରାଯାଇଛି। ତେବେ ଆସନ୍ତା ଜୁଲାଇ ୨୦ , ୨୦୨୪ ସୁଦ୍ଧା ଷ୍ଟୁଡେଣ୍ଟସ୍ ଆଫେୟାର୍ସ ଡିନଙ୍କ କାର୍ଯ୍ୟାଳୟରେ ୧.୨୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି ।

    Advertisment

    ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ‘ଆଇଆଇଟି ବି ଫର୍‌ ଭାରତ’ ଏହି ବିଜ୍ଞପ୍ତି ପୋଷ୍ଟ କରିଛି। ଏହି ଟିମ୍‌ର ସଦସ୍ୟ ପୂର୍ବରୁ ନାଟକକୁ ବିରୋଧ କରିଥିଲେ। ଏହା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଯାହାକୁ ସ୍ୱାଗତ କରାଯାଇଛି। ଏହି ପୋଷ୍ଟରେ ଏହା ଲେଖାଯାଇଛି ଯେ ରାମାୟଣକୁ ଏହି ନାଟକରେ ସଠିକ ଢଙ୍ଗରେ ପ୍ରଦର୍ଶନ କରାଯାଇନାହିଁ। ଛାତ୍ରମାନେ ପ୍ରଭୁ ରାମ, ମାତା ସୀତା ଏବଂ ପ୍ରଭୁ ଲକ୍ଷ୍ମଣଙ୍କୁ ପରିହାସ କରିବା ପାଇଁ ବାକ୍ ସ୍ୱାଧୀନତାର ଅପବ୍ୟବହାର କରିଛନ୍ତି।

    ପଢନ୍ତୁ ଏହି ଖବର: ଲୁଟ୍‌ କରି ମଉଜ କରୁଥିଲେ, ବଡ଼ ହୋଟେଲ୍‌ରେ ରହୁଥିଲେ; ମାଡ଼ିବସିଲା ପୋଲିସ

      Ramayan Derogatory Remarks
      ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      Here are a few more articles:
      ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ